ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ ମସ୍ତିଷ୍କ । ଅନ୍ୟ ଅଙ୍ଗଭଳି ଏହାର ଯନି ସବୁଠାରୁ ଅଧିକ ନେବାର ଆବଶ୍ୟକତା ରହିଛି । ମସ୍ତିଷ୍କ ସୁସ୍ଥଥିଲେ ଅନ୍ୟ ଅଙ୍ଗଗୁଡିକ ସଠିକ ଢଙ୍ଗରେ କାର୍ଯ୍ୟ କରିବ । ଆମେ ଦୈନନ୍ଦିନ ଜୀବନରେ ଏଭଳି କିଛି ଅଭ୍ୟାସ ରଖିବାର ଅଛି ଯାହା ଆମର ମସ୍ତିଷ୍କକୁ ସୁସ୍ଥ ରଖିବ । ଆସନ୍ତ ସେହିଭଳି କିଛି ଅଭ୍ୟାସ ସମ୍ପର୍କରେ ଜାଣିବା ।
ଖାଦ୍ୟ ଉପରେ ଧ୍ୟାନ
ସବୁଠାରୁ ପ୍ରଥମେ ନିଜ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଖାଦ୍ୟରେ ଫଳ, ପନିପରିବା, ବାଦାମ, ବିଭିନ୍ନ ଶସ୍ୟ, ଓମେଗା ୩ରେ ପରିପୂର୍ଣ୍ଣ ଖାଦ୍ୟ ଆଦି ସାମିଲ କରନ୍ତୁ । ପୋଷଣା ଭରପୂର ଖାଦ୍ୟ ଆମର ମସ୍ତିଷ୍କକୁ ସୁସ୍ଥ ରଖିଥାଏ । ଏହା ମସ୍ତିଷ୍କକୁ ବିଭିନ୍ନ ସମସ୍ୟାରୁ ଦୂରରେ ରଖିବା ସହିତ ମସ୍ତିଷ୍କକୁ ପୋଷଣ ଯୋଗାଇଥାଆନ୍ତି ।
ବ୍ୟାୟାମ
ବ୍ୟାୟାମ କେବଳ ଯେ ଶରୀର ପାଇଁ ଆବଶ୍ୟକ ତାହା ନୁହେଁ ମସ୍ତିଷ୍କ ପାଇଁ ମଧ୍ୟ ବ୍ୟାୟାମର ଆବଶ୍ୟକତା ରହିଛି । ମସ୍ତିଷ୍କକୁ ଆକଫିଭ ରଖିବାକୁ ହେଲେ ବ୍ୟାୟାମର ଆବଶ୍ୟକତା ରହିଛି । ତେଣୁ ପ୍ରତିଦିନ ମସ୍ତିଷ୍କକୁ ଆକଫିଭ ରଖିବାକୁ ହେଲେ ସକାଳୁ ଧ୍ୟାନ କରନ୍ତୁ । ସେହିଭଳି ସକାଳୁ ପ୍ରତିଦିନ ଚାଲିବାକୁ ଯାଆନ୍ତୁ ଏହା ମଧ୍ୟ ମସ୍ତିଷ୍କ ପାଇଁ ଖୁବ ଭଲ ହୋଇଥାଏ ।
ଅଧିକ ନିଦ୍ରା
ମସ୍ତିଷ୍କ ପାଇଁ ସବୁବେଳେ ଅଧିକ ନିଦ୍ରା ଖୁବ ଲାଭଦାୟକ ହୋଇଥାଏ । ମସ୍ତିଷ୍କକୁ ସୁସ୍ଥ ରଖିବାକୁ ହେଲେ ଅଧିକ ନିଦ୍ରା ଦରକାର । ତେଣୁ ପ୍ରତିଦିନ ୭ରୁ ୮ଘଣ୍ଟା ଶୋଇବା ଆବଶ୍ୟକତା । ସବୁବେଳେ ନିଜ ଶୋଇବା ପ୍ରତି ଧ୍ୟାନ ଦିଅନ୍ତୁ ।
ମାନିସକ ଅବସାଦରୁ ଦୂରରେ
ମସ୍ତିଷ୍କ ପାଇଁ ସବୁଠାରୁ ବଡ ଶତ୍ରୁ ହୋଇଥାଏ ଚିନ୍ତା ଅବସାଦ । ତେଣୁ ସବୁବେଳେ ମାନସିକ ଅବସାଦରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ । ଯେପରି ମସ୍ତିଷ୍କ ଉପରେ ଅଧିକ ପ୍ରଭାବ ପଡିବ ନାହିଁ । ଯାହା ଫଳରେ ଆପଣ ଅନେକ ମାନସିକ ରୋଗରୁ ଦୂରରେ ରହିବେ ।

Comments are closed.