ଭିତର ବେଢା

ଜଗନ୍ନାଥ ମନ୍ଦିରରେ ଦୁଇଟି ବେଢା ରହିଥାଏ, ଏବଂ ଉଭୟ ସ୍ଥାନରେ ଭିନ୍ନ ଭିନ୍ନ ଦେବଦେବୀ ରହିଛନ୍ତି । ଏହି ସମସ୍ତ ଛୋଟଛୋଟ ମନ୍ଦିର ଗୁଡିକଙ୍କର ମାହାତ୍ମ୍ୟ ଖୁବ ଅଧିକ ରହିଥାଏ । ଆସନ୍ତୁ ଜାଣିବା ଶ୍ରୀଜୀଉଙ୍କର ଭିତର ବେଢା ସମ୍ପର୍କରେ ।
ଭିତର ଅଗଣା
ଭିତର ବେଢାରେ ଥିବା ବଡ ଦେଉଳର ଚତୁଃପାର୍ଶ୍ବ ଖୋଲାସ୍ଥାନକୁ ଭିତରକୁ ଅଗଣା କୁହାଯାଏ । ଏହି ବେଢାରେ ଶ୍ରୀଚୈତନ୍ୟ ଦେବଙ୍କ ସମୟରୁ ଏଠାରେ ନାମକୀର୍ତ୍ତନ କରାଯାଇଥାଏ ।
ପାତାଳେଶ୍ବର ମହାଦେବ
ବିମଳାଙ୍କ ପାଳିଆ ସେବକମାନେ ଦୈନିକ ପାତାଳେଶ୍ବର ମହାଦେବଙ୍କୁ ପୂଜା କରନ୍ତି । ଏହାଙ୍କର ଦୈନିକ ନୀତି ସକାଶେ ବଲ୍ଲଭ, କୋରା, ତେଲ ମାଣିକା ଖଞ୍ଜା ହୋଇଛି । ଜାଗର ଦିନ ବିମଳାଙ୍କର ସେବକ ନିଯୋଗ ତରଫରୁ ବିଶେଷ ପୂଜା ଓ ଭୋଗ ଏଠାରେ ହୁଏ ।
ହୟଗ୍ରୀବ ଠାକୁର
ଏହି ଠାକୁର ପାତାଳେଶ୍ବର ମନ୍ଦିର ଉପର ଅଂଶରେ କରିଛନ୍ତି । ଠାକୁରଙ୍କ ସେବା ପୂଜା ପାଇଁ କୋରା କାକରା ଭୋଗ ଖଞ୍ଜା ରହିଛି ।
ଶ୍ରୀରାମଚନ୍ଦ୍ର ମନ୍ଦିର
ହଜୁରୀ ବଳଭଦ୍ର ଖୁଣ୍ଟିଆ ଏବଂ ତାଙ୍କ ବଂଶଧରମାନେ ଏହି ମନ୍ଦିରରେ ଥିବା ରାମଚନ୍ଦ୍ର ଠାକୁରଙ୍କୁ ଦୈନିକ ପୂଜାଅର୍ଚ୍ଚନା କରନ୍ତି ।
ଦଧି ବାମନ ମନ୍ଦିର
ଏହି ଠାକୁର ଉଦୟପୁର ରାଜାଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିଲା । ଏଥି ପାଇଁ ସ୍ବତନ୍ତ୍ବ ସେବକ ଅଛନ୍ତି ଏବଂ କୋଠରୁ ଦୈନିକ କାକରା ଖଞ୍ଜା ଅଛି ।
କୋଣାର୍କ ସୂର୍ଯ୍ୟନାରାୟଣ ମନ୍ଦିର
କୋଣାର୍କର ସୂର୍ଯ୍ୟନାରାୟଣ ମନ୍ଦିରରେ ପୂଜା ପାଉଥିବା ମୂର୍ତ୍ତି ଏଠାରେ ପୂଜା ପାଉଛନ୍ତି । ଏହି ମନ୍ଦିର ପାଇଁ କୋରା, ଅଟା, ପିଠା ଘିଅ, ଗୁଡ ଆଦି ଖଞ୍ଜା ଯାଇଛି । ଏଠାରେ ବିଶେଷ ନୀତି ସମାପନ ହୋଇଥାଏ ।
ବର୍ଦ୍ଧମାନ ମହାରାଜଙ୍କ ଦେଉଳ
ଏହି ମନ୍ଦିରରେ ରାଧାବଲ୍ଲଭ ଓ ଲକ୍ଷ୍ମୀନାରାୟଣ ଠାକୁର ପୂଜା ପାଇଥାଆନ୍ତି । ବର୍ଦ୍ଧମାନ ମହାରାଜା ଏହାକୁ ପ୍ରତିଷ୍ଠା କରିଥିଲେ ।
ନବଗ୍ରହ ମନ୍ଦିର
ଏହି ମନ୍ଦିରରେ ନବଗ୍ରହ ମୂର୍ତ୍ତି, ସମଲେଶ୍ବରୀ ମୂର୍ତ୍ତି ଏବଂ ଶ୍ରୀରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ପୂଜା ପାଆନ୍ତି । ମୁଦିରସ୍ଥ ସେବକ ଏହାର ତତ୍ତ୍ବାବଧାରକ ଅଟନ୍ତି ।
ଉପରୋକ୍ତ ତଥ୍ୟ ପରମାନନ୍ଦ ତ୍ରିପାଠୀଙ୍କ ଲିଖିତ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ସଂସ୍କୃତି ପୁସ୍ତକରୁ ଆନିତ ।

Launching Ceremony of “AYUSHMAN BHARAT

Comments are closed.