ମଦ ଦୋକାନରେ ରକୁଲ ପ୍ରୀତ ସିଂ!

ମୁମ୍ବାଇ:  ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଲକ୍‌ଡାଉନ୍‌ ବେଳେ ମଦ ଦୋକାନରୁ ମଦ କିଣୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

View this post on Instagram

🦋

A post shared by Rakul Singh (@rakulpreet) on

ମୁହଁରେ ମାସ୍କ ପିନ୍ଧିବା ସହ ସେ ଦୋକାନରୁ କିଣି ଜିନିଷ କିଣି ନିଜ ଗାଡ଼ି ଆଡ଼କୁ ଆସୁଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି।

ଏହି ଭିଡିଓକୁ ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ କମାଲ ଆର୍‌ ଖାନ୍‌ ପୋଷ୍ଟ କରିଛନ୍ତି। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ରକୁଲ ମଦଦୋକାନରୁ ମଦ କିଣୁଛ କି ? ବୋଲି ଟୁଇଟର ଯୋଗେ କମାଲ ପ୍ରଶ୍ନ ମଧ୍ୟ କରିଥିଲେ। ରିଟୁଇଟ୍‌ କରି ରକୁଲ ଉତ୍ତର ଦେଇଥିଲେ ଯେ, ଔଷଧ ଦୋକାନରେ ମଦ ମିଳୁଥିବା କଥା ମୁଁ ଜାଣି ନ ଥିଲି। ତାଙ୍କର ଏଭଳି ବ୍ୟଙ୍ଗାତ୍ମକ ଉତ୍ତର ଦର୍ଶାଇଥିଲା ଯେ, ମଦ କିଣିବାକୁ ସେ ଯାଇ ନ ଥିଲେ ବରଂ ଔଷଧ ଦୋକାନରୁ କିଛି ଔଷଧ ସେ କିଣି ଗାଡ଼ିକୁ ଫେରୁଥିଲେ।

ଭାଇରାଲ ହୋଇଥିବା ଭିଡିଓରେ କିଛି ସତ୍ୟତା ନାହିଁ। ରକୁଲ ମଧ୍ୟ ଏକାଧିକ ତାମିଲ ଓ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି।

Govt

Comments are closed.