ପ୍ରତି ସମୟରେ ଏଭଳି ଅନେକ ରୋବଟଙ୍କର ନିର୍ମାଣ ହେଉଛି ଯେଉଁମାନେ ବିଭିନ୍ନ ଉପାୟରେ ଅନ୍ୟମାନଙ୍କ ଠାରୁ ଭିନ୍ନ ହେଉଛନ୍ତି । ଏହି ତାଲିକାରେ ଅନେକ ରୋବଟ ସାମିଲ ଅଛନ୍ତି । ସେଥିରେ ସାମିଲ ହୋଇଛି ଆଉ ଏକ ରୋବଟ ଯିଏ ବଢିବା ପାଇଁ ଅନ୍ୟ ରୋବଟଙ୍କୁ ଖାଦ୍ୟରେ ଗ୍ରହଣ କରୁଛି । ନ୍ୟୁୟର୍କର କଲମ୍ବିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏଭଳି ଏକ ରୋବଟ ଉଦ୍ଭୁାବନ କରିଛନ୍ତି ଯିଏ ଅନ୍ୟ ରୋବଟଙ୍କର ଆବର୍ଜନାକୁ ରିସାଇକେଲ କରି ନିଜ ପାଇଁ ଉର୍ଜା ନିର୍ମାଣ କରିପାରୁଛି । ଏହା ନିଜେ ଏକ ମେସିନ୍ ହେଲେ ମଧ୍ୟ ଅନ୍ୟ ମେସିନର ଆବର୍ଜନାରୁ ନିଜ ପାଇଁ ଶକ୍ତି ଗୋଟାଇବାରେ ସକ୍ଷମ ହୋଇ ପାରିଛି । ଏହି ପ୍ରକ୍ରିୟାକୁ ବୈଜ୍ଞାନିକମାନେ ରୋବଟ ମେଟାବଲିଜିମର ଆଖ୍ୟା ଦେଇଛନ୍ତି । ଏହି ପ୍ରକ୍ରିୟା ଏଆଇ ବା ରୋବଟ ନିର୍ମାଣ ଓ ପରିଚାଳନା କ୍ଷେତ୍ରରେ ଖୁବ ଉପାଦେୟ ହେବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ।

Comments are closed.