ସଜାଡନ୍ତୁ ପିଲାଦିନ

ଆଜିକାଲିର ପିଲାଦିନ ଆଉ ଆଗ ଭଳି ନାହିଁ । ଏଥିରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରେସର ଦେଖିବାକୁ ମିଳୁଛି । ପାଠପଢା, ଫ୍ୟାଶନ, ସାଙ୍ଗସାଥୀ, ସୋସିଆଲ ମିଡିଆର ଖୁବ ପ୍ରଭାବ ପଡୁଥିବା ଦେଖିବାକୁ ମିଳୁଛି । ଏହି ଚାପ କାରଣରୁ ଛୁଆଙ୍କର ଆତ୍ମବିଶ୍ୱାସ ଉପରେ ପ୍ରଭାବ ଦେଖିବାକୁ ମିଳୁଛି । ତେଣୁ ବର୍ତ୍ତମାନ ଅଭିଭାବକଙ୍କୁ ଘରେ ଏକ ସକରାତ୍ମକ ପରିବେଶ ପିଲାଙ୍କୁ ଯୋଗାଇ ଦେବା ଯେପରି ବାଧ୍ୟତାମୂଳକ ହୋଇ ପଡିଛି । ସେମାନଙ୍କ ପିଲାଦିନକୁ ହସ ଖୁସି ଓ ଚାପ ମୁକ୍ତ କରିବା ବର୍ତ୍ତମାନ ସେମାନଙ୍କର ପ୍ରଥମ କର୍ତବ୍ୟରେ ପରିଣତ ହୋଇଛି ଯେପରି ସେମାନଙ୍କର ବୌଦ୍ଧିକ ବିକାଶ ସଠିକ୍‌ ଢଙ୍ଗରେ ହୋଇପାରିବ । ପ୍ରଥମେ ଘରେ ହିଁ ପିଲାର ଆତ୍ମବିଶ୍ୱାସ ବଢାଇବା ପାଇଁ କାର୍ଯ୍ୟ କରନ୍ତୁ । ପିଲାର ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନନ୍ତୁ ଏବଂ ସେହି ଅନୁଯାୟୀ କାର୍ଯ୍ୟ କରନ୍ତୁ । ପିଲା ଯେଉଁ କାର୍ଯ୍ୟ କରିବାକୁ ସକ୍ଷମ ତାକୁ ସେହି କାର୍ଯ୍ୟ କରିବାକୁ ସୁଯୋଗ ଦିଅନ୍ତୁ, ଏପରି କରିବା ଫଳରେ ତାର ଆତ୍ମବିଶ୍ୱାସ ବଢିବା ସହିତ ସେ ଆଗକୁ ଯିବ । ସେହିଭଳି ତାକୁ ଭୁଲ ଓ ଠିକ୍‌ ଭିତରେ ଫରକ କଣ ବୁଝାନ୍ତୁ । ଏଭଳି କରିବା ଫଳରେ ସେ ନିଜ ଜୀବନର ନିଷ୍ପତ୍ତି ସଠିକ ଢଙ୍ଗରେ ନେଇ ପାରିବ । ସବୁବେଳେ ତାର ନିର୍ଣ୍ଣୟ କରିବା ବା ନିଷ୍ପତ୍ତି ନେବାର ଗୁଣରୁ ବଢାଇବାକୁ ଚେଷ୍ଟା କରନ୍ତୁ । ଏହା କରିବା ଦ୍ୱାରା ସେ ଜୀବନରେ ସଠିକ୍‌ ନିଷ୍ପତ୍ତି ନେଇପାରିବ ଏବଂ ଜୀବନରେ ଆଗକୁ ବଢିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତାକୁ ଅଧିକ ସମୟ ଦିଅନ୍ତୁ, ତା କଥା ଶୁଣନ୍ତୁ ଓ ତାକୁ ବୁଝାନ୍ତୁ ।

Launching Ceremony of “AYUSHMAN BHARAT

Comments are closed.