ମୋବାଇଲଠୁ ରୁହନ୍ତୁ ଦୂରରେ

0

ଆଜିକାଲି ବିନା ମୋବାଇଲରେ ଦୌନନ୍ଦିନ ଜୀବନର କୌଣସି କାମ ହୋଇପାରୁନାହିଁ । ତେବେ ମୋବାଇଲ ଦେଖିବାଦ୍ୱାରା ଆମକୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ହେଉଥିବାର ଦେଖିବାକୁ ମିଳୁଛି । ଯାହାକୁ ନେଇ ବର୍ତ୍ତମାନ ଡିଜିଟାଲ ଡିଟକ୍ସର ଟ୍ରେଣ୍ଡ ବଢିବାରେ ଲାଗିଛି । ପ୍ରାୟ ସମସ୍ତେ ବର୍ତ୍ତମାନ ମୋବାଇଲଠାରୁ ଦୂରରେ ରହିବାକୁ ଚେଷ୍ଟା କରୁଛନ୍ତି । ବିଶେଷଭାବେ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ମୋବାଇଲ ପାଖରୁ ଦୂରରେ ରଖିବାକୁ ଚେଷ୍ଟା କରୁଛନ୍ତି । ବଡ ହେଉ କି ଛୋଟ ସମସ୍ତେ ଚାହୁଁଛନ୍ତି କିଭଳି ମୋବାଇଲ ଠାରୁ ଦୂରରେ ରହିବେ । ତେବେ ସେଥିପାଇଁ କିଛିଟା ଟିପ୍ସ ଆପଣାଇଲେ ଏହାକୁ ସହଜରେ କାର୍ଯ୍ୟକାରୀ କରିହେବ ।
ଯେତେବେଳେ ଆମେ ଫୋନ୍‌ ଠାରୁ ଦୂରରେ ରହି କାମ କରିବା ସେତେବେଳେ ଆମ ମସ୍ତିଷ୍କ ଆକ୍ଟିଭ ରହିବ ଏବଂ କାମରେ ଏକାଗ୍ରତା ଆସିବ । ଡିଷ୍ଟ୍ରାକସନ୍‌ କମ ହେବ ।
ରାତିରେ ସ୍କି୍ରନ ଟାଇମିଂକୁ ଜିରୋ କରିବା ଦ୍ୱାରା ନିଦ ଜଲଦି ଆସିବ । ସକାଳୁ ଆପଣଙ୍କୁ ସତେଜ ଲାଗିବ । ପୁରା ଦିନ ଆପଣଙ୍କର ଭଲରେ ଯିବ ।
ଫୋନ ଠାରୁ ଦୂରରେ ରହି ନିଜ ସାଙ୍ଗସାଥୀ ଓ ପରିବାର ସହିତ ସମୟ ବିତାନ୍ତୁ । ଏହାଦ୍ୱାରା ଆପଣଙ୍କ ମନ ଭଲ ରହିବା ସହିତ ବିଭିନ୍ନ ମାନସିକ ସମସ୍ୟାରୁ ମୁକ୍ତି ରହିବେ ।
ପିଲାଙ୍କୁ ବୁଝାଇବା ପାଇଁ ସେମାନଙ୍କ ଫୋନ ନ ଧରେଇ ବିଭିନ୍ନ ଖେଳ କୁଦରେ ଲଗାନ୍ତୁ । ସେମାନଙ୍କ ସହିତ ସମୟ ବିତାନ୍ତୁ ।
ମୋବାଇଲ ଠାରୁ ଦୂରରେ ରହି ପିଲାଙ୍କ ସହିତ ଖେଳି ପାରିବେ , ନିଜେ ଯୋଗ ବ୍ୟାୟାମ କରିପାରବେ ।
ସବୁବେଳେ ନିଜ ଜୀବନକୁ ବ୍ୟବସ୍ଥିତ ଢଙ୍ଗରେ ବଞ୍ଚନ୍ତୁ । ପ୍ରତିଦିନର ଦିନଚର୍ଯ୍ୟାକୁ ଟାଇମ୍‌ ଟେବଲ ହିସାବରେ କରନ୍ତୁ । ଯାହାଫଳରେ ମୋବାଇଲ ଦେଖିବାକୁ ସମୟ ମିଳିବ ହିଁ ନାହିଁ ।

Leave A Reply

Your email address will not be published.