ଶିଖସ୍‌ ଫର ଜଷ୍ଟିସ୍‌ ସଂଗଠନ ଉପରେ ପୁଣି ୫ବର୍ଷ ପ୍ରତିବନ୍ଧକ ଲଗାଇଲେ ସରକାର

ନୂଆଦିଲ୍ଲୀ: ଖଲିସ୍ତାନୀ ସଂଗଠନ ଶିଖ୍‌ସ ଫର ଜଷ୍ଟିସ୍‌ (ଏସ୍‌ଏଫ୍‌ଜେ) ଉପରେ ଲାଗିଥିବା ପ୍ରତିବନ୍ଧକ ସୀମାକୁ ଭାରତ ସରକାର ଆହୁରି ୫ ବର୍ଷ ବୃଦ୍ଧି କରିଛନ୍ତି। ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଭାରତ ବିରୋଧୀ କାର୍ଯ୍ୟକଳାପ ନିମେନ୍ତ ୟୁଏପିଏ ଆଇନ ବଳରେ ଏସ୍‌ଏଫ୍‌ଜେ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସଂଗଠନ ନିଜର ଭାରତ ବିରୋଧୀ କାର୍ଯ୍ୟ ବର୍ତ୍ତମାନ ମଧ୍ୟ ଜାରି ରଖିଛି। ଏଣୁ ୟୁଏପିଏ ଧାରା ୩, ଉପଧାରା ୧ ଅନୁସାରେ, ଏହି ପ୍ରତିବନ୍ଧକକୁ ୧୦ ଜୁଲାଇ ୨୦୨୪ ଠାରୁ ଆହୁରି ୫ ବର୍ଷଯାଏଁ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ, ଏହି ସଂଗଠନ ଆମେରିକାରେ ରହୁଥିବା ଗୁରୁପତୱନ୍ତ ସିଂହ ପନ୍ନୁନ୍‌ ଦ୍ବାରା ପ୍ରତିଷ୍ଠିତ ହୋଇଛି। ନିକଟରେ ଆମେରିକାରେ ଗୁରୁପନ୍ତ ଏକ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିଲା। ଏହି ଆକ୍ରମଣ ପଛରେ ଭାରତ ସରକାରର ହାତ ରହିଛି ବୋଲି ଆମେରିକାର ଅଭିଯୋଗ କରିଛି ଓ ଏନେଇ ତଦନ୍ତ ଜାରି ରହିଛି।

Govt

Comments are closed.