ସାଧାରଣତଃ ମଶା ଦେଖିଲେ ସମସ୍ତେ ମାରିବାକୁ ଗୋଡାନ୍ତି । ଏମାନଙ୍କୁ ଘଉଡାଇବା ପାଇଁ ସବୁବେଳେ ବିଭିନ୍ନ ପ୍ରକାରର ଉପାୟ ମଧ୍ୟା ଆପଣାଯାଉଥିବାର ଦେଖିବାକୁ ମିଳିଥାଏ । ହେଲେ ସୂଚନା ଅନୁସାରେ ବ୍ରାଜିଲରେ ଦୁନିଆର ସବୁଠାରୁ ବଡ ମଶା ଫ୍ୟାକଫ୍ରି ତିଆରି ହୋଇଛି । ଏହି ମଶା ଫାକ୍ଟ୍ରିରେ ପ୍ରତି ସପ୍ତାହରେ ୧୦ କୋଟିର ମାଛି ଉତ୍ପାଦନ କରାଯାଉଥିବା ସୂଚନା ମିଳିଛି । ଏହି ବାୟୋମଶା ଫାକ୍ଟ୍ରିର ନାଁ ରହିଛି ବାଲୋବିଟା ଡୋ ବ୍ରାସିଲ । ଏହି ଫ୍ୟାକଫ୍ରିକୁ କୁରିଟିବା ସହରରେ ନିର୍ମାଣ କରାଯାଇଛି । ଏହି ମଶା ଫାକ୍ଟ୍ରିର ମୂଳ ଉଦ୍ଦେଶ୍ୟ ଦେଶରୁ ଡେଙ୍ଗୁ ସଂକ୍ରମଣକୁ ନିପାତ କରିବା । ସୂଚନା ଅନୁସାରେ ବର୍ଷକୁ ପାଖାପାଖି ୭୦ ଲକ୍ଷ ଲୋକଙ୍କୁ ଏହି ମଶା ଫାକ୍ଟ୍ରି ସାହାଯ୍ୟରେ ଡେଙ୍ଗୁ କବଳରୁ ମୁକ୍ତି କରାଯାଇ ପାରିବ । ସୂଚନା ଅନୁସାରେ ବ୍ରାଜିଲରେ କିଛି ବର୍ଷ ହେବ ଡେଙ୍ଗୁ କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ହେଉଥିବାବେଳେ ଅନେକ ଲୋକ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ମଶାମାନଙ୍କୁ ପାଖରୁ ବ୍ୟାପୁଥିବା ଏହି ଜ୍ୱର ବ୍ରାଜିଲରେ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । ତେଣୁ ଏହି ଡେଙ୍ଗୁକୁ ରୋକିବାକୁ ମଶାଙ୍କ ଉତ୍ପାଦନ କରାଯାଉଛି । ଲ୍ୟାବରେ ପ୍ରସ୍ତୁତ ଏହି ମଶା ଦେହରେ ବୋଲବଚିୟା ନାମକ ଏକ ବ୍ୟାକେଫରିଆ ରହିଛି । ଏହି ମଶାଙ୍କ ସମ୍ପର୍କରେ ଆସିବାପରେ ମଶାଙ୍କର ଆସନ୍ତା ପିଢିର ମଶାଙ୍କ ଶରୀରରେ ମଧ୍ୟ ଏହି ବ୍ୟାକେଫରିଆ ପ୍ରବେଶ କରିବ । ଯାହା ଫଳରେ ସେମାନଙ୍କ ଶରୀରରେ ଆଉ ଡେଙ୍ଗୁ, ଚିକୁନଗୁନିଆ ଭଳି ରୋଗ କରାଉଥିବା ଜୀବାଣୁ ଆଉ ବଢି ପାରିବେ ନାହିଁ । ତେଣୁ ମଶା କାମୁଡିବା ଫଳରେ ଆଉ ଏହି ଭୟଙ୍କର ରୋଗ ମଣିଷଙ୍କୁ ହେବ ନାହିଁ । ତେଣୁ ଏଠାରେ ମଶା ମଶା ଫାକ୍ଟ୍ରିର ସ୍ଥାପନା କରାଯାଇଛି ।

Comments are closed.