ମଦରେ ଗାଧୁଆ !

0

ୟୁରୋପରେ କିଛି ଦେଶରେ ଏବେ ମଦରେ ଗାଧୁଆ ଟ୍ରେଣ୍ଡ ଦେଖିବାକୁ ମିଳିଛି । ଏହାର ନାଁ ଦିଆଯାଇଛି ବିୟର ସ୍ପା । ଏହି ସ୍ପାରେ ଲୋକମାନେ ବିୟରରେ ଭରପୂରିଥିବା ବାଥଟବ୍‌ରେ ଗାଧୋଉଛନ୍ତି । ଏହାଦ୍ୱାରା ସେମାନଙ୍କର ଶରୀର ତଥା ମନ ଉଭୟ ରିଲାକ୍ସ ହେଉଥିବା ମତ ପ୍ରକାଶ ପାଇଛି । ଏହି ସ୍ପାକୁ କିଛି ବ୍ୟକ୍ତି ଥେରାପି ସହିତ ତୂଳନା କରିଛନ୍ତି । ଏହି ସ୍ପାରେ ଗରମ ପାଣିରେ ବିୟର ସହିତ ଆହୁରି ଅନ୍ୟ କିଛି ପ୍ରାକୃତିକ ସାମଗ୍ରୀ ମିଶାଯାଇଥାଏ । ଏହାପରେ ଏହି ବାଥଟବ୍‌ରେ ଗ୍ରାହକ ୨୦ରୁ ୩୦ ମିନିଟ ପର୍ଯ୍ୟନ୍ତ ବସି ଥାଆନ୍ତି । ଏହି ସ୍ପା ବହୁତ ଦିନରୁ ଏଠାରେ ଚାଲିଛି । ଏହାକୁ ବର୍ତ୍ତମାନ ବିଭିନ୍ନ ଦେଶରେ ରୟାଲ ବାଥ ଏକ୍ସପିରିଏଂସ ରୂପରେ ପରିଚାଳନା କରାଯାଉଚି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.