ଭୂକମ୍ପ ପ୍ରଳୟ

0

କିଛି ଦିନ ତଳେ ରୁଷରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି, ଯାହାର ପ୍ରଭାବରେ ବିଶ୍ବର କିଛି ରାଷ୍ଟ୍ରରେ ଦେଖିବାକୁ ମିଳିଛି ପ୍ରଳୟ । ପ୍ରକୃତିର କରାଳ ରୂପ ଆଗରେ ହାର ମାନିଛି ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଗୁଡିକଙ୍କର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା । ତେବେ ଏହା ବର୍ତ୍ତମାନ ପାଣିପାଗ ପରିବର୍ତ୍ତନକୁ ନେଇ ସମଗ୍ର ବିଶ୍ବପାଇଁ ଏକ ସତର୍କର ଘଣ୍ଟି ସଦୃଷ ଉଭା ହୋଇଛି ।

କିଛିଦନ ତଳେ ଆମେରିକାରେ ଦେଖିବାକୁ ମିଳିଥିଲା ଭୟଙ୍କର ଆକସ୍ମିକ ବନ୍ୟା । ଯାହା ଜଳବାୟୁ ପରିବର୍ତ୍ତନର ଏକ ପ୍ରଭାବ ବୋଲି ଆଲୋଚନ ସରିନଥିବାବେଳେ ବର୍ତ୍ତମାନ ରୁଷରେ ଅନୁଭୂତ ହୋଇଛି ଭୟଙ୍କର ଭୂକମ୍ପ । ଯାହା ପୁଣି ସେହି ଆଲୋଚନାକୁ ଖୋରାକ ଯୋଗାଇଛି । ଦିନକୁ ଦିନ ଯେପରି ପ୍ରକୃତିର କରାଳ ରୂପ ଭୟଙ୍କର ହେବାରେ ଲାଗିଛି । ଲୋକମାନେ ଏହି କାରଣରୁ ପୋକମାଛି ଭଳି ମରିବାରେ ଲାଗିଛନ୍ତି । ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ, ବିଶ୍ବତାପମାନ ଆଦି ଏହି ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର କାରଣ ସାଜୁଛି । ସୂଚନା ଅନୁସାରେ ରୁଷରେ ହଠାତ୍ ବୁଧବାର ଦିନ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ତେବେ ଏହା ସାଧାରଣ ନୁହେଁ ବରଂ ବିଶ୍ବର ପୂର୍ବରୁ ହୋଇଥିବା ଭୟଙ୍କର ଭୂକମ୍ପରେ ଏହାର ସ୍ଥାନ ଷଷ୍ଠତମରେ ରହିଛି । ଏହାର ରିକ୍ଟରସ୍କେଲରେ ତୀବ୍ରତା ରହିଛି ୮.୮, ଯାହା ଏହାର ଭହାବହତାକୁ ଦର୍ଶାଉଛି । କେହି କିଛି ବୁଝିବା ଆଗରୁ ସବୁକିଛି ମାଟିରେ ମିଶିଯାଇଥିଲା । ଘର, ଅଫିସ, ବିଲ୍ଡିଂ ଆଦି ମାଟିରେ ମିଶି ଯାଉଥିବାର ଭିଡିଓ ଓ ଫଟୋ ବର୍ତ୍ତମାନ ସବୁଆଡେ ଘୁରି ବୁଲୁଛି । ଏହି ଭୂକମ୍ପ କାରଣରୁ ସୁନାମୀ ଆସୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ଏହି କାରଣରୁ ୫ ମିଟର ପର୍ଯ୍ୟନ୍ତ ସୁନାମୀ ଆସିଥିବା ଦେଖିବାକୁ ମିଳିଛି । ଯାହାଫଳରେ ରୁଷର ଅନେକ ସ୍ଥାନରେ ପାଣିରେ ବୁଡିଥିବା ଦେଖିବାକୁ ମିଳୁଛି । କେବଳ ରୁଷ ନୁହେଁ ଏହି କାରଣରୁ ଅନ୍ୟ ରାଷ୍ଟ୍ର ଯେପରି ଆମେରିକା ଓ ଜାପାନର କିଛି ଅଂଶରେ ମଧ୍ୟ ସୁନାମୀ ଦେଖିବାକୁ ମିଳିଛି । ଜାପାନର ରାଜଧାନୀ ଟୋକିଓରେ ପାଖାପାଖି ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତିରିତ କରାଯାଇଛି । ସେହିଭଳି କୁକୁଶିମା ପରମାଣୁ ରିଆକ୍ଟରକୁ ମଧ୍ୟ ଖାଲି କରିଦିଆ ଯାଇଛି । ସେପଟେ ଆମେରିକାର ଅଲାସ୍କା ପର୍ଯ୍ୟନ୍ତ ସୁନାମୀର ଢେଉ ପହଞ୍ଚିଥିବା ନେଇ ସୂଚନା ରହିଛି । ରୁଷର ପୂର୍ବପ୍ରାନ୍ତର କାମଚଟକା ଦ୍ବୀପରେ ଦେଖିବାକୁ ମିଳିଥିବା ଏହି ଭୂକମ୍ପର କେନ୍ଦ୍ରୀୟସ୍ଥଳୀ ସ୍ଥଳଭାଗରୁ ୧୯.୩ କିମି ଗଭୀରରେ ରହିଥିଲା । ଭୂକମ୍ପ ପରେ କାମଚଟକାର ଆଖପାଖ ଅଞ୍ଚଳରେ ପାଖାପାଖି ୫ମିଟର ଉଚ୍ଚର ସୁନାମୀ ଲହରି ଉଠିଥିବା ଦେଖିବାକୁ ମିଳିଥିଲା । ଏହି ସୁନାମୀ ଓ ଭୂକମ୍ପରେ ଅନେକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଅନେକ ହୃଦୟବିଦାରକ ଦୃଶ୍ୟ ବର୍ତ୍ତମାନ ଧୀରେଧୀରେ ସାମନାକୁ ଆସିଛି । କେଉଁଠି ଲୋକମାନେ ନିଜ ପରିବାରକୁ ପାଣିର ଭାସିଯାଉଥିବାର ଦେଖିଛନ୍ତି ତ ଆଉ କେଉଁଠି ନିଜ ଜୀବନର ସମସ୍ତ ପୁଞ୍ଜି ଯଥା ଘର କାର ଅଫିସ୍ ଆଦିକୁ ସମୁଦ୍ର ପାଣିରେ ବୋହି ଯାଉଥିବାର ଦେଖି କିଛି କରି ପାରି ନାହାନ୍ତି । ମାତ୍ର କିଛି ମିନିଟରେ ଯେପରି ଜୀବନ ଏପଟ ସେପଟ ହୋଇ ଯାଇଛି । ଅନେକ ଲୋକ ଏବେ ବି ନିଖୋଜ ରହିଛନ୍ତି ।

ଭୂକମ୍ପରେ ଜାରି ରଖିଥିଲେ ଅସ୍ତ୍ରୋପଚାର
ଭୂକମ୍ପ ସମୟର ବିଭିନ୍ନ ପ୍ରକାର ହୃଦୟ ବିଦାରକ ଦୃଶ୍ୟ ଭିତରେ ଗୋଟିଏ ଭିଡିଓ ବର୍ତ୍ତମାନ ଖୁବ ଚର୍ଚ୍ଚା ସାଉଁଟିଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଭୂକମ୍ପ ସମୟରେ ଏକ ଡାକ୍ତରଖାନାରେ ଚାଲିଥିବା ସର୍ଜରୀର । ଶକ୍ତିଶାଳୀ ଭୂକମ୍ପର ଝଟକା ଲାଗିଥିଲେ ମଧ୍ୟ ସେମାନ ଅଧାରେ ନିଜ ଅପରେସନ ବନ୍ଦ କରି ନଥିଲେ । କାମଚଟକାରେ ରହିଥିବା ଏକ କ୍ୟାନ୍ସର ହସପିଟାଲର ଏହି ଭିଡିଓଟି ଯେଉଁଥିରେ ଡାକ୍ତରମାନେ ଅସ୍ତ୍ରୋପଚାର କରୁଥିବା ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ହେଲେ ସେହି ସମୟରେ ନିଜ ଜୀବନ ଅପେକ୍ଷା ସେମାନେ ରୋଗୀଙ୍କ ଜୀବନକୁ ଅଧିକ ଗୁରୁତ୍ବ ଦେଇ ସେହି ସ୍ଥାନ ଛାଡି ଯାଇନଥିଲେ । ସେମାନେ ଏହି ସମୟରେ ଖୁବ ଶାନ୍ତ ରହି ଅସ୍ତ୍ରୋପଚାର ଜାରି ରଖିଥିଲେ । ସୂଚନା ଅନୁସାରେ ଏହି ଅସ୍ତ୍ରୋପଚାର ସଫଳ ମଧ୍ୟ ହୋଇଛି । ତେଣୁ ବର୍ତ୍ତମାନ ଘଟଣାଟିର ପ୍ରଶଂସା ଚାରିଆଡେ ହେଉଥିବା ଦେଖିବାକୁ ମିଳିଛି । ସମସ୍ତେ ଡାକ୍ତରମାନଙ୍କର ମାନବିକତାକୁ ସାଧୁ ବାଦ ଦେଉଥିବାର ଦେଖିବାକୁ ମିଳିଛି ।

ସଂକ୍ଷେପରେ ଭୂକମ୍ପ ପ୍ରଭାବ
_ ଜାପାନର ଉତ୍ତର କୂଳରେ ପାଖାପାଖି ୪୦ ମିଟରର ଉଚ୍ଚ ଜୁଆର ଆସିଥିବା ସୁଚନା ।
_ ଟୋକିଓରୁ ପାଖାପାଖି ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ।
_ ଆମେରିକାର ଅଲାସ୍କା ହବାଇରେ ସୁନାମି ଜୁଆର ମାଡ ।
_ କାଲିଫର୍ଣ୍ଣିଆରେ ଲୋକଙ୍କୁ ସମୁଦ୍ର ନିକଟକୁ ଯିବାକୁ ମନା କରାଯାଇଥିଲା ।
_ ଚୀନ୍, ଫିଲିପିନ୍ସ, ଇଣ୍ଡୋନେସିଆ, ନୁ୍ୟଜିଲାଣ୍ଡ, ମେସ୍କିକୋରେ ମଧ୍ୟ ସୁନାମି ଆଲର୍ଟ ଜାରି କରାଯାଇଥିଲା ।

ଭୂକମ୍ପ ପରେ ଜ୍ବାଳାମୁଖୀ ବିସ୍ଫୋରଣ
ରୁଷର କାମଚଟକା ଦ୍ବୀପରେ ଥିବା କ୍ଲୁଚେସ୍କାୟା ସୋପକା ଜ୍ବାଳାମୁଖୀରେ ଭୂକମ୍ପପରେ ବିସ୍ଫୋରଣ ଅନୁଭୂତ ହୋଇଥିବା ଖବର ଚର୍ଚ୍ଚାରେ ରହିଛି । ରୁଷର ଏକାଡମି ଅଫ ସାଇନ୍ସିର ଖବର ଅନୁସାରେ ସମ୍ପୃକ୍ତ ଜ୍ବାଳାମୁଖୀର ପଶ୍ଚିମ ଚଟ୍ଟାଣ ପଟେ ଲାଭା ବୋହୁଛି । ସେହିଭଳି ସେଗୁଡିକ ଉପର ଖୁବ ଚମକଦାର ଦେଖିବାକୁ ମିଳୁଛି, ଯାହା ବିସ୍ଫୋଟର ଆଭାସ ଦେଉଛି । ବିଗତ କିଛି ଦିନରେ ଏଠାରେ ଜ୍ବାଳାମୁଖୀ ବିସ୍ଫୋରଣ ବଢିଥିବାର ସୂଚନା ରହିଛି ।

ବିଭିନ୍ନ ସ୍ଥାନରେ ଆଲର୍ଟ
ରୁଷରେ ଭୟଙ୍କର ଭୂକମ୍ପ ଅନୁଭୂତ ହେବା ପରେ ବିଶ୍ବର ବିଭିନ୍ନ ସ୍ଥାନରେ ସୁନାମିକୁ ନେଇ ଆଲର୍ଟ ଜାରି କରାଯାଇଥିବା ଦେଖିବାକୁ ମିଳୁଛି । ସେହିଭଳି କିଛି ସ୍ଥାନରେ କିଛି ସମୟ ପରେ ଏହି ଆଲର୍ଟକୁ ରଦ୍ଧ କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ୩୦ ତାରିଖରେ ଚିଲି ସରକାର ଇଷ୍ଟର ଆଇଲାଣ୍ଡ ପାଇଁ ସୁନାମି ଆଲର୍ଟ ଜାରି କରିଥିଲେ । ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଯିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହିଦିନ ସେପଟେ ଜାପାନର କିଛି ସ୍ଥାନରୁ ଆଲର୍ଟକୁ ରଦ୍ଦ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ କିଛି ସ୍ଥାନ ଯେପରି ହୋକ୍କାଇଡୋରୁ ଓକିନାବା କୂଳ ପର୍ଯ୍ୟନ୍ତ ସୁନାମି ଚେତାବନୀକୁ ରଦ୍ଦ କରାଯାଇ ନଥିଲା । ଜାପାନରେ ପାଖାପାଖି ଗୋଟିଏ ଦିନ ପର୍ଯ୍ୟନ୍ତ ସୁନାମି ଆଲର୍ଟ କରାଯାଇଥିଲା ।

Leave A Reply

Your email address will not be published.