ମନ୍ଦିର ବେଢା

0

ଶ୍ରୀଜଗନ୍ନାଥଙ୍କ ମନ୍ଦିର ଶ୍ରୀଜୀୟୁଙ୍କ ଭଳି ଅନେକ ରହସ୍ୟରେ ପରିପୂର୍ଣ୍ଣ । ଶ୍ରୀଜଗନ୍ନାଥଙ୍କ ବେଢାରେ ଏଭଳି ଅନେକ ଛୋଟଛୋଟ ମନ୍ଦିର ରହିଛି ଯାହାର ଅନେକ ଗୁରୁତ୍ବ ରହିଛି । ପ୍ରତିଦିନ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କର ବେଢାର ଏହି ଛୋଟଛୋଟ ମନ୍ଦିରରେ ଭିଡ ଯମୁଥିବାର ଦେଖିବାକୁ ମିଳିଥାଏ ।

ଚୁନା କୁଟା ଘର
ଜଗନ୍ନାଥଙ୍କୁ ଭୋଗ ଦେବା ପାଇଁ ଯେଉଁ ଚାଉଳ ଚୁନା ଦରକାର ହୁଏ ତାହାକୁ ଏହି ଘରେ ପ୍ରସ୍ତୁତ କରାଯାଇଥାଏ । ଏହି ଘରଟିରେ ଦୁଇଟି ବଖରା ରହିଛି ।

ହାଣ୍ଡି କୁଡୁଆ ଘର
ଏଠାରେ ଠାକୁରଙ୍କର ଅମୁଣିଆ କୋଠ ସାମଗ୍ରୀ ଯେପରି କୁଡୁଆ, ଚାଉଳ ଆଦିକୁ ରଖାଯାଇଥାଏ ।

ପେଜନଳା

ଅବଢା ଅନ୍ନ ରନ୍ଧା ଯିବା ପରେ ଗୋଟିଏ ସ୍ଥାନରେ ଏକତ୍ରିତ କରି ରଖାଯାଇଥାଏ ଯେଉଁଠାରେ ଅନ୍ନରୁ ପେଜ ବୋହିଥାଏ । ଏହି ପେଜ ବୋହୁଥିବା ନଳାକୁ ପେଜ ନଳା ବୋଲି କୁହାଯାଇଥାଏ । ଏହି ନଳା ଦେଇ ପେଜ ଉତ୍ତରଦ୍ବାରରେ ଥିବା କୁଣ୍ଡରେ ଯମା ହୋଇଥାଏ ।

ରୋଷଘର
ଶ୍ରୀମନ୍ଦିରର ରୋଷଘରେ ସମସ୍ତ ଚୁଲି ରହିଛି । ଏଠାରେ କିଛି ନିର୍ଦ୍ଧିଷ୍ଠ ସେବକଙ୍କ ବ୍ୟତିତ ଅନ୍ୟମାନଙ୍କର ପ୍ରବେଶ ନାହିଁ । ଏଠାରେ ସମସ୍ତ ସାମଗ୍ରୀ ରନ୍ଧାଯାଇଥାଏ ।

ଶ୍ରୀନୃସିଂହ ମନ୍ଦିର

ଏହି ମନ୍ଦିର ଟ୍ରଷ୍ଟବୋର୍ଡ ଦ୍ବାରା ପରିଚାଳିତ । କୋଠରୁ ଦୈନିକ କାକରା ମାଝାଲି ୪ ମୂର୍ତ୍ତି ଓ ବଲ୍ଲଭ ଖଞ୍ଜା ରହିଛି ।

ବୁଢିମା ଠାକୁରାଣୀ ମନ୍ଦିର
ପ୍ରତିଦିନ ତାଟ ମହାପ୍ରସାଦ ଶ୍ରୀ ବିମଳାଙ୍କୁ ସମର୍ପଣ ହେବା ପରେ ଏହି ଠାକୁରାଣୀକୁ ସମର୍ପଣ କରାଯାଇଥାଏ । କୁମାରପୂର୍ଣ୍ଣିମା ଦିନ ଏଠାରେ ଠାକୁରାଣୀ ନୂଆ ଲୁଗା ଲାଗି କରାଯାଇଥାଏ ।

ବାରଭୋଇ ମହାବୀର ମନ୍ଦିର
ଏହି ମନ୍ଦିରରେ ବାର ମୂର୍ତ୍ତି ଠାକୁର ଅଛନ୍ତି । ଏଠାରେ ଦୈନିକ ପୂଜା ପାଇଁ କୋରା, ସାନ କାକରା ଆଦି ଖଞ୍ଜା ଅଛି । ପଣାସଂକ୍ରାନ୍ତି ଦିନ ଏହି ମନ୍ଦିରପାଇଁ ବିଶେଷ ଖଞ୍ଜା ରହିଛି ।

ନିର୍ମାଲ୍ୟ ଖଳା

ଏଠାରେ ଗୋଟିଏ ମଣ୍ଡପ ରହିଛି । ଏଠାରେ ପ୍ରତିଦିନ ଶ୍ରୀଜୀୟୁଙ୍କୁ ସମର୍ପିତ ଅନ୍ନ ଶୁଖାଯାଇଥାଏ । ଯାହାକୁ ନିର୍ମାଲ୍ୟ କୁହାଯାଇଥାଏ ଏହାକୁ ଶ୍ରୀମନ୍ଦିରରେ ବିକ୍ରି କରାଯିବାପାଇଁ ବ୍ୟବସ୍ଥା ମଧ୍ୟ ରହିଛି ।

ପଞ୍ଚମୁଖୀ ମହାବୀର ମନ୍ଦିର
ଏହି ଠାକୁରଙ୍କ ପାଇଁ କୌଣସି ଖଞ୍ଜା ନାହିଁ । ଏହି ମନ୍ଦିର ପାଖରେ ଥିବା କୂଅରୁ ବଗିଚା ଓ ଫୁଲ ବଗିଚାକୁ ପାଣି ଦିଆଯାଏ ।

ଦୁର୍ଗାମାଧବ ମନ୍ଦିର
ଏହି ମନ୍ଦିର ପାଇଁ କୋଠରୁ ଦୈନିକ ଖଞ୍ଜା ରହିଛି, ଯେଉଁଥିରେ ବଲ୍ଲଭ, କୋରା ଓ କାକରା ସାମିଲ ଅଛି ।
ଉପରୋକ୍ତ ତଥ୍ୟ ପରମାନନ୍ଦ ତ୍ରିପାଠୀଙ୍କ ଲିଖିତ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ସଂସ୍କୃତି ପୁସ୍ତକରୁ ଆନୀତ

Govt
Leave A Reply

Your email address will not be published.