ରାଜ୍ୟରେ ଗୋଟିଏ ଦିନରେ ୨୮୨ କରୋନା ସଂକ୍ରମିତ ଚିହ୍ନଟ; ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୭୫୨ କୁ ବୃଦ୍ଧି

ଭୁବନେଶ୍ୱର: ଜୁନ ୨୪: ଗତ ୨୪ ଘଂଟାରେ ରାଜ୍ୟରେ ୨୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଗଜପତି ଜିଲ୍ଲାରୁ ସର୍ବାଧିକ ୭୬ ଜଣ ଚିହ୍ନଟ ହେଇଥିବାବେଳେ, ଗଂଜାମ ରୁ ୭୫ ଜଣ, ଖୋର୍ଦ୍ଧା ରୁ ୨୬ ଜଣ, ଝାରସୁଗୁଡା ରୁ ୨୩ ଜଣ, କନ୍ଧମାଳ ରୁ ୧୭ ଜଣ,ସମ୍ବଲପୁର ରୁ ୧୩ ଜଣ, ଜଗତସିଂହପୁର ରୁ ୧୧ ଜଣ, ପୁରୀ ରୁ ୯ ଜଣ, ମୟୁରଭଞ୍ଜ ଓ ଯାଜପୁର ରୁ ୬ ଜଣ ଲେଖାଏଁ, କଟକ ରୁ ୪ ଜଣ, ବାଲେଶ୍ୱର ରୁ ୩ ଜଣ ଏବଂ ସୁନ୍ଦରଗଡ, ବଲାଙ୍ଗୀର, ନୟାଗଡ, ଅନୁଗୁଳ ଓ କୋରାପୁଟ ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଏଡିଆରଏଫ୍ ର ୮ ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି I
ଏହାକୁ ମିଶାଇ ରାଜ୍ୟରେ ମୋଟ ୫୭୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇସାରିଲେଣି I ଅନ୍ୟ ପକ୍ଷରେ ୩୯୮୮ ଜଣ ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି ଏବଂ ୧୭୪୦ ଜଣ ଚିକିତ୍ସାଧୀନ ଅଛନ୍ତି I

Launching Ceremony of “AYUSHMAN BHARAT

Comments are closed.