ଶ୍ରବଣ ଶକ୍ତି ଓ ଶବ୍ଦ ପ୍ରଦୂଷଣ

ଦଶହରା ପୂଜା ପରେ ଆଗକୁ ଦୀପାବଳି, ଲକ୍ଷ୍ମୀପୂଜା, ବାଲିଯାତ୍ରା ପଛକୁ ପଛ ପାର୍ବଣର ଧାରା ଲାଗି ରହିଛି । ପାର୍ବଣରେ ହୋଇଥାଏ ପ୍ରାୟ ଶବ୍ଦ ପ୍ରଦୂଷଣ । ତେବେ ଏହି ପ୍ରଦୂଷଣ ନିଶ୍ଚିନ୍ତ ଭାବରେ ଶାରୀରିକ ସ୍ୱାସ୍ଥ୍ୟକ୍ଷେତ୍ରର ଏକ ଜଟିଳ ଅସ୍ୱାସ୍ଥକର ସ୍ଥିତି । ବର୍ତ୍ତମାନ ଶବ୍ଦ ପ୍ରଦୂଷଣ ଏବଂ ଅଧିକ ସମୟ ମୋବାଇଲ ବ୍ୟବହାର, ଇୟର ଫୋନ, ହେଡ଼ ଫୋନ ଆଦି ଯୋଗୁଁ ଶ୍ରବଣ ଶକ୍ତି ହ ୍ରାସ ପାଇବାରେ ଲାଗିଛି । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସଙ୍ଗୀତ ଶୁଣିବା ଓ ପାଠପଢ଼ା କ୍ଷେତ୍ରରେ ଏବେ ଇୟର ଫୋନ କିମ୍ବା ହେଡ଼ ଫୋନ ବ୍ୟବହାର କରାଯାଉଛି । ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଶ୍ରବଣ ଶକ୍ତି ବଜାୟ ରଖିବା ପାଇଁ ଇୟର ଫୋନ ଭଲ ଅଥବା ହେଡ଼ଫୋନ । ଇଏନଟି ବିଶେଷଜ୍ଞମାନେ କହିଛନ୍ତି ଯେ, ଦୁଇଟିର ଅତ୍ୟଧିକ ବ୍ୟବହାର କାନ ପାଇଁ ଖରାପ । କିନ୍ତୁ ଇୟର ଫୋନ ପରିବର୍ତ୍ତେ ହେଡ଼ ଫୋନର ବ୍ୟବହାର ଉତ୍ତମ ବିକଳ୍ପ ହୋଇପାରିବ । କାରଣ ପ୍ରଥମତଃ ଇୟର ଫୋନକୁ କାନର ଭିତରେ ଲଗାଇବାକୁ ହୁଏ । ଏହାଦ୍ୱାରା କାନ ଭିତରର ମଇଳା ଇୟର କେନାଲ ଭିତରକୁ ଚାଲିଯାଏ । ଯାହାଦ୍ୱାରା ବ୍ଲକେଜ ହୋଇଯାଏ ଏବଂ ଶ୍ରବଣ ଶକ୍ତିି ହ ୍ରାସ ପାଏ । ଦ୍ୱିତୀୟତଃ ଇୟର ଫୋନ କାନର ପରଦା ସହିତ ସିଧାସଳଖ ସମ୍ପର୍କରେ ଆସିଥାଏ । ତେଣୁ ଏହାର ଅତ୍ୟଧିକ ବ୍ୟବହାର ଏବଂ ତୀବ୍ର ଧ୍ୱନୀ ତରଙ୍ଗ ଦ୍ୱାରା କାନର ପରଦା କ୍ଷତିଗ୍ରସ୍ତ ହୋଇଥାଏ, ଯାହାକି ଶ୍ରବଣ ଶକ୍ତି ଉପରେ କୁପ୍ରଭାବ ପକାଏ । ତୃତୀୟରେ ଇୟର ଫୋନ ଦ୍ୱାରା କାନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ । ଏହାଦ୍ୱାରା କାନ ଆର୍ଦ୍ର ହୋଇ ଫଙ୍ଗାଲ ସଂକ୍ରମଣ ହୋଇଥାଏ । ଏହି ଫଙ୍ଗାଲ ସଂକ୍ରମଣ କାନର ପରଦା ପାଇଁ କ୍ଷତିକାରକ ଏବଂ କାନକୁ କମ୍‌ ଶୁଣାଯାଏ । ତେଣୁ ଏ ସବୁ ସମସ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ହେଡଫୋନ କିଛି ମାତ୍ରାରେ ଉତ୍ତମ ବିକଳ୍ପ ହୋଇଥାଏ । ମୋବାଇଲ ମାଧ୍ୟମରେ ଅଧିକ ସମୟ ପାଇଁ କୌଣସି ମିଟିଙ୍ଗ ଅନଲାଇନ କ୍ଲାସ କରୁଛନ୍ତି କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ କୌଣସି ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେ କ୍ଷେତ୍ରରେ ହେଡଫୋନ ବ୍ୟବହାର ଉତ୍ତମ । କିନ୍ତୁ ଭୋଲୁ୍ୟମ ବା ଧ୍ୱନିସ୍ତର ୬୦ରୁ ତଳକୁ ରଖିବା ଉତ୍ତମ ହୋଇଥାଏ କିମ୍ବା ୬୦ ପ୍ରତିଶତରେ ସୀମିତ ରଖନ୍ତୁ ।

Launching Ceremony of “AYUSHMAN BHARAT

Comments are closed.