ମ୍ୟାଗ୍ନେସିୟମ ଅଭାବର ଲକ୍ଷଣ

0

ଶରୀରକୁ ସୁସ୍ଥ ରଖିବାକୁ ହେଲେ ଆମକୁ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱର ଆବଶ୍ୟକତା ପଡିଥାଏ । ଏଥିରେ ବିଭିନ୍ନ ପ୍ରକାରର ଯେପରି ପ୍ରୋଟିନ୍‌,ଫ୍ୟାଟ୍‌, ମିନେରାଲ୍ସ ଆଦି ସାମିଲ ଅଛି । ତେବେ ଏଥିରେ ସବୁଠାରୁ ଆଗରେ ରହିବ ମ୍ୟାଗ୍ନେସିୟମ । ମ୍ୟାଗ୍ନେସିୟମ ଆମ ଶରୀରରେ ହେଉଥିବା ଅନେକ ବାୟୋକେମିକାଲ୍‌ ପ୍ରୋସେସ୍‌ ପାଇଁ ଜରୁରୀ ହୋଇଥାଏ । ଏଥିରେ ଆମ ଶରୀରର ବିଭିନ୍ନ କାର୍ଯ୍ୟକଳାପ ଯେପରି ମେଟାବଲିଜିମ୍‌, ହାଡ ସୁସ୍ଥ ହେବା, ଖାଦ୍ୟରୁ ପ୍ରୋଟିନ୍‌ ଶରୀରରେ ମିଶିବା ଆଦି ସାମିଲ ରହିଛି । କେବଳ ଏତିକି ନୁହେଁ ମ୍ୟାଗ୍ନେସିୟମର ପ୍ରଭାବ ଆମର ରୋଗପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ରହିଛି । ତେଣୁ ଏହାର ଅଭାବରେ ଆମର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ହେଲେ ଏହାକୁ ଜାଣିବା କିଭଳି, ଏହା ଏକ ବଡ ପ୍ରଶ୍ନ । ଆସନ୍ତୁ ଜାଣିବା ଏଭଳି କିଛି ଲକ୍ଷଣ ବିଷୟରେ ଯାହାଦ୍ୱାରା ଆପଣ ଜାଣିପାରିବେ ଯେ ଆପଣଙ୍କ ଶରୀରରେ ମ୍ୟାଗ୍ନେସିୟମର ଅଭାବ ରହିଛି ।
– ମ୍ୟାଗ୍ନେସିୟମ ଆମର ମାଂସପେଶୀ ପାଇଁ ବିଶେଷଭାବେ ଦରକାରୀ ହୋଇଥାଏ । ଏହାର ଅଭାବରେ ମାଂସପେଶୀକୁ କ୍ଷତି ପହଞ୍ଚିଥାଏ । ମ୍ୟାଗ୍ନେସିୟମ ଅଭାବର ଏକ ବଡ ଲକ୍ଷଣ ହେଲା ଶିର ଟାଣିହେବା । ଏହା ବିଶେଷ ଭାବେ ଗୋଡରେ ଅନୂଭବ ହୋଇଥାଏ । କେବଳ ଗୋଡ ନୁହେଁ ଏହା ଅନ୍ୟସ୍ଥାନରେ ମଧ୍ୟ ହୋଇଥାଏ, ଯାହା କଷ୍ଟଦେଇଥାଏ । ଏପରି ହେଲେ ଆପଣଙ୍କ ଶରୀରରେ ମ୍ୟାଗ୍ନେସିୟମର ଅଭାବ ହୋଇଛି ବୋଲି ଜାଣନ୍ତୁ ।
– ମ୍ୟାଗ୍ନେସିୟମ ଅଭାବର ଅନ୍ୟ ଏକ ଲକ୍ଷଣ ହେଲା ଦୁର୍ବଳ ଲାଗିବା ଏବଂ ମୁଣ୍ଡ ବୁଲାଇବା । କାରଣ ନଥାଇ ମଧ୍ୟ ଅନେକ ସମୟରେ ମୁଣ୍ଡ ବୁଲାଇବା ସହିତ ଦୁର୍ବଳତା ଲାଗିଥାଏ । ଯେତେବେଳେ ଆମ ଶରୀରରେ ମ୍ୟାଗ୍ନେସିୟମର ଅଭାବ ଦେଖାଦେଇଥାଏ, ସେହିସମୟରେ ଶରୀରରେ ଏନର୍ଜି ମିଳିବା କମ ହୋଇଥାଏ । ତେଣୁ ଆପଣଙ୍କୁ ଦୁର୍ବଳ ଲାଗିଥାଏ ।
– ଏହାର ଅନ୍ୟ ଏକ କାରଣ ନିଦ୍ରା ହିନତା । ମ୍ୟାଗ୍ନେସିୟମର ଅଭାବ ଆମ ନିଦ ଉପରେ ପ୍ରଭାବ ପକାଇଥାଏ । ଏହା ନିଦ୍ରା ହିନତାର ବି କାରଣ ସାଜିଥାଏ । ତେଣୁ ଆମକୁ ରାତିରେ ନିଦ ନହେବା ମଧ୍ୟ ମ୍ୟାଗ୍ନେସିୟମ ଅଭାବର ଲକ୍ଷଣ । ଯଦି ଅନେକ ଦିନ ଧରି ନିଦ୍ରା ହିନତା ଲକ୍ଷଣ ଆପଣଙ୍କ ନିକଟରେ ଦେଖିବାକୁ ମିଳୁଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
– ଏହାର ଆଉ ଏକ ଲକ୍ଷଣ ହେଲା ଡିପ୍ରେସନ୍‌ । ମ୍ୟାଗ୍ନେସିୟମର ଅଭାବ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ରହିଛି । ଏହାର ଅଭାବରେ ଷ୍ଟ୍ରେସ୍‌ ଏବଂ ଡିପ୍ରେସନର ଲେବଲ୍‌ ବଢିଥାଏ ।

Leave A Reply

Your email address will not be published.