ପୁରୀ : ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ବଡ଼ ପ୍ରଶ୍ନ । ଶ୍ରୀମନ୍ଦିର ବାହାରେ ଓ ଭିତରେ ମୁତୟନ ହୋଇଛନ୍ତି ମାଳମାଳ ସୁରକ୍ଷାକର୍ମୀଙ୍କ ସହିତ ଡ୍ରଜନ ଉପରେ ଏଆଇ କ୍ୟାମେରା । ତେବେ ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳିଦେଇ ମେଘନାଦ ପାଚେରୀ ଉପରେ ଚଢି ଶ୍ରୀମନ୍ଦିର ଭିତରକୁ ଗଲେ ଚାରି ଜଣ ଯୁବକ । ଦକ୍ଷିଣ ଦ୍ୱାର ପାଖରେ ଥିବା ଅଳିଆ ଗଦା ଚଢି ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ଏହି ୪ଜଣ ସନ୍ଦିଗ୍ଧ ଯୁବକ । ତେବେ ଏମାନେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଭିତରେ ପ୍ରବେଶ କରିଥିଲେ ତାହା ଜଣାପଡ଼ିନାହିଁ। ଶ୍ରୀମନ୍ଦିର ସୁରକ୍ଷାକର୍ମୀ ଏନେଇ ଅବଗତ ଥିଲେ ନା ସୁରକ୍ଷାରେ ଅବହେଳା ହୋଇଛି ତାହା ତଦନ୍ତ ସାପେକ୍ଷ ।

Comments are closed.