ଆଜିକାଲି ରୋବଟ ସାହାଯ୍ୟରେ ବିଭିନ୍ନ ପ୍ରକାର କାମ ହେଉଛି । ଆମ ଦୈନନ୍ଦିନ ଜୀବନରେ ଅଧିକାଂଶ କାମ ରୋବଟ କରୁଛି । ସେହିଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡିଓ ଅନୁସାରେ ରୋବଟଟି ଖୁବ ସୁନ୍ଦରଭାବେ ରୋଷେଇଘର ଆବର୍ଜନାକୁ ମାଟିରେ ପରିବର୍ତ୍ତିତ କରିପାରୁଛି । ଏଆଇ ଦ୍ୱାରା ପରିଚାଳିତ ଏହି ରୋବଟର ନାଁ ରହିଛି ଚେଓ୍ୱି । ଏହା ବିଭିନ୍ନ ଡୋମେଷ୍ଟିକ େଓ୍ୱଷ୍ଟକୁ ମାଟିରେ ବଦଳାଇ ପାରୁଛି, ଯାହା ଆଗକୁ ବିଭିନ୍ନ ପ୍ରକାର କାର୍ଯ୍ୟରେ ଲାଗିବ । ଏହି ରୋବଟଟିକୁ ବାଙ୍ଗାଲୋରରେ ବିକଶିତ କରାଯାଇଛି । ଏହି ବିଶେଷଭାବେ ଓଦା ଆବର୍ଜନାକୁ ପରିବର୍ତ୍ତନ କରିପାରୁଛି । ଏହା ସହରରେ ମିଳୁଥିବା ଓଦା ଆବର୍ଜନା ପାଇଁ ଖୁବ ଲାଭଦାୟକ ହେବ ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଛି ।
