ମିଛୁଆ ରାଧୁଆ

0

ଆଇ ମାଆ କାହାଣୀ ଭିତରେ କିଛି କଥା ଏଭଳି ଥାଏ ଯାହା ପିଲାଙ୍କୁ ଛୋଟବେଳୁ ଅନେକ କଥା ଶିଖାଇଥାଏ । ଏହି କାହାଣୀ ଗୁଡିକ ପିଲାଙ୍କୁ ବାସ୍ତବ ଜୀବନ ପାଇଁ ଧୀରେ ଧୀରେ ପ୍ରସ୍ତୁତ କରିଥାଏ । ବାସ୍ତବ ଜୀବନରେ କିଭଳି ବିଭିନ୍ନ ସମସ୍ୟାକୁ ମୁକାବିଲା କରିହେବ ଏହି କାହାଣୀ ଶିଖାଇଥାଏ ।
ଏହି କାହାଣୀପେଡିରେ ଅନେକ କାହାଣୀ ରହିଛି, ଯେଉଁଥିରୁ ଗୋଟିଏ ହେଲା ମିଛୁଆ ରାଧୁଆ । ଯାହା ଆମକୁ ପିଲାଦିନୁ ଜୀବନ ସମ୍ପର୍କରେ ଖୁବ ଗୁରୁତ୍ବପୂର୍ଣ୍ଣ କଥା ଶିଖାଇଥାଏ । ଏହି କାହାଣୀ ଆମକୁ କିଭଳି ଜୀବନରେ ଅନ୍ୟକୁ ଠକିଲେ ଆମେ ନିଜେ ସମସ୍ୟାରେ ପଡିବା ସେହିକଥା ସୂଚାଇଥାଏ । ଏହି କାହାଣୀ ପ୍ରତିଟି ପିଲା ପିଲାଦିନେ ଶୁଣିଥାଆନ୍ତି । ଏପରିକି ଅନେକ ସମୟରେ ବଡମାନେ କଥାରେ ମଧ୍ୟ କହନ୍ତି କି ମିଛୁଆ ରାଧୁଆ ଭଳି ହୁଅନି ହଇରାଣ ହେବ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି କାହାଣୀର ମୂଳ ବସ୍ତୁ ।
ଏକଦା ଗୋଟିଏ ଗାଁରେ ଜଣେ ପିଲା ରହୁଥିଲା ଯିଏ ଗାଈ ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉଥିଲା । ନାଁ ତାର ଥିଲା ରାଧୁଆ । ରାଧୁଆ କହିଲେ ଗାଁର ସମସ୍ତେ ଖୁବ ଭଲପାଉଥିଲା । ସକାଳହେଲେ ସେ ଗାଈ ଧରି ପାଖ ଜଙ୍ଗଲକୁ ଚରାଇବାକୁ ଯାଇଥାଏ । ଗାଈ ଚରାଇସାରି ସନ୍ଧ୍ୟାରେ ଘରକୁ ଫେରିଥାଏ । ତେବେ ସବୁଦିନ ଏଭଳି ଚାଲିଥାଏ । ଗୋଟିଏ ଦିନ ପିଲାଟି ଗାଁ ଲୋକଙ୍କ ସହିତ ମଜା ଖେଳିବାକୁ ଚାହିଁଲା । ହଠାତ୍ ଗାଈ ଚରାଉଥିବା ବେଳେ ଡାକ ପକାଇ ଗାଁ ଲୋକଙ୍କୁ ଡାକିଥିଲା । ତାର ଗାଈମାନଙ୍କୁ ବାଘ ଆକ୍ରମଣ କରିଥିବା ସେ ଗ୍ରାମବାସୀଙ୍କୁ କହିଥିଲା । ଯାହାପରେ ଗାଁଲୋକ ସମସ୍ତେ ସେ ଗାଈ ଚରାଉଥିବା ସ୍ଥାନକୁ ଦୌଡିକରି ଯାଇଥିଲେ । ହେଲେ ସେଠାରେ ଯାଇ ଦେଖିଲା ବେଳକୁ ବାଘ ନାହିଁ । ରାଧୁଆ ସେମାନଙ୍କ ସହିତ ମଜା କରିବା ପାଇଁ ଏପରି କରିଥିବା ଜାଣିବାକୁ ପାଇଥିଲେ । ଏହାପରେ ସମସ୍ତ ଗାଁକୁ ଫେରି ଆସିଲେ । ତାକୁ ଏଭଳି କରିବାକୁ ବାରଣ ମଧ୍ୟ କରିଥିଲେ । ହେଲେ କିଛି ଦିନ ଯିବାପରେ ରାଧୁଆ ପୁଣି ଗାଁ ଲୋକଙ୍କୁ ସେହି ସମାନ ଉପାୟରେ ଡାକିଥିଲା । ଏଥର ମଧ୍ୟ ଗାଁ ଲୋକମାନେ ତାକୁ ବିଶ୍ବାସ କରି ବାଘକୁ ମାରିବାକୁ ସେଠାରେ ପହଞ୍ଚିଥିଲେ , ହେଲେ ଏଥର ମଧ୍ୟ ରାଧୁଆ ମଜାକ କରିଥିଲା । ଏହିପରି ଭାବେ ସେ ଆଉ ଦୁଇଥର ମଧ୍ୟ ଗ୍ରାମବାସୀଙ୍କୁ ହଇରାଣ କରିଥିଲା । ଏହାପରେ ଗୋଟିଏ ଦିନ ସତରେ ବାଘ ତାର ଗାଈମାନଙ୍କୁ ଆକ୍ରମଣ କରିଥିଲା । ଏଥର ସେ ଗାଁ ଲୋକଙ୍କୁ ଡାକିଥିଲା ହେଲେ କେହି ବି ତା କଥା ଶୁଣିନଥିଲେ । କାରଣ ସେମାନେ ଭାବିଥିଲେ ସବୁଥରପରି ଏଥର ମଧ୍ୟ ରାଧୁଆ ମିଛରେ ଡାକୁଥିବ, ତେଣୁ ସେମାନେ ଯାଇନଥିଲ । ଏହାପରେ ରାଧୁଆର ଅନେକ ଗାଈଙ୍କୁ ବାଘ ଖାଇଯାଇଥିଲା । ତେଣୁ ରାଧୁଆ ମିଛ କହିଥିବାରୁ ତାର ସତକୁ ମଧ୍ୟ ସମସ୍ତେ ମିଛ ବୋଲି ଭାବିଥିଲେ । ତେଣୁ ଜୀବନରେ ମିଛ କହିବା ଅନୁଚିତ୍ ବୋଲି ଏହି ଗଳ୍ପରୁ ଶିକ୍ଷା ମିଳିଥାଏ ।

Govt
Leave A Reply

Your email address will not be published.