ମୁଣ୍ଡରେ ଫୁଟବଲ୍‌ ମାରିବା କ୍ଷତିକାରକ

ଫୁଟବଲ ଖେଳିବା ସମୟରେ ଖେଳାଳୀମାନେ ଅନେକ ସମୟରେ ମୁଣ୍ଡ ସାହାଯ୍ୟରେ ଗୋଲ କରିଥାଆନ୍ତି, ଏହାକୁ ସକର ହେଡର କୁହାଯାଇଥାଏ । ଏଭଳି ମୁଭର ସମସ୍ତେ ଖୁବ ମଜା ନେଇଥାଆନ୍ତି । ହେଲେ ପଡିଆରେ ଏଭଳି ଷ୍ଟଣ୍ଟ ଦର୍ଶକଙ୍କୁ ମଜାଦେଉଥିଲେ ବି ଖେଳାଳୀଙ୍କ ପାଇଁ କ୍ଷତିକାରକ ବୋଲି ଏକ ଗବେଷଣାରେ ଜଣା ପଡିଛି । ଏପରି କରିବା ଦ୍ୱାରା ସେମାନଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପଡୁଥିବାନେଇ ସୂଚନା ମିଳିଛି । ଏହାକୁ ନେଇ ଏକ ଗବେଷଣା କରାଯାଇଥିଲା ଯେଉଁଥିରେ ମିଳିଥିବା ତଥ୍ୟା ଅନୁସାରେ, ଯେଉଁ ଖେଳାଳୀମାନେ ନିଜ ମୁଣ୍ଡରେ ଏକ ହଜାର ଥରରୁ ଅଧିକ ଏହି ଷ୍ଟଣ୍ଟ କରିଛନ୍ତି ସେମାନଙ୍କ ମସ୍ତିଷ୍କରେ ପରିବର୍ତ୍ତନ ଘଟିଛି । ସେହିଭଳି ଏମାନଙ୍କର ସ୍ମରଣଶକ୍ତିରେ ମଧ୍ୟ ପରିବର୍ତ୍ତନ ଘଟୁଥିବା ଏହି ଗବେଷଣାରୁ ଜଣା ପଡିଛି । ସେହିଭଳି ଅତ୍ୟଧିକ କଷ୍ଟ ଷ୍ଟଣ୍ଟ ଖେଳାଳୀଙ୍କ ମସ୍ତିଷ୍କରେ ଗୁରୁତର ପ୍ରଭାବ ପକାଇପାରେ ବୋଲି ମଧ୍ୟ ଏହି ଗବେଷଣାରେ କୁହାଯାଇଛି । ତେଣୁ ବର୍ତ୍ତମାନ ଖେଳାଳୀଙ୍କୁ ପଡିଆରେ ସାବଧାନ ରହିବାର ଆବଶ୍ୟକତା ରହିଛି ବୋଲି ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.