ରୋବଟ କରିବ ଦୈନନ୍ଦିନ କାର୍ଯ୍ୟରେ ସହଯୋଗ

ଆଜିକାଲି ରୋବଟକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଉଛି । ଏହି ତାଲିକା ଖୁବ ଲମ୍ବା ରହିଛି, ଯେଉଁଥିରେ ବିଭିନ୍ନ ପ୍ରକାର କାର୍ଯ୍ୟ ସାମିଲ ରହିଛି । ତେବେ ନିକଟରେ ମିଳିଥିବା ଏକ ରିପୋର୍ଟ ଅନୁସାରେ ବୈଜ୍ଞାନିକମାନେ ଏଭଳି ଏକ ରୋବଟର ଉଦ୍ଭୁାବନ କରିଛନ୍ତି ଯିଏ ବ୍ୟକ୍ତିଙ୍କୁ ଘର କାମରେ ସାହାଯ୍ୟ କରିବ । ଏହି ରୋବଟଟି ଘରୋଇ କାମ ଯେପରି ପରିବା କାଟିବା, ବେକିଂ କରିବା ଭଳି ବିଭିନ୍ନ କାମ କରିବ । ସେହିଭଳି ଏହି ରୋବଟଟି ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିବାରେ ସକ୍ଷମ । ସେ ଖୁବ ସତର୍କତାର ସହିତ କାଚ ସାମଗ୍ରୀକୁ ହ୍ୟାଣ୍ଡେଲ କରିବା ସହିତ ବେକିଂ ମଧ୍ୟ କରିପାରିବ । ଏହା ଅନ୍ୟ ରୋବଟଙ୍କ ତୁଳନାରେ ଭଲ କାମ କରୁଛି ବୋଲି ନିର୍ମାଣକାରୀ ସଂସ୍ଥା ଦାବୀ କରିଛି । ଖୁବ ଶୀଘ୍ର ଏହାକୁ ବଜାରରେ ଉପଲବ୍ଧ କରାଯିବା ନେଇ ସୂଚନା ରହିଛି ।

Launching Ceremony of “AYUSHMAN BHARAT

Comments are closed.