ମସ୍କୋ ଗସ୍ତରେ ଯିବେ ଇରାନ୍‌ ବିଦେଶ ମନ୍ତ୍ରୀ

ତେହରାନ୍‌: ଓମାନ୍‌ ଠାରେ ଯୁକ୍ତରାଷ୍ଟ୍ର ଆମେରିକା ସହ ଇରାନ୍‌ର ଆଣବିକ ଚୁକ୍ତି ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ପ୍ରସଙ୍ଗରେ ନିଜର ବନ୍ଧୁ ରାଷ୍ଟ୍ର ରୁଷ୍‌ ସହ ଆଲୋଚନା କରିବାକୁ ଇରାନ୍‌ର ବିଦେଶ ମନ୍ତ୍ରୀ ଆବ୍ବାସ ଅର୍ଘାଚି ମସ୍କୋ ଗସ୍ତ କରିବେ। ଆଜି ଏହି ଗସ୍ତ ସମ୍ପର୍କରେ ଇରାନ୍‌ର ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ୍‌ ବାକାଏ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ସପ୍ତାହର ଶେଷ ଆଡ଼କୁ ଆର୍ଘାଚି ମସ୍କୋ ଗସ୍ତ କରିବେ। ଏହି ଗସ୍ତ ପୂର୍ବ ନିର୍ଦ୍ଧାରିତ ଏବଂ ମସ୍କାଟ୍‌ କଥାବାର୍ତ୍ତାର ସଦ୍ୟ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବାକୁ ଏହା ଏକ ସୁଯୋଗ ଅଟେ। ସୂଚନାଯୋଗ୍ୟ, ୨୦୧୫ ଇରାନ୍‌-ଆମେରିକା ଚୁକ୍ତି ଭାଙ୍ଗିଯାଇଛି। ଏଣୁ ପୁଣିଥରେ ଆଣବିକ ବୁଝାମଣାକୁ ସଚଳ କରିବାକୁ ଉଭୟ ରାଷ୍ଟ୍ର ପ୍ରୟାସ ଆରମ୍ଭ କରିଛନ୍ତି। ଶନିବାର, ମସ୍କାଟ୍‌ ଠାରେ ବିଦେଶ ମନ୍ତ୍ରୀ ଅର୍ଘାଚି ଓ ଯୁକ୍ତରାଷ୍ଟ୍ର ଆମେରିକାର ମଧ୍ୟପ୍ରାଚ୍ୟ ପ୍ରତିନିଧି ଷ୍ଟିଭ୍‌ ୱିଟ୍‌କୋଫ୍‌ଙ୍କ ମଧ୍ୟରେ ଆଲୋଚନା ହୋଇଛି।

Govt

Comments are closed.