ମେଷ : ସାଧାରଣତଃ ମେଷ ରାଶିର ବ୍ୟକ୍ତିମାନେ ଖୁବ୍ ଶୀଘ୍ର ଖାଇଥାନ୍ତି ତଥା ଦିନ ଭିତରେ ଅନେକ ଥର ସ୍ୱଳ୍ପ ଆହାର ଗ୍ରହଣ କରିଥାନ୍ତି । ଏହି ରାଶିର ବ୍ୟକ୍ତିିମାନେ ଖରାଦିନେ ଭିଟାମିନ୍-ଏ, ଆଇରନର ମାତ୍ରା ଅଧିକ ଥିବା ଖାଦ୍ୟ ଓ ପନିପରିବା ଖାଆନ୍ତୁ ।
ବୃଷ : ବୃଷଭ ରାଶିର ଲୋକମାନେ ଅତ୍ୟନ୍ତ ଖାଦ୍ୟ ପ୍ରିୟ ହୋଇଥିବାରୁ ଏମାନଙ୍କ ଠାରେ ମେଦବହୁଳତା ଦେଖାଯିବାର ସମ୍ଭାବନା ରହିଛି । ଏପରି ବ୍ୟକ୍ତିି ନିଜ ଖାଦ୍ୟାଭାସକୁ ବଦଳାଇବା ପାଇଁ ଆଦୌ ଚେଷ୍ଟା କରନ୍ତି ନାହିଁ । ଖରାଦିନରେ ଏହି ରାଶିର ଲୋକମାନେ ଗରିଷ୍ଠ, ଆମିଷ ଖାଦ୍ୟ ପରିବର୍ତ୍ତେ ପନିପରିବା, ସାଲାଡ଼ ଓ ଆୟୋଡ଼ିନ ଥିବା ଖାଦ୍ୟ ଖାଆନ୍ତୁ ।
ମିଥୁନ : ଏହି ରାଶିର ଲୋକମାନେ ଖାଦ୍ୟ ଓ ବ୍ୟାୟାମକୁ ବିଶେଷ ଗୁରୁତ୍ୱ ଦିଅନ୍ତି ନାହିଁ । ସ୍ୱାସ୍ଥ୍ୟକୁ ଜଗି ଖାଦ୍ୟ ଖାଇବା ଏମାନେ ଆଦୌ ପସନ୍ଦ କରନ୍ତି ନାହିଁ । ଏଣୁ ଏହି ରାଶିର ଲୋକମାନେ ନିଜ ସ୍ୱାସ୍ଥ୍ୟକୁ ଦେଖି ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ ।
କର୍କଟ : ସାଧାରଣତଃ ଏହି ରାଶିର ବ୍ୟକ୍ତିମାନେ ଗଢ଼ଣରେ ପତଳା । ସ୍ୱଭାବରେ ଏମାନେ ଅତ୍ୟନ୍ତ ମନମୁଟିଆ ହୋଇଥାଆନ୍ତି । ଖରାଦିନିଆ ଫଳ ଖାଇବାକୁ ଏମାନେ ପସନ୍ଦ କରନ୍ତି ନାହିଁ । ଏଭଳି ଲୋକ ବ୍ୟାୟାମ କରିବାକୁ ପସନ୍ଦ କରନ୍ତି ନାହିଁ । ଏଣୁ ପ୍ରତ୍ୟେକ ଦିନ କିଛି ସମୟ ଚାଲିବା ଆପଣଙ୍କ ପାଇଁ ଭଲ ।
ସିଂହ : ଏହି ରାଶିର ବ୍ୟକ୍ତିମାନେ ମୁଖ୍ୟତଃ ରାତ୍ରିଭୋଜନ ଉପରେ ନିର୍ଭର କରିଥାନ୍ତି । ଏଭଳି ଲୋକ ଦିନ ଖାଇବା ପ୍ରତି ଆଗ୍ରହପ୍ରକାଶ କରନ୍ତି ନାହିଁ । ହେଲେ ସନ୍ତୁଳିତ ଆହାର ଖାଇବାରେ ହେଳା କରନ୍ତୁ ନାହିଁ ।
କନ୍ୟା : ଏହି ରାଶିର ଲୋକମାନେ ସ୍ୱାସ୍ଥ୍ୟକୁ ନେଇ ଅନ୍ୟ ରାଶିଙ୍କ ତୁଳନାରେ ଅଧିକ ସଚେତନ । ସାଧାରଣତଃ କନ୍ୟା ରାଶିର ଲୋକମାନେ ତୈଳଯୁକ୍ତ ଗରିଷ୍ଠ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ମୁଖ୍ୟତଃ ସବୁଜ ପନିପରିବା ଓ ଫଳମୂଳ ଖାଇବାକୁ ପସନ୍ଦ କରନ୍ତି । ଏଣୁ ଖରାଦିନେ ଏହି ଅଭ୍ୟାସକୁ ବଦଳାନ୍ତୁ ନାହିଁ ।
ତୁଳା : ଏହି ରାଶିର ବ୍ୟକ୍ତିିମାନେ ସ୍ୱାସ୍ଥ୍ୟ ହିତକାରୀ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ମାତ୍ର ବ୍ୟାୟାମ କରିବାକୁ କୁଣwାବୋଧ କରିଥାନ୍ତି । ଏଣୁ ଏପରି ରାଶିର ଲୋକ ନିଜକୁ ସୁସ୍ଥ ରଖିବା ପାଇଁ କିଛି ବ୍ୟାୟାମ କରିବା ଆବଶ୍ୟକ ।
ବିଛା : ସାଧାରଣତଃ ଏହି ରାଶିର ଲୋକମାନେ ଖାଦ୍ୟଲୋଭୀ ହୋଇଥିବାରୁ ଅଧିକ ଖାଇନିଅନ୍ତି । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଗୁରୁତ୍ୱ ଦେଉନଥିଲେ ସୁଦ୍ଧା ସତର୍କ କରାଇଦେଲେ ଏମାନେ ନିଜ ଖାଦ୍ୟ ଅଭ୍ୟାସ ବଦଳାଇବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ ।
ଧନୁ : ଏହି ରାଶିର ଲୋକମାନେ ନିଜ ଖାଦ୍ୟରେ କ୍ୟାଲସିୟମ ଓ ଭିଟାମିନ୍-ସିର ମାତ୍ରା ଅଧିକ ରଖିବା ଆବଶ୍ୟକ । ପନିପରିବା ଓ ଫଳମୂଳ ଖାଇବାରେ ଗୁରୁତ୍ୱ ଦିଅନ୍ତୁ ।
ମକର : ଏହି ରାଶିର ଲୋକମାନେ ସାମାନ୍ୟ ଦୁଃଖୀ ହୋଇଗଲେ ଅଧିକ ଖାଦ୍ୟ ଖାଇ ନିଅନ୍ତି । ଖରାଦିନେ ଏପରି ଲୋକ ନିଜ ଖାଦ୍ୟରେ ଯେପରି କ୍ୟାଲସିୟମ୍ର ମାତ୍ରା ଅଧିକ ରହୁଛି ଏଥିପ୍ରତି ଧ୍ୟାନ ଦିଅନ୍ତୁ । ଅଭ୍ୟାସ କରି ପ୍ରତ୍ୟେକ ଦିନ କିଛି ସମୟ ଚାଲନ୍ତୁ ।
କୁମ୍ଭ : ଏହି ରାଶିର ଲୋକମାନଙ୍କ ପାଇଁ ଗରିଷ୍ଠ ଖାଦ୍ୟ ଅପେକ୍ଷା ହାଲକା ଖାଦ୍ୟ ଅଧିକ ଉପଯୋଗୀ । ଖରାଦିନେ ଧ୍ୟାନ, ବ୍ୟାୟାମ କରିବା ସହିତ ନିରାମିଷ ଖାଦ୍ୟ ଖାଆନ୍ତୁ ।
ମୀନ : ଏହି ରାଶିର ଲୋକମାନେ ସାଧାରଣତଃ ନାଚ, ଗୀତକୁ ପସନ୍ଦ କରିଥାନ୍ତି । ଏମାନେ ନିଜ ଖାଦ୍ୟ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଇଥାନ୍ତି । ପୁଷ୍ଟିକର ଖାଦ୍ୟ ଖାଇବାକୁ ଏମାନେ ଭଲପାଆନ୍ତି । ଖରାଦିନେ ମଧ୍ୟ ଏହି ଅଭ୍ୟାସକୁ ଜାରି ରଖନ୍ତୁ ।
ଅଜୟ କୁମାର ବେହେରା
ଦୂରଭାଷ : ୯୪୩୭୦୩୧୨୫୩

Comments are closed.