ସବୁଠୁ ଉଚ୍ଚ ଝୁଲଣା

ଝୁଲଣାରେ ଝୁଲିବାକୁ କାହାକୁ ଅବା ଭଲ ଲାଗେ ନାହିଁ । ହେଲେ ଏମିତି ଏକ ଝୁଲଣା ଅଛି, ଯେଉଁଥିରେ ଝୁଲିବା ପୂର୍ବରୁ ଜଣେ ବ୍ୟକ୍ତି ହଜାର ଥର ଭାବିବେ । ତେବେ ଚୀନ୍‌ରେ ଏହି ଝୁଲଣା ରହିଥିବାବେଳେ ଏହାକୁ ବିଶ୍ୱର ସବୁଠୁ ଉଚ୍ଚ ଝୁଲଣା ବୋଲି କୁହାଯାଉଛି । ଏହାକୁ ଗିନିଜ୍‌ ବିଶ୍ୱ ରେକର୍ଡ ତରଫରୁ ସାର୍ଟିଫାଏଡ୍‌ ମଧ୍ୟ କରାଯାଇଛି । ଚୋଙ୍ଗ୍‌କିଙ୍ଗ୍‌ରେ ଅବସ୍ଥିତ ଏହି ଝୁଲଣାର ଉଚ୍ଚତା ହେଉଛି ୧୦୮ ମିଟର । ଯାହା ପ୍ରାୟ ୩୦ ମହଲାବିଶିଷ୍ଟ ବିଲïିଂର ଉଚ୍ଚତା ସହିତ ସମାନ ହେବ । ତେବେ ଏହି ଝୁଲଣାକୁ ଦେଶର ଦକ୍ଷିଣ ପଶ୍ଚିମରେ ଥିବା ୭୦୦ ମିଟର ଉଚ୍ଚ ପାହାଡ଼ ନିକଟରେ ଲଗାଯାଇଛି । ଏହି ବିପଦପୂର୍ଣ୍ଣ ଝୁଲଣାଟି ଦେଖିବାକୁ ଖୁବ୍‌ ଭୟଙ୍କର, ହେଲେ ଆଡଭେଞ୍ଚରପ୍ରେମୀଙ୍କ ପାଇଁ ଏହା ହେଉଛି ସବୁଠୁ ଭଲ ସ୍ଥାନ । ଏହି ଝୁଲଣାଟିକୁ ଇନ୍ଦ୍ରଧନୁ ଭଳି ରଙ୍ଗ ଦିଆଯାଇଛି, ଯାହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ ଲାଗିଥାଏ । ଏହା ୩୩୦ ଫୁଟ ଉଚ୍ଚ ଆର୍ଚ (ଏକପ୍ରକାରର ଗୋଲେଇ) ଏବଂ ୩୫୫ ଫୁଟ ଉଚ୍ଚ ଲଞ୍ଚିଂ ଟାଓ୍ୱାରରେ ନିର୍ମିତ, ଯାହା ଘଣ୍ଟାପ୍ରତି ୧୩୦ କିଲୋମିଟର ବେଗରେ ଗତି କରିପାରିବ । ଏହି ଝୁଲଣାରେ ଝୁଲୁଥିବା ଲୋକେ ୮୮ ମିଟର (ପ୍ରାୟ ୨୯୦ ଫୁଟ) ଉଚ୍ଚ ପର୍ଯ୍ୟନ୍ତ ଉପରକୁ ଝୁଲିପାରନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ଆର୍ଥ୍‌ବେଷ୍ଟଶର୍ଟ୍ସ ନାମକ ଏକ ଆକାଉଣ୍ଟରେ ଏହି ଝୁଲଣାର ଭିଡିଓ ପୋଷ୍ଟ କରାଯାଇଛି । ଏଥିରେ ଝୁଲଣାରେ ଲୋକେ କିଭଳି ଝୁଲୁଛନ୍ତି, ତା’ ମଧ୍ୟ ଦେଖାଯାଇଛି । ଝୁଲଣାର ଗୋଟିଏ ପଟେ ଗଭୀର ଖାଇ ଦେଖିବାକୁ ମିଳିଛି, ଯାହା ଦେଖିଲେ ଯେକେହି ବି ଭୟଭୀତ ହୋଇଯିବେ । ଏହା ବିପଦପୂର୍ଣ୍ଣ ହୋଇଥିବାରୁ ଦୁର୍ବଳ ଲୋକ କିମ୍ବା ରୋଗୀମାନଙ୍କୁ ଏହି ଝୁଲଣାରେ ଝୁଲିବାକୁ ମନା ରହିଛି । ହେଲେ ଲୋକେ ଏଥିରେ ଝୁଲିବା ସମୟରେ ବିଶେଷକରି ସୁରକ୍ଷା ଉପରେ ଧ୍ୟାନ ରଖାଯାଇଥାଏ ।

Launching Ceremony of “AYUSHMAN BHARAT

Comments are closed.