ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୧୫ ତାରିଖରେ ୟୁକ୍ରେନ ଯୁଦ୍ଧ ରୋକିବା ପାଇଁ ଶାନ୍ତି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହି ବୈଠକ ପୂର୍ବରୁ ରୁଷୀୟ ସେନା ପୂର୍ବ ୟୁକ୍ରେନରେ ନିଜର ଦଖଲ ପ୍ରକ୍ରିୟା ଜୋର୍ଦାର କରିବା ସହ ଗୁରୁତ୍ୱପୂର୍ଣ୍ଣ ସହରଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେବା ପ୍ରୟାସ ଚଳାଇଛି। ଅନ୍ୟପକ୍ଷେ ୟୁକ୍ରେନ ମଧ୍ୟ ରୁଷ୍କୁ ଭୟଭୀତ କରିବା ଜାରି ରଖିଛି। ୟୁକ୍ରେନ ଦାବି କରିଛି ଯେ ସେ ରୁଷ୍ ସୀମାରେ ଥିବା ଏକ ଡ୍ରୋନ୍ ଭଣ୍ଡାର ଉଡ଼ାଇ ଦିଆଯାଇଛି। ୪ ଦିନ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ। ଆଗକୁ ଶାନ୍ତି ଆଲୋଚନା ଥିଲେ ମଧ୍ୟ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ୟୁକ୍ରେନର ଗୁପ୍ତଚର ଏଜେନ୍ସି ଏସବିୟୁ ଦାବି କରିଛି ଯେ ଏହାର ଡ୍ରୋନ ରୁଷ୍ର ତାତାରସ୍ତାନ ଅଞ୍ଚଳରେ ଥିବା ଏ ଶାହେଦ ଆଟାକ୍ ଡ୍ରୋନ ଗୋଦାମକୁ ଉଡ଼ାଇ ଦେଇଛି। ଏହି ଅଞ୍ଚଳ ୟୁକ୍ରେନ ସୀମାଠାରୁ ପ୍ରାୟ ୧୩୦୦ କିଲୋମିଟର ଦୂରରେ ଅବସ୍ଥିତ ।
