ରନିଂ ଭର୍ସେସ୍‌ ଓ୍ୱାକିଂ

0

ଏକ୍ସରସାଇଜ ଆମ ଦେହ ପାଇଁ ଖୁବ ଉପକାରୀ ହୋଇଥାଏ । ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ଆମେ ନିରୋଗ ରହିଥାଉ । ତେବେ ଆସନ୍ତୁ ଜାଣିବା ରନିଂ ଓ ଓ୍ୱାକିଂ ମଧ୍ୟରେ କଣ ଅନ୍ତର ରହିଛି । କେଉଁଟି ଆମ ଶରୀର ପାଇଁ ଅଧିକ ଉପକାରୀ ।

ଓ୍ୱାକିଂ ଠାରୁ ଭଲ ରନିଂ
ଚାଲିବା ବା ଓ୍ୱାକିଂ ଆମ ଶରୀରକୁ ରନିଂ ଭଳି ହିଁ ବେନିଫିଟ୍‌ ଯୋଗାଇଥାଏ , କିନ୍ତୁ ରନିଂ ବା ଦୌଡିବା ଚାଲିବା ଠାରୁ ଦୁଇଗୁଣା ଅଧିକ କ୍ୟାଲୋରୀ ବର୍ଣ୍ଣ କରିଥାଏ । ଯେପରି ଜଣେ ୭୦ କେଜିର ବ୍ୟକ୍ତି ଯଦି ଘଣ୍ଟାକୁ ୫ ମାଇଲ ଦୌଡିଥାଏ, ତେବେ ସେ ୬୦୬ ଗ୍ରାମର କ୍ୟାଲୋରୀ ବର୍ଣ୍ଣ କରିଥାଏ । ହେଲେ ଜଣେ ଯଦି ୩.୫ ମାଇଲ ପ୍ରତି ଘଣ୍ଟା ଚାଲିଥାଏ, ତେବେ ସେ ମାତ୍ର ୩୧୪ ଗ୍ରାମର କ୍ୟାଲୋରୀ ବର୍ଣ୍ଣ କରିଥାଏ । ତେଣୁ ଯଦି ଆପଣ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଓ୍ୱାକିଂ ଅପେକ୍ଷା ରନିଂ ବେଶି ଉପଯୋଗୀ । ହେଲେ ଯଦି ଆପଣ ରନିଂ କରି ନପାରୁଛନ୍ତି ତେବେ ଓ୍ୱାକିଂ କରିପାରିବେ ।

ପାଓ୍ୱାର ଓ୍ୱାକିଂ
ସ୍ପିଡ୍‌ ଓ୍ୱାକିଂ ବା ପାଓ୍ୱାର ଓ୍ୱାକିଂ ସମୟରେ ଆମକୁ କ୍ଷିପ୍ରଗତିରେ ଚାଲିବାକୁ ହୋଇଥାଏ । ପାଓ୍ୱାର ଓ୍ୱାକିଂ ବେଳେ ଆମ ହାର୍ଟରେଟ୍‌ ସାଧାରଣ ହାର୍ଟରେଟ୍‌ ଠାରୁ ଅଧିକ ରହିଥାଏ । ତେବେ ପାଓ୍ୱାର ଓ୍ୱାକିଂ ସାହାଯ୍ୟରେ ଆପଣ ଅଧିକ କ୍ୟାଲୋରୀ ବର୍ଣ୍ଣ କରିପାରିବେ । ଏହି ପ୍ରକ୍ରିୟାରେ ସାଧାରଣତଃ ଘଣ୍ଟାକୁ ୩ ମାଇଲ୍‌ରୁ ୫ ମାଇଲ୍‌ ପର୍ଯ୍ୟନ୍ତ ଚାଲିବାକୁ ପଡିଥାଏ । ତେବେ ରନିଂ ସ୍ଥାନରେ ପାଓ୍ୱାର ଓ୍ୱାକିଂ କରିହେବ, କେତେକାଂଶରେ ଏହା ସମାନ ହୋଇଥାଏ । ପାଓ୍ୱାର ଓ୍ୱାକିଂ କାରଣରୁ ଜଗିଂ ଭଳି ଆମର କ୍ୟାଲୋରୀ ବର୍ଣ୍ଣ ହୋଇଥାଏ । ପାଓ୍ୱାର ଓ୍ୱାକିଂ ଆମର ଓଜନକୁ ନିୟନ୍ତ୍ରଣରେ ରଖିବା ସହ ଆମର ମୁଡ୍‌କୁ ମଧ୍ୟ ଠିକ କରିଥାଏ ।

ଇନ୍‌କ୍ଲାଇନ୍‌ ଓ୍ୱାକିଂ
ଟ୍ରେଡ୍‌ ମିଲରେ ଚାଲିବା, ସିଡି ଚଢିବା କିମ୍ବା ପାହାଡ ଚଢିବା ଆଦି ପ୍ରକ୍ରିୟାକୁ ଇନ୍‌କ୍ଲାଇନ୍‌ ଓ୍ୱାକିଂ କୁହାଯାଇଥାଏ । ଏହି ପ୍ରକ୍ରିୟାରେ ରନିଂ ଭଳି କ୍ୟାଲୋରୀ ବର୍ଣ୍ଣ ହୋଇଥାଏ । ଏହା ସାଧାରଣ ସମତଳରେ କରାଯାଉଥିବା ଓ୍ୱାକିଂ ଠାରୁ ଅଧିକ କ୍ୟାଲୋରୀ ବର୍ଣ୍ଣ କରିଥାଏ । ଏହି ପ୍ରକ୍ରିୟାରେ ଧୀରେଧୀରେ ସ୍ପିଡ୍‌କୁ ବଢାନ୍ତୁ ଲାଭ ମିଳିବ ।

ରନିଂ ରିସ୍କ୍‌
ଓଜନ କମାଇବା ସହ ଫିଟ୍‌ ରହିବା ପାଇଁ ରନିଂ ସବୁଠାରୁ ଭଲ ଅପସନ୍‌ ହୋଇଥାଏ । ହେଲେ ଏଥିରେ ପରିଶ୍ରମ ଅଧିକ ଲାଗୁଥିବାରୁ ଏଥିରେ ରିସ୍କ୍‌ ମଧ୍ୟ ଅଧିକ ରହିଥାଏ । ଏହା ବେଳେବେଳେ ଶରୀର ପାଇଁ କ୍ଷତିକାରକ ସାଜିଥାଏ । ସେହି ତୁଳନାରେ ଓ୍ୱାକିଂ ଭଲ । ହେଲେ ଏହାକୁ ଯଦି ପ୍ରପର ଗାଇଡାନ୍‌୍ସରେ କରାଯାଇଥାଏ ତେବେ ଏହା ବେଶ ଭଲ ହୋଇଥାଏ । ଏହାକୁ ପ୍ରପର ଗାଇଡଲାଇନ୍ସରେ କରାନଗଲେ ଏହା କରିବା ସମୟରେ ବିଭିନ୍ନ ପ୍ରକାର ହେଲ‘ ଇଞ୍ଜୁରୀ ହେବାର ଡର ରହିଥାଏ । ଏଥିରେ ଫାଇଦା ଅଧିକ ସହ ରିସ୍କ୍‌ ମଧ୍ୟ ଅଧିକ ଥାଏ । ପ୍ରଥମେ ରନିଂ ଆରମ୍ଭ କରିବା ସମୟରେ ଏକ୍ସପର୍ଟଙ୍କ ସହାୟତା ନିଅନ୍ତୁ ।

Leave A Reply

Your email address will not be published.