ରୁଟିକୁ ରଖନ୍ତୁ ନରମ

0

ରୁଟି କରିବାବେଳେ ଅନେକ ଗୃହିଣୀଙ୍କର ଚିନ୍ତା ରହିଥାଏ କିଭଳି ରୁଟିକୁ ନରମ ରଖିବେ । ଏଥିପାଇଁ ସେମାନେ ସବୁବେଳେ ଦ୍ୱନ୍ଦରେ ରହିଥାନ୍ତି କିଭଳି ରୁଟିକୁ ନରମ କରିବେ ଯାଦ୍ୱାରା ଏହା ସ୍ୱାଦିଷ୍ଟ ଲାଗିବ । ଆସନ୍ତୁ ଜାଣିବା ସେହିଭଳି କିଛି ଟ୍ରିକ ସମ୍ପର୍କରେ ।
– ରୁଟି କରି ରଖୁଥିବା ପାତ୍ରରେ ଗୋଟିଏ ଛୋଟ ଅଦା ଖଣ୍ଡ କାଟି ପକାଇ ଦିଅନ୍ତୁ । ଏହା କରିବା ଦ୍ୱାରା ରୁଟି ଅଧିକ ସମୟ ପର୍ଯ୍ୟନ୍ତ ନରମ ରହିବ ।
– ରୁଟି ସେକିବାପରେ ସଙ୍ଗେସଙ୍ଗେ ରୁଟିରେ ଲହୁଣି କିମ୍ବା ଘିଅ ଲଗାଇ ଦିଅନ୍ତୁ, ରୁଟି ନରମ ରହିବ । ଏହାଦ୍ୱାରା ରୁଟି ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ ।
– ସେହିଭଳି ରୁଟିକୁ ଗୋଟିଏ ସଫା କପଡାରେ ଗୁଡାଇ ରଖନ୍ତୁ, ଯାହା ଦ୍ୱାରା ଏହା ନରମ ରହିବ ।
– ଅଟା ଚକଟିବା ସମୟରେ ମଧ୍ୟ ଧ୍ୟାନ ଦିଅନ୍ତୁ । ଅଟା ଚକଟିବା ସମୟରେ ଗରମ ପାଣି ବ୍ୟବହାର କରନ୍ତୁ । ଏହାଦ୍ୱାରା ରୁଟି ନରମ ହେବ ।
– ଅଟାରେ ହାଲୁକା ଘିଅ କିମ୍ବା ତେଲ ପକାଇ ନିଅନ୍ତୁ । ଏହାପରେ ପାଣି ଦେଇ ଚକଟନ୍ତୁ, ଅଟା ଚକଟା ନରମ ହେବା ସହିତ ରୁଟି ମଧ୍ୟ ନରମ ହେବ ।
– ଅଟାକୁ ଚକଟିବା ପରେ ଏହାକୁ କିଛି ସମୟ ପାଇଁ ଘୋଡାଇ ରଖନ୍ତୁ, ଏହାଦ୍ୱାରା ଅଟା ନରମ ରହିବ । ଏଥିପାଇଁ ଓଦା କପଡା ବ୍ୟବହାର କରିପାରିବେ ।

Govt
Leave A Reply

Your email address will not be published.