ମଣିପୁରରେ ରାଜ୍ୟବ୍ୟାପୀ ଚଢ଼ଉ, ୧୮ ଉଗ୍ରପନ୍ଥୀ ଗିରଫ

ଇମ୍ଫାଲ: ରାଷ୍ଟ୍ରପତି ଶାସନାଧୀନ ଥିବା ମଣିପୁରର ବିଭିନ୍ନ ସ୍ଥାନରେ ପୁଲିସ ଓ ସେନାବାହିନୀର ମିଳିତ ଚଢ଼ଉରେ ୧୮ ଉଗ୍ରବାଦୀ ଗିରଫ ହୋଇଥିବା ବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ନିଶା ସାମଗ୍ରୀ ଜବତ କରାଯାଇଛି। ପୁଲିସ ପକ୍ଷରୁ ଜାରି ସୂଚନାନୁଯାୟୀ ଧରା ପଡ଼ିଥିବା ଉଗ୍ରପନ୍ଥୀଙ୍କ ମଧ୍ୟରେ ଇମ୍ଫାଲ ପୂର୍ବ ଜିଲ୍ଲାର ପୁଖାଓ ଅହଲ୍ଲୁପ୍‌ ମାଖା ଲେଇକାଇରୁ ତିନିଜଣ ଅସ୍ତ୍ରଶସ୍ତ୍ର ଚୋରାଚାଲାଣକାରୀ ରହିଥିବା ଜଣପଡ଼ିଛି। ସେମାନଙ୍କ ମଧ୍ୟରେ ଜଣେ ୟୁନାଇଟେଡ୍‌ ନ୍ୟାସନାଲ୍‌ ଲିବରେସନ୍‌ ଫ୍ରଣ୍ଟ ପାମବେଇ (ୟୁଏନ୍‌ଏଲ୍‌ଏଫ୍‌-ପାମବେଇ) ଗୋଷ୍ଠୀର ସକ୍ରିୟ ସଦସ୍ୟ । ତା’ ନିକଟରୁ ଏକ ଏନ୍‌ସାସ୍‌ ରାଇଫଲ୍‌, ଅଫୁଟା ଗୁଳି ଆଦି ଜବତ କରାଯାଇଛି। ଥୌବାଲ୍‌ ଜିଲ୍ଲାରୁ କାଙ୍ଗଲେଇପାକ୍‌ କମ୍ୟୁନିଷ୍ଟ୍‌ ପାର୍ଟି- ପିପୁଲ୍‌ସ ୱାର୍‌ ଗ୍ରୁପ୍‌ର ଦୁଇ ସଦସ୍ୟ ଗିରଫ ହୋଇଛନ୍ତି। ବିଷ୍ଣୁପୁର ଜିଲ୍ଲାରୁ କାଙ୍ଗଲେଇପାକ୍‌ କମ୍ୟୁନିଷ୍ଟ୍‌ ପାର୍ଟି- ମୈତେଇ ଫିନ୍‌ଗାଙ୍ଗ୍‌ ଲାନ୍‌ମି ଗ୍ରୁପ୍‌ର ଜଣେ ସଦସ୍ୟକୁ ଗିରଫ କରାଯାଇଛି । ଗିରଫ ସଲାମ କରଣ ସିଂହ (୨୧) ସ୍ଥାନୀୟ ଲୋକଙ୍କୁ ଧମକାଇ ଟଙ୍କା ଆଦାୟ କରୁଥିଲା।

Govt

Comments are closed.