ଏସପି ସାରା ଶର୍ମାଙ୍କୁ ସମ୍ବର୍ଦ୍ଧନା

ସମୟ ଲାଇଭ,10/5:  ପବିତ୍ର ମାତୃ ଦିବସ ଅବସରରେ ଗଜପତି ପୋଲିସ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଓ ଆଦର୍ଶ ଥାନାର ଅଧିକାରୀ ବିବେକା ନନ୍ଦ ସ୍ୱାଇଁ ଟିମ୍ କରୋନl ପାଇଁ ଯୋଦ୍ଧା ଭଳି କାର୍ଯ୍ୟ କରୁଥିବା ଯୋଗୁଁ ପାରଳାଖେମୁଣ୍ଡି ଲକ୍ଷ୍ମୀନାରାୟଣ ନଗର ମହିଳାମାନଙ୍କ ଦ୍ଵାରା ସେମାନଙ୍କୁ ସମ୍ବର୍ଦ୍ଧନା କରାଯାଇ ଥିଲା l ସବୁଦିନ ପରି ଏସ ପି.. ସାରା ଶର୍ମା ପୋଲିସ ଟିମ୍ କୁ ସାଙ୍ଗରେ ନେଇ କରନା ମହାମାରୀ ରୋଗ ବିଷୟରେ ଜନସାଧରଣଙ୍କୁ ଜନସଚେତନତା କରୁଥିବା ବେଳେ ଲକ୍ଷ୍ମୀନାରାୟଣ ନଗରର ମହିଳା ମାନେ ସେଠାରେ ଅଚାନକ ପହଞ୍ଚି ସମସ୍ତଙ୍କୁ ସିନ୍ଦୂର ଟୋପା ଲଗାଇ ପୁଷ୍ପ
ବୃଷ୍ଟି କରିବା ସହ ବନ୍ଦାପନା କରିଥିଲେ ଏବଂ ଉପସ୍ଥିତ ପୋଲିସ କର୍ମଚାରୀ ମାନଙ୍କୁ  ମିଷ୍ଠ ବଣ୍ଟନ କରିଥିଲେ l

Comments are closed.