ଦିଲ୍ଲୀ: ଅଗଷ୍ଟ ୨୭: ଆନ୍ଧ୍ରପ୍ରଦେଶର ‘ଗୁନ୍ତୁର ବିଶ୍ୱବିଦ୍ୟାଳୟ’ର ଛାତ୍ରମାନେ ଏକ ସ୍ୱତନ୍ତ୍ର ପେପର ସେନ୍ସରର ଉଦ୍ଭାବନ କରିଛନ୍ତି । ଏହି ସେନ୍ସରଟି ଶରୀରରେ ଭିଟାମିନ୍ ଡି ଅଭାବକୁ ଚିହ୍ନିବା ସହିତ ସୂଚିତ ମଧ୍ୟ କରିବ । ଏହି ସେନ୍ସରକୁ ବ୍ୟବହାର କରି ଖୁବ୍ଶୀଘ୍ର ଭିଟାମିନ୍ ଡି ଅଭାବକୁ ଜାଣିହେବ । ଯେଉଁ କାରଣରୁ ଏହି ଉପକରଣ ଦ୍ୱାରା ଛୋଟଛୋଟ କ୍ଲିନିକ୍ ଲାଭବାନ ହେବେ । ଗ୍ରାମୀଣ ଅଞ୍ଚଳରେ ଏହା ବେଶ୍ ସହାୟକ ହେବ ବୋଲି ଏହାକୁ ନିର୍ମାଣ କରିଥିବା ବୈଜ୍ଞାନିକମାନେ ମତ ପ୍ରକାଶ କରିଛନ୍ତି ।
ପ୍ରାୟ ୨ବର୍ଷର ଗବେଷଣା ପରେ ସେମାନେ ଏହି ଉପକରଣଟି ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି । ଯେଉଁ ସ୍ଥାନରେ ଭିଟାମିନ୍ ଡି ଚିହ୍ନଟ କରିବା ପାଇଁ କୌଣସି ସୁବିଧା ନଥିବ ସେଠାରେ ଏହା ବେଶ୍ ସହୟାକ ହେବ । ଏହାର ଦାମ ମଧ୍ୟ ଖୁବ୍ କମ ରହିଛି, ମାତ୍ର ୪୦ରୁ ୫୦ ଟଙ୍କାରେ ଏହାକୁ କିଣି ହେବ । ଏହି ସେନ୍ସରଟି ମାତ୍ର ୩୦ ମିନିଟ୍ରେ ରିପୋର୍ଟ ପ୍ରଦାନ କରୁଛି । ଏହାକୁ ନିର୍ମାଣ କରିବା ପାଇଁ ଏକ ପେପର ଇଲ୍କୋଟ୍ରୋଡ୍ର ବ୍ୟବହାର କରାଯାଇ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ଏହା ଭିଟାମିନ୍ ଡି ଅଭାବ ଜାଣିବା ପରେ ଏହା ରିପୋର୍ଟକୁ ଏକ ନିଆରା କାଳୀ ବ୍ୟବହାର କରି ପ୍ରିଣ୍ଟ କରିଥାଏ । ଏହି କାଳୀରେ କୋବାଲଫ ସିଲ୍ଭର ସହିତ କୋ ପଲିମର ଆଇକନିକ୍ ତରଳ ରହିଛି, ଯାହା ଏକ ସେନ୍ସର ଭଳି କାମ କରିଥାଏ । ଏହା ଦ୍ୱାରା ଭିଟାମିନ୍ ଡି ଅଭାବକୁ ଚିହ୍ନଟ କରାଯାଇଥାଏ । ପ୍ରଥମେ ଏହି ଷ୍ଟ୍ରିପ୍ ଓ ଇଲ୍କୋଟ୍ରୋଡ୍ସ୍କୁ ରୋଗୀର ବ୍ଲଡ୍ ସାମ୍ପୁଲ୍ରେ ବୁଡା ଯିବା ପରେ ଏହା ନିଜର କାର୍ଯ୍ୟ ଆରମ୍ଭ କରିଥାଏ । ଏହି ଇଲ୍କୋଟ୍ରୋଡ୍ଗୁଡିକ ଏକ ପୋଟେନ୍ଟିଓଷ୍ଟାଟ୍ , ମନିଟର୍ ସହ ସଂଯୋଗ ହୋଇଥାଆନ୍ତି । ଉପକରଣଟି ରୋଗୀର ଶରୀରୁ ଯାହା ବି ଯାଞ୍ଚ କରିଥାଏ ତାହାକୁ ସେହି ମନିଟରରେ ଦେଖାଇଥାଏ । ଆଗକୁ ମଧ୍ୟ ଏହି ଉପକରଣକୁ ନେଇ ଗବେଷଣା ଜାରି ରହିବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି ।

Comments are closed.