ମସ୍ତିଷ୍କ ସକ୍ରିୟ ରଖିବାର ଟ୍ରିକ୍‌

0

ମସ୍ତିଷ୍କ ଆମର ସବୁଠାରୁ ଆବଶ୍ୟକୀୟ ଅଙ୍ଗ ହୋଇଥାଏ । ଏହାର ଇଙ୍ଗିତରେ ହିଁ ସମସ୍ତ କାର୍ଯ୍ୟ କରାଯାଇଥାଏ । ଶରୀରର ସମସ୍ତ ଅଙ୍ଗ ଏହାର ଇଶାରାରେ ହିଁ କାର୍ଯ୍ୟ କରନ୍ତି । ତେବେ ମସ୍ତିଷ୍କକୁ ଆକ୍ଟିଭ ରଖିବାପାଇଁ ଡାକ୍ତରମାନେ ବିଭିନ୍ନ ସମୟରେ ଭିନ୍ନଭିନ୍ନ ପ୍ରକାରର ବ୍ୟାୟାମ ପରାମର୍ଶ କରିଥାଆନ୍ତି । ତେବେ ନିକଟରେ ଏକ ଗବେଷଣାରେ ମିଳିଥିବା ସୂଚନା ଅନୁସାରେ କିଛି ଏଭଳି ଛୋଟଛୋଟ ଟ୍ରିକ ରହିଛି ଯାହାକୁ ଆପଣାଇ ଆପଣ ନିଜ ମସ୍ତିଷ୍କକୁ ଆକଫିଭ ରଖିପାରିବେ । ମସ୍ତିଷ୍କକୁ ଆକଫିଭ ରଖିବା ପାଇଁ ବେଳେବେଳେ ରୋଷେଇ କରିବା ସମୟରେ ହେଉ କିମ୍ବା ଖାଦ୍ୟ ଖାଇବା ସମୟରେ ନିଜର ଦୁଇହାତ ବ୍ୟବହାର କରନ୍ତୁ । ଯଦି ଡାହାଣ ହାତରେ ଏହି କାର୍ଯ୍ୟ କରୁଛନ୍ତି ତେବେ ବେଳେବେଳେ ବାମ ହାତ ବ୍ୟବହାର କରି ଏହି କାର୍ଯ୍ୟକୁ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କର ମସ୍ତିଷ୍କ ଅଧିକ ସକ୍ରିୟ ହେବା ସହିତ ଏହାର କାର୍ଯ୍ୟଦକ୍ଷତା ମଧ୍ୟ ବଢିବ । କେବଳ ରୋଷେଇ କିମ୍ବା ଖାଇବା ନୁହେଁ ଏହାସହିତ ନିଜର ଅନ୍ୟ ଦୈନନ୍ଦିନ କାର୍ଯ୍ୟ ପାଇଁ ମଧ୍ୟ ଏଭଳି ଭାବେ ନିଜର ବିପରୀତ ହାତକୁ ବ୍ୟବହାର କରନ୍ତୁ । ଏହାଫଳରେ ଆପଣଙ୍କର ଫ୍ଲେକ୍ସିବିଲିଟି ବଢିବ ।

Leave A Reply

Your email address will not be published.