ମା’କୁ ମାଡ଼ ମାରିବା ପରେ ଆତ୍ମହତ୍ୟା କଲା ପୁଅ

ନିଆଳି : ପାରିବାରିକ କଳହର କରୁଣ ପରିଣତି I ମା’କୁ ମାଡ଼ ମାରି ଗୁରୁତର କରିବା ପରେ ଆତ୍ମହତ୍ୟା କରିଛି ପୁଅ I ଘଟଣା ଘଟିଛି କଟକ ଜିଲା ଓଲଟପୁର ପଞ୍ଚାୟତ କଣ୍ଟାପଦା ଗାଁରେ I ମୃତ ଯୁବକଙ୍କ ନାଁ ଆଲୋକ ସାହୁ I

ଘଟନାନୁସାରେ,ଆଲୋକ ଅଧିକାଂଶ ସମୟରେ ନିଶା ସେବନ କରୁଥିଲା I ସେହିପରି ଗତକାଲି ମଧ୍ୟ ଆଲୋକ ମଦ ପି’ଆସି ମା’ ଶାନ୍ତିଲତା ଓ ତାଙ୍କ ଭଉଣୀଙ୍କୁ ମାରଧର କରିଥିଲା I ଏହାପରେ ମାମଲା ଥାନାକୁ ଯାଇଥିଲା I ତେବେ ଥାନାରୁ ଆସି ଆଲୋକ ଗୋଟିଏ ଘରେ ପଶି କବାଟ ବନ୍ଦ କରି ଏକ ଗାମୁଛାରେ ଝୁଲି ପଡିଥିଲା I ଘଟଣାସ୍ଥଳରେ ନିଆଳି ପୋଲିସ ପହଁଚି ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି I

Govt

Comments are closed.