ସମୁଦ୍ର ତଳେ ରହୁଛନ୍ତି ଏଲିଅନ !

0

ଏଲିଅନଙ୍କୁ ନେଇ ବିଭିନ୍ନ ସମୟରେ ଭିନ୍ନଭିନ୍ନ ଦାବି ହୋଇଥାଏ । କେଉଁଠି ସେମାନଙ୍କର କିଛି ଚିହ୍ନ ମିଳୁଥିବାର ଦାବିହେଉଥିବାବେଳେ କେଉଁଠି ଉଡନ୍ତା ଥାଳିଆ ଦେଖିବାକୁ ମିଳୁଥିବାର ଦାବି ହୋଇଥାଏ । ସେହିଭଳି ଏକ ଦାବି ନିକଟରେ ଖୁବ ଚର୍ଚ୍ଚାରେ ରହିଛି । ନିକଟରେ ଆମେରିକୀୟ କଂଗ୍ରେସମ୍ୟାନ ଟିମ୍‌ ବର୍ଚତ ଆମେରିକାର ସମୁଦ୍ର ତଳେ ୫ରୁ ୬ଟି ଖୁପିଆ ସ୍ଥାନରେ ଏଲିଅନ ରହୁଥିବାନେଇ ଦାବି କରିଛନ୍ତି । ସେ ନିକଟରେ ଏକ ସାକ୍ଷାତକାରରେ ଏନେଇ ସୂଚନା ଦେଇଛନ୍ତି । ଆମେରିକାର ନୌସେନା ପାଖରେ ଏଭଳି ଅନେକ ଜାହାଜ ରହିଛି ଯେଉଁଗୁଡିକ ପାଣିତଳେ ଘଣ୍ଟାପ୍ରତି ମାଇଲ ମାଇଲ ବେଗରେ ଗତି କରିଥାଏ । ଏଥିରେ ଯାତ୍ରା କରୁଥିବା ନାବିକଙ୍କ ମତରେ ସେମାନେ ସମୁଦ୍ରରେ ଗୋଲ ବଡ଼ ଆକାରର ଡିସ୍କ ଭଳି ସାମଗ୍ରୀ ଦେଖିଛନ୍ତି । ସମୁଦ୍ରତଳେ ଏହି ଠିକଣା ଦୁବାଇ ସହର ସଦୃଶ ଭଳି ଦୃଶ୍ୟମାନ ହେଉଥିବା ସେମାନେ ମତ ଦେଇଛନ୍ତି । ତେବେ ଏହାକୁନେଇ ସେଭଳି କୌଣସି ଅଫିସିଆଲି ଷ୍ଟେଟମେଣ୍ଟ ଜାରି କରାଯାଇ ନାହିଁ । ଏହାପୂର୍ବରୁ ୨୦୦୨୨ରୁ ୨୦୨୫ ଭିତରେ ଆମେରିକାର ମିଲିଟ୍ରି ବେସ ଉପରେ ୮ହଜାରରୁ ଅଧିକୟୁଏଫ୍‌ଓ ଉଡୁଥିବା ନେଇ ସୂଚନା ମିଳିଥିଲା । ତେବେ ଏଲିଅନଙ୍କ ଅସ୍ତିତ୍ୱ ଏବେ ମଧ୍ୟ ପ୍ରଶ୍ନ ଘେରରେ ରହିଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.