ରାଜ୍ୟର ୧୧ ସହରର ତାପମାତ୍ରା ରହିଛି ୧୦ ଡିଗ୍ରୀ ତଳେ

ଭୁବନେଶ୍ୱର,୧୩/୧: ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ସେହିପରି ଫୁଲବାଣୀ ଓ ସୋନପୁରରେ ସର୍ବନିମ୍ନ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଟିଟିଲାଗଡରେ ୭.୧ ଓ ଦାରିଙ୍ଗବାଡିରେ ୭.୫ ଡିଗ୍ରୀ ରେକର୍ଡ କରାଯାଇଛି। ଭବାନୀପାଟଣାରେ ୮.୫, କୋରାପୁଟରେ ୯ ଡିଗ୍ରୀ, କେନ୍ଦୁଝରରେ ୯.୧, ଝାରସୁଗୁଡାରେ ୯.୪, ସମ୍ବଲପୁରରେ ୯.୬ ଡିଗ୍ରୀ, କଟକରେ ୧୦.୫ ଓ ଭୁବନେଶ୍ୱରରେ ୧୧.୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଅନୁଗୁଳ, ନୟାଗଡ, ବୌଦ୍ଧ, ସୋନପୁର, କନ୍ଧମାଳ ପାଇଁ କୋଲ୍ଡ ୱେଭ ଜାରି ହୋଇଛି। ୨୪ ଘଣ୍ଟା ପରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Comments are closed.