ଭୁବନେଶ୍ୱର: ଅଗଷ୍ଟ ୧୦: ଆସନ୍ତା ୧୨ ତାରିଖରେ ରାଜ୍ୟରେ ଯୁକ୍ତ ଦୁଇ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସାମ୍ସ ପୋର୍ଟାଲ ମାଧ୍ୟମରେ ବିଦ୍ୟାର୍ଥୀମାନେ ଆବେଦନ କରିପାରିବେ ।
କରୋନା ମହାମାରୀ ସକାଶେ କୌଣସି ଫି’ ବୃଦ୍ଧି ହେବ ନାହିଁ । ଏହାସହ ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ଦୁଇ ସିଟ୍ ବଢ଼ାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ମୋଟ୍ ୫୪ ହଜାର ୯୦୦ ସିଟ୍ ବୃଦ୍ଧି କରାଯାଇଛି । କଳା ବିଷୟରେ ୪୦ ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ ଆସିଥିଲା ବେଳେ ୩୮ ହଜାର ସିଟ୍ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି । ସେହିପରି ବିଜ୍ଞାନ ବିଷୟରେ ୨୫ ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ ଆସିଥିଲାବେଳେ ୧୩ ହଜାର ସିଟ୍ ବୃଦ୍ଧି କରାଯାଇଛି । ବାଣିଜ୍ୟରେ ୪ ହଜାର ସିଟ୍ ବୃଦ୍ଧି ନେଇ ଆବେଦନ ଆସିଥିଲାବେଳେ ସେଥି ମଧ୍ୟରୁ ୩ ହଜାର ୯୦୦ଟି ସିଟ୍ ବୃଦ୍ଧି କରାଯାଇଛି ।

Comments are closed.