ମହିଳା ଏସିଆ କପ୍‌ରେ ନେପାଳକୁ ହରାଇଲା ଭାରତ

ଦାମ୍ବୁଲା: ଶ୍ରୀଲଙ୍କାରେ ଚାଲିଥିବା ମହିଳା ଏସିଆ କପ୍‌ରେ ଭାରତୀୟ ଦଳ ଲଗାତାର ତୃତୀୟ ବିଜୟ ହାସଲ କରିଛି। ଭାରତୀୟ ଦଳ ୮୨ ରନ୍‌ର ବଡ଼ ବ୍ୟବଧାନରେ ନେପାଳକୁ ପରାସ୍ତ କରିଥିଲା। ଫଳରେ ପୂର୍ଣ୍ଣ ୬ ପଏଣ୍ଟ୍‌ ଅଜର୍ନ କରି ଗ୍ରୁପ୍‌-‘ଏ’ ଟପର ଭାବେ ସେମିଫାଇନାଲ୍ ଖେଳିବାକୁ ଯାଉଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଶେଫାଳି ବର୍ମା ଓ ଡି ହେମଲତା (୪୭)ଙ୍କ ଶତକୀୟ ପ୍ରଥମ ୱିକେଟ୍ ଭାଗୀଦାରି (୧୨୨) ବଳରେ ୩ ୱିକେଟ୍ ହରାଇ ୧୭୮ ରନ୍ କରିଥିଲା। ଶେଫାଳି ମାତ୍ର ୪୮ ବଲ୍‌ରୁ ଗୋଟିଏ ଛକା ଓ ୧୨ ଚୌକା ସହାୟତାରେ ୮୧ ରନ୍‌ର ଧୂଆଁଧାର ପାଳି ଖେଳିଥିଲେ। ହେମଲତା ମଧ୍ୟ ତାଙ୍କ ସହ ତାଳ ଦେଇ ୪୭ ରନ୍‌ର ଦ୍ରୁତ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେମିମା ରଡ୍ରିଗ୍ବେଜ୍ ୧୫ ବଲ୍‌ରୁ ୨୮* ରନ୍ କରିଥିଲେ। ଜବାବରେ ନେପାଳ ବଡ଼ ବିଜୟ ଲକ୍ଷ୍ୟ ଚାପରେ ରହିବାରୁ ଏହି ଦଳର ଅଧିକାଂଶ ବ୍ୟାଟର୍‌ ନିଜନିଜ ୱିକେଟ୍ ଅତି ଶସ୍ତାରେ ଫିଙ୍ଗି ଚାଲିଥ‌ିଲେ। ଫଳରେ ଦଳ ତାର ରନ୍ ଗତିକୁ ଆଦୌ ବଢ଼ାଇ ପାରି ନଥିଲା ଏବଂ ଶେଷରେ ୯ ୱିକେଟ୍ ହରାଇ ମାତ୍ର ୯୬ ରନ୍ କରି ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ ଦୀପ୍ତି ଶର୍ମା ୧୩ ରନ୍ ଦେଇ ୩ ୱିକେଟ୍ କରାୟତ୍ତ କରିଥିଲେ।

Govt

Comments are closed.