ମନ୍ଦିର ବେଢା

0

ଜଗନ୍ନାଙ୍କ ମନ୍ଦିର ବେଢା ଖୁବ ମନୋରମ ହୋଇଥାଏ । ଏହି ବେଢାରେ ଭରିରହିଛି ଅନେକ ଛୋଟଛୋଟ ମନ୍ଦିର, ଯେଉଁଥିରେ ପୂଜା ପାଉଛନ୍ତି ବିଭିନ୍ନ ଦେବଦେବୀ । ଆସନ୍ତୁ ଜାଣିବା ସେହି ସମ୍ପର୍କରେ ।

ଶ୍ରୀଚକ୍ରନାରାୟଣ ମନ୍ଦିର
ଏହାର ସେବା ମୁଦିରସ୍ଥ ଏବଂ ଅନ୍ୟଜଣେ ସେବକ କରିଥାଆନ୍ତି । କୋଠରୁ ଦୈନିକ ଖଞ୍ଜା କୋରା ଏବା କାକରା ।
ଫୁଲଗୁନ୍ଥା ଘର
ଏଠାରେ ଶ୍ରୀଜାୟୁଙ୍କର ଦୈନିକ ଫୁଲ ତୁଳସୀ ଗୁନ୍ଥା ଯାଇଥାଏ ।
ପଶ୍ଚିମଦ୍ବାର ମହାବୀର ମନ୍ଦିର
ଏହି ଠାକୁରଙ୍କୁ ମୁଦିରସ୍ଥ ଏବଂ ଆଉ ଜଣେ ସେବକ ଦୈନିକ ସେବା ପୂଜା କରନ୍ତି । ଏହି ମନ୍ଦିର ପାଇଁ କୌଣସି ଖଞ୍ଜା ନାହିଁ ।
ଧାନକୁଟା ଘର
ଏହା ଶ୍ରୀମନ୍ଦିରର ପଶ୍ଚିମ ଦ୍ବାରର ବାମ ପାଖରେ ଅବସ୍ଥିତ ।
ଶ୍ରୀଧବଳେଶ୍ବର ମନ୍ଦିର
ତଳିଛ ମହାପାତ୍ର, ଏହି ମନ୍ଦିର ସେବାରେ ନିଯୁକ୍ତ ଅଛନ୍ତି ଓ ଏଥିପାଇଁ କୌଣସି ଖଞ୍ଜା ନାହିଁ ।
ବକୁଳ ଚଉତରା
ଏହି ଚଉତରା ପୁନଃନିର୍ମାଣ କରାଯାଇଛି । ଏହାର ଦେଖାଶୁଣା ସୁଆର ନିଯୋଗ କରିଥାଆନ୍ତି ।
ବୈକୁଣ୍ଠ
ନବକଳେବର ସମୟରେ ଶ୍ରୀଜୀଉଙ୍କର ପରିତ୍ୟକ୍ତ ବିଗ୍ରହଗୁଡିକୁ ଏଠାରେ ସମାଧିସ୍ଥ କରାଯାଏ । ଏହାର ଚାରିଦିଗରେ ଥିବା ଫୁଲ ବଗିଚା ଏହାକୁ ସୁନ୍ଦର କରୁଛି ।
କୋଇଲିବୈକୁଣ୍ଠ
ସୁଆର ଓ ମହାସୁଆର ନିଯୋଗ ଏହି କୋଇଲି ବୈକୁଣ୍ଠର ଦାୟିତ୍ବରେ ଅଛନ୍ତି । ଏଠାରେ ଆଟିକା ପୂଜା ସମାପନ ହୋଇଥାଏ ।
ଦାରୁ ଘର
ଶ୍ରୀଜୀଉମାନଙ୍କର ନବକଳେବର ସମୟରେ ଶାସ୍ତ୍ରଲିଖିତ ବିଧି ଅନୁସାରେ ଉପଯୁକ୍ତ ନିମ୍ବକାଠ ସଂଗ୍ରହ କରାଯାଇ ପ୍ରଥମେ ଆସି ଏଠାରେ ରୁହେ ।
ଶ୍ରୀବୈକୁଣ୍ଠନାଥ ମହାଦେବ ମନ୍ଦିର
ସୁଆର ମହାସୁଆର ନିଯୋଗ ଏହି ଠାକୁରଙ୍କୁ ଦୈନିକ ସେବା ପୂଜା କରନ୍ତି । କୋଠରୁ ବଲ୍ଲଭ, କୋରା ଓ କାକରା ଖଞ୍ଜା ରହିଛି ।
ରାଧାକୃଷ୍ଣ ମନ୍ଦିର
ବର୍ଦ୍ଧମାନ ମହାରାଜ ଏହି ଠାକୁର ପ୍ରତିଷ୍ଠା କରି ତାଙ୍କ ସେବା ପୂଜା ପାଇଁ ବ୍ୟବସ୍ଥା କରିଅଛନ୍ତି । କୋଠରୁ ଦୈନିକ ବଲ୍ଲଭ ଏକ ଓଳି ଯୋଗହୁଏ ।
ଶ୍ରୀଉତ୍ତରାୟଣୀ ମନ୍ଦିର
ଏହି ଠାକୁରାଣୀଙ୍କର ଦୈନିକ ସେବାପୂଜା ପାଇଁ କୋଠରୁ ଛୋଟ ଓରିଆ ଦୁଇ ଓଳି ବଲ୍ଲଭ ଓ କାକରା ଖଞ୍ଜା ଯାଇଛି ।
ଶୀତଳା ମନ୍ଦିର
ଏହି ଠାକୁରାଣୀଙ୍କ ପୂଜା ପାଇଁ କୋଠରୁ ବଲ୍ଲଭ, ତେଲ ଖଞ୍ଜା ଯାଇଛି । ଷୋଳପୂଜାରେ କୋଠରୁ ଦୈନିକ ମୁଆଁ ଏବଂ ପତନି ମିଳିଥାଏ ।

Govt
Leave A Reply

Your email address will not be published.