ଟ୍ରମ୍ପଙ୍କ ଟାରିଫ୍ ପରେ ଭାରତ ଆମେରିକାକୁ କରୁଥିବା ରପ୍ତାନି ଓ ଆମଦାନୀକୁ ନେଇ ଚର୍ଚ୍ଚା ବଢିଛି । ସମସ୍ତେ ଜାଣିବାକୁ ଆଗ୍ରହୀ କେଉଁ ସାମଗ୍ରୀଗୁଡିକୁ ଭାରତ ଆମେରିକାରୁ ଆଣୁଛି ଏବଂ କେଉଁକେଉଁ ସାମଗ୍ରୀକୁ ଭାରତ ଆମେରିକାକୁ ରପ୍ତାନୀ କରୁଛି । ଏହି ତାଲିକାରେ ଅନେକ ସାମଗ୍ରୀ ସାମିଲ ରହିଛି । ଆସନ୍ତୁ ସେହି ସାମଗ୍ରୀ ଗୁଡିକ ସମ୍ପର୍କରେ ଜାଣିବା ।
ମେସିନ ସାମଗ୍ରୀ
ଆମେରିକାର ଡବଲ ଟାରିଫ ଲାଗିବାପରେ ଭାରତର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମେସିନ ସାମଗ୍ରୀ । ପ୍ରତିବର୍ଷ ଭାରତ ଖୁବ ଅଧିକ ମାତ୍ରାରେ ମେସିନ ସାମଗ୍ରୀ ଆମେରିକାକୁ ରପ୍ତାନୀ କରିଥାଏ । ୨୦୨୪ର ତଥ୍ୟ ଅନୁସାରେ ୧୯.୧୬ ବିଲିଅନ ଡଲାର ଅର୍ଥାତ ୧.୬୮ ଲକ୍ଷ କୋଟି ଟଙ୍କାର ଇଞ୍ଜିନିୟରିଂ ସାମଗ୍ରୀ ରପ୍ତାନୀ କରିଥାଏ । ଏଥିରେ ଷ୍ଟିଲ ସାମଗ୍ରୀ, ମେସିନରି, ଅଟୋମେଟିଭ ପାର୍ଟସ, ଇଲ୍କେଟ୍ରିକାଲ ସାମଗ୍ରୀ ସହିତ ଶିଳ୍ପ ଉପକରଣ ସାମିଲ ଥାଏ । ଆମେରିକା ପ୍ରଥରୁ କାର, ଛୋଟ ଟ୍ରକ ଓ ସେମାନଙ୍କ ପାର୍ଟସ ଉପରେ ୨୫ ପ୍ରତିଶତର ଶୁକ୍ଳ ଲାଗୁ କରୁଥିଲା । ସେହିଭଳି କମର୍ସିଆଲ ଯାନବାହାନ ଉପରେ ଏହି ଶୁକ୍ଳ ୧୦ ପ୍ରତିଶତ ଥିଲା । ହେଲେ ଏହା ବର୍ତ୍ତମାନ ଟାରିଫ ପରେ ବଦଳିବା ନେଇ ଆକଳନ କରାଯାଉଛି । ଆମେରିକା ଭାରତୀୟ ଯାନବାହନ ଉପକରଣ ପାଇଁ ସବୁଠାର ବଡ ବଜାର । ତେଣୁ ଟାରିଫ ବଢିବା ଫଳରେ ଏହା ଉପରେ ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିବାନେଇ ଆଲୋଚନା ହେଉଛି । ବର୍ଦ୍ଧିତ ଟାରିଫ କାରଣରୁ ବର୍ଷକୁ ରପ୍ତାନୀ ହେଉଥିବା ୭ବିଲିଅନ ଡଲାର ଅର୍ଥାତ ପାଖାପାଖି ୬୧ ହଜାର କୋଟିର ଉପକରଣ ପ୍ରଭାବିତ ହେବ । ଏହି କାରଣରୁ ୩୦ ହଜାର କୋଟିର କ୍ଷତି ହେବାନେଇ ଆକଳନ କରାଯାଉଛି । ସେହିପରି ଇଜିନିୟରିଂ ଉପକରଣ ସହିତ ଛୋଟ ଓ ମଧ୍ୟମ ଧରଣର ଉପକରଣ ଗୁଜିକ ସବୁଠାରୁ ବେଶି ପ୍ରଭାବିତ ହେବେ । ଏହା କେବଳ ଯେ ବ୍ୟବସାୟ ଉପରେ ନକରାତ୍ମକ ପ୍ରଭାବ ପକାଇବା ଏପରି ନୁହେଁ ଏହି କାରଣରୁ ଅନେକ ଚାକିରି ମଧ୍ୟ ସଙ୍କଟରେ ପଡିବାର ଭୟ ରହିଛି । ହଜାରହଜାର ଲୋକଙ୍କର ଚାକିରି ଯିବାର ଭୟ ବର୍ତ୍ତମାନ ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ଏ ସମସ୍ତ ଦିଗରେ ଭାରତ ସରକାର ଚିନ୍ତା କରିବା ଆରମ୍ଭ କରିଛନ୍ତି । ଯଦି ଆମେରିକା ତାର ଜିଦରେ ଅଟଳ ରୁହେ ତେବେ ଭାରତକୁ ବିକଳ୍ପ ରାସ୍ତା ବାଛିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ଭାରତ ଆମେରିକାକୁ ବାଦ ଦେଇ ୟୁରୋପ (ଜର୍ମାନୀ, ୟୁକେ ) ଏବଂ ଏସିୟ ଦେଶ (ସିଙ୍ଗାପୁର, ମଲେସିଆ ) ଆଦିରେ ନିଜର ଉପକରଣକୁ ରପ୍ତାନୀ କରିବାର ପଦକ୍ଷେପ ନେବାକୁ ହେବ । ଏହି ବଜାରରେ ଗୁଡିକରେ ଇଞ୍ଜିନିଅରିଂ ଉପକରଣ ଗୁଡିକର ଚାହିଦା ଖୁବ ଅଧିକ ରହିଛି । ତେଣୁ ଏହି ସମସ୍ତ ବଜାରରେ ଭାରତକୁ ନିଜର ଭାଗୀଦାରୀ ବଢାଇବାର ଆବଶ୍ୟକତା ରହିଛି । ଏଭଳି ଅନେକ ଦିଗ ରହିଛି ଯାହାପ୍ରତି ବର୍ତ୍ତମାନ ସରକାର ଚିନ୍ତା କରୁଛନ୍ତି । ଏହି ସମସ୍ତ ପଦକ୍ଷେପ ଆମେରିକାର ଟାରିଫ ସମସ୍ୟାକୁ ସମାଧାନ ପାଇଁ ନିଆଯାଉଛି ।

ସ୍ମାର୍ଟ ଫୋନ
ଆମେରିକାର ଟାରିଫ ଲାଗିବାପରେ ଭାରତ ସବୁଠାରୁ ଅଧିକ ରପ୍ତାନୀ କରୁଥିବା ସ୍ମାର୍ଟଫୋନ ଉପରେ ସବୁଠାରୁ ଅଧିକ ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଉଛି । ଭାରତ ୨୦୨୪ରେ ଆମେରିକା ମାର୍କେଟକୁ ୧୪ ବିଲିଅନ ଡଲାର (୧.୨୩ ଲକ୍ଷ କୋଟି) ଟଙ୍କାର ଇଲେକ୍ଟ୍ରୋନିକ୍ସ ରପ୍ତାନୀ କରାଯାଇଥିଲା । ଏହି ସ୍ମାର୍ଟଫୋନର ତାଲିକାରେ ସବୁଠାରୁ ଉପରେ ରହିଛି ଆଇଫୋନ । ଭାରତ ଆମେରିକା ବଜାରର ସବୁଠାରୁ ଅଧିକ ଆଇଫୋନ ରପ୍ତାନୀ କରୁଥିବା ଦେଶ । ଆମେରିକାର ବଜାରରେ ବିକ୍ରି ହେଉଥିବା ସ୍ମାର୍ଟ ଫୋନର ୪୪ ପ୍ରତିଶତ ଅଂଶ ଭାରତରେ ପ୍ରସ୍ତୁତ ହୋଇଥାଏ । ପୂର୍ବରୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ୦.୪୧ ପ୍ରତିଶତ ଟାରିଫ ଲାଗୁଥିଲା । ତେବେ ବର୍ତ୍ତମାନର ୫୦ ପ୍ରତିଶତର ଟାରିଫ ଲାଗିବାପରେ ଆମେରିକା ବଜାରରେ ଏହି ସ୍ମାର୍ଟଫୋନର ଦାମ କମିବାରେ ଲାଗିବ । ଯେଉଁ କାରଣରୁ କମ୍ପାନୀ ଗୁଡିକ ନିଜ ଫୋନଗୁଡିକୁ ଅନ୍ୟ ଦେଶରେ ନିର୍ମାଣ କରିବାପାଇଁ ଯୋଜନା କରିବେ । ଯେଉଁ କାରଣରୁ ଭାରତରେ ଚାକିରିରେ ଅଭାବ ସୃଷ୍ଟି ହେବ । ଲୋକମାନେ ନାନା ସମସ୍ୟା ଭୋଗିବେ । ତେଣୁ ଭାରତକୁ ଏଦିଗରେ ପଦକ୍ଷେପ ନେବାକୁ ହେବ । ଭାରତକୁ ନିଜର ଘରୋଇ ବଜାରକୁ ମଜବୁତ କରିବାକୁ ପଡିବ । ଏହାସହ ନିଦ ଦେଶରେ କିଭଳି ନୂଆ ବ୍ରାଣ୍ଡ୍ ବିକଶିତ ହେବ ସେଥିପ୍ରତି ଧ୍ୟାନ ଦେବାକୁ ହେବ ।
ଔଷଧ
ଆମେରିକା ବଜାରକୁ ଭାରତୀୟ ବଜାରରୁ ସବୁଠାରୁ ଅଧିକ ଔଷଧ ରପ୍ତାନୀ କରୁଛି । ତଥ୍ୟ ଅନୁସାରେ ୨୦୨୪ରେ ଭାରତ ଆମେରିକାକୁ ୧୦.୫୨ ବିଲିଅନ ଡଲାର ଅର୍ଥାତ ୯୨ ହଜାର କୋଟି ଟଙ୍କାର ଔଷଧ ରପ୍ତାନୀ କରିଥିଲା । ଆମେରିକାରେ ହେଉଥିବା ଫାର୍ମା ରପ୍ତାନୀ ବଜାରର ୪୦ ପ୍ରତିଶତ ଅଂଶ ଭାରତର । ତେଣୁ ଟାରିଫ ଲାଗିବା ପରେ ଏହାର ପ୍ରଭାବ ଉଭୟ ଆମେରିକା ଓ ଭାରତର ଔଷଧ ବଜାର ଉପରେ ପ୍ରଭାବ ପଡିବ । ଆମେରିକାକୁ ଭାରତୀୟ କମ୍ପାନୀ ସନ୍ ଫାର୍ମା, ଡା. ରେଡ୍ଡିଜ, ସିପ୍ଲା ଲିମିଟେଡ, ଲ୍ୟୁପିନ୍ ଲିମିଟେଡ୍, ଅରୋବିନ୍ଦା ଫାର୍ମା କମ୍ପାନୀ ପ୍ରତିବର୍ଷ ଲକ୍ଷାଧୀକ ଟଙ୍କାର ଔଷଧ ରପ୍ତାନୀ କରିଥାଏ । ତେବେ ବର୍ତ୍ତମାନ ଟାରିଫ ଛାଡ ଥିବାବେଳେ ଆଗକୁ ଯଦି ୫୦ ପ୍ରତିଶତ ଟାରିଫ ଲାଗୁ କରାଯାଏ ତେବେ ଔଷଧର ଦାମ ଦ୍ବିଗୁଣ ହୋଇଯିବ । ତେବେ ଏହି ଟାରିଫ୍ କାରଣରୁ ଭାରତର ଅନେକ ଫାର୍ମା କମ୍ପାନୀଙ୍କୁ ଅନେକ କ୍ଷତି ସହିବାକୁ ପଡିବ ।

ଜୁଏଲାରୀ
ଆମେରିକା ମାର୍କେଟକୁ ଭାରତୀୟ ଜୁଏଲାରୀର ଅଧିକ ରପ୍ତାନୀ କରାଯାଇଥାଏ । ୨୦୨୪ରେ ଆମେରିକାକୁ ଭାରତ ୯.୯୪ ବିଲିଅନ ଡଲାରର (୮୭ ହଜାର କୋଟି )ର ରତ୍ନ ଓ ଗହଣା ରପ୍ତାନୀ କରିଥିଲା । ଏହା ଆମେରିକାରେ ଆମଦାନୀ ହେଉଥିବା ହିରାର ୪୪.୫ ପ୍ରତିଶତ । ପୂର୍ବରୁ କିଛି ଗହଣା ଉପରେ ୨୫ ପ୍ରତିଶତର ଟାରିଫ ଲାଗୁହୋଇଥିବାବେଳେ ବର୍ତ୍ତମାନର ବର୍ଦ୍ଧିତ ଟାରିଫ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏହି ବର୍ଦ୍ଧିତ ମୂଲ୍ୟ କାରଣରୁ ଆମେରିକାର ଆମଦାନୀ କମିବ । ଯାହାଫଳରେ ଭାରତୀୟ କାରିଗରମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବେ । ଅନେକ କମ୍ପାନୀ ବନ୍ଦ ହେବାସହିତ ଅନେକଙ୍କର ଚାକିରି ଯିବାର ଆଶଙ୍କା ରହିଛି । ତେଣୁ ଏ ସମ୍ପର୍କରେ ମଧ୍ୟ ସରକାରଙ୍କୁ ଭାବିବାର ଅଛି । କିଭଳି ବଜାର ବଢିବ ସେଥିପାଇଁ କାମ କରିବାର ଆବଶ୍ୟକତା ରହିଛି । ଟ୍ରମ୍ପଙ୍କ ଟାରିଫ ଲାଗିବା ପରେ ଗହଣାର ଦାମ ଆମେରିକାରେ ବଢିବ, ଯାହାଫଳରେ ଭାରତରୁ ଏହାର ରପ୍ତାନୀ ପାଖାପାଖି ୧୫ରୁ ୩୦ ପ୍ରତିଶତ କମିବ । ଆମେରିକାର ଗ୍ରାହକ ଶସ୍ତା ଗହଣା କିଣିବାକୁ ପ୍ରାଥମିକତା ଦେଇପାରନ୍ତି ଯାହାର ପ୍ରଭାବ ସିଧାସଳଖ ଭାରତୀୟ ରପ୍ତାନୀ ଉପରେ ପଡିବ । ଏହାଫଳରେ ସେମାନଙ୍କର ଚାକିରି ଓ ରୋଜଗାର ବିପଦରେ ପଡିବାନେଇ ଆକଳନ କରାଯାଉଛି । ତେବେ ଏହାର ବିକଳ୍ପଭାବେ ଭାରତୀୟ କମ୍ପାନୀ ନିଜ ସାମଗ୍ରୀର ବିକ୍ରିପାଇଁ ଦୁବାଇ ଓ ମେକ୍ସିକୋ ବଜାରର ସହାୟତା ନେଇ ପାରନ୍ତି । ଦୁବାଇରେ ଏହି ଶୁଳ୍କ ୧୦ ପ୍ରତିଶତ ଥିବାବେଳେ ମେକ୍ସିକୋରେ ୨୫ ପ୍ରତିଶତ ରହିଛି । ବର୍ତ୍ତମାନ ୟୁରୋପ ବଜାରରେ ହୀରା ବ୍ୟବସାୟକୁ ବଢାଇବାର ଆବଶ୍ୟକତା ଭାରତକୁ ରହିଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ପୋଷାକ
ଆମେରିକାକୁ ରପ୍ତାନୀ ହେଉଥିବା ସାମଗ୍ରୀର ତାଲିକାରେ ସାମିଲ ରହିଛି ଭାରତୀୟ ପୋଷାକ । ଭାରତୀୟ ଟେକ୍ସଷ୍ଟାଇଲ ଇଣ୍ଡଷ୍ଟ୍ରୀ ଏକ ସିଂହ ଭାଗ ପୋଷାକ ଆମେରିକା ବଜାରକୁ ରପ୍ତାନୀ କରିଥାଏ । ୨୦୨୪ରେ ଆମେରିକାକୁ ଭାରତୀୟ ଟେକ୍ସଷ୍ଟାଇଲ ଇଣ୍ଡଷ୍ଟ୍ରୀ ୧୦ ବିଲିଅନ ଡଲାର ଅର୍ଥାତ ୮୭ ହଜାର କୋଟିର ପୋଷାକ ରପ୍ତାନୀ କରିଥିଲା । ଏଥିରେ ରେଡିମେଡ ଗାର୍ମେଣ୍ଟ ଠାରୁ ଆରମ୍ଭ କରି କଟର୍ନ, ୟର୍ନ ଓ କାରପେଟ ମଧ୍ୟ ସାମିଲ ଥିଲା । ଏହି ତାଲିକା ସବୁବର୍ଷ ଏହିଭଳି ଅଧିକ ରହିଥାଏ । ନୂଆ ଟାରିଫ ଲାଗିବାପରେ ଭାରତୀୟ ପୋଷାକର ଦାମ ବଢିବ । ଯାହାଫଳରେ ପୋଷାକର ଚାହିଦା ପାଖାପାଖି ୨୦ ରୁ ୨୫ ପ୍ରତିଶତ କମିବାର ଆଶଙ୍କା ରହିଛି । ତେଣୁ ବର୍ତ୍ତମାନ ଭାରତୀୟ ପୋଷାକ କମ୍ପାନୀଗୁଡିକୁ ନିଜର ପୋଷାକକୁ ଇୟୁ, ୟୁକେ ଓ ୟୁଏଇ ଭଳି ବଡ ବଜାରରେ ରପ୍ତାନୀ କରିବାର ଆବଶ୍ୟକତା ରହିଛି ।

ସାମୁଦ୍ରିକ ଖାଦ୍ୟ
ଆମେରିକାକୁ ରପ୍ତାନୀ ହେଉଥିବା ସାମଗ୍ରୀ ମଧ୍ୟରେ ସାମୁଦ୍ରିକ ଖାଦ୍ୟ ସବୁଠାରୁ ଆଗରେ ରହିଥାଏ । ପ୍ରତିବର୍ଷ ଅନେକ ଭାରତୀୟ ଏହି କ୍ଷେତ୍ରରେ ନିଜର ବ୍ୟବସାୟ କରିଥାଆନ୍ତି । ହଜାର ହଜାର କୋଟିର ବେପାର ଏହି କ୍ଷେତ୍ରରେ ହୋଇଥାଏ । ବର୍ତ୍ତମାନର ସୂଚନା ଅନୁସାରେ ଭାରତ ପ୍ରତିବର୍ଷ ପାଖାପାଖି ୬୦ ହଜାର କୋଟିର ସାମୁଦ୍ରିକ ଖାଦ୍ୟର ରପ୍ତାନୀ କରିଥାଏ । ଆମେରିକାରେ ମିଳୁଥିବା ସାମୁଦ୍ରିକ ଖାଦ୍ୟରୁ ପାଖାପାଖି ୪୦ ପ୍ରତିଶତ ଭାରତ ରପ୍ତାନୀ କରିଥାଏ । ଏହି କାରଣରୁ ପାଖାପାଖି ୨ କୋଟି ଭାରତୀୟଙ୍କୁ ଚାକିରି ମିଳିଥାଏ । ତେବେ ଟ୍ରମ୍ପଙ୍କ ଟାରିଫ ଲାଗୁହେବା ପରେ ଏଥିରେ ଅନେକ ଫରକ ପଡିବ । ଏହି କାରଣରୁ ପାଖାପାଖି ବର୍ତ୍ତମାନ ୨୪ ହଜାର କୋଟି କାରବାର ପ୍ରଭାବିତ ହେବାନେଇ ଆଶଙ୍କା କରାଯାଉଛି । ଆମେରିକା ବଜାରରେ ଭାରତୀୟ ସାମୁଦ୍ରିକ ଖାଦ୍ୟର ମୂଲ୍ୟ ବଢିବ, ଯାହା ଏହାର ପ୍ରତିଯୋଗୀ ରାଷ୍ଟ୍ରଙ୍କ ପାଇଁ ଲାଭଦାୟକ ହେବ । ଅର୍ଥାତ ଇକୋଡୋର, ଇଣ୍ଡୋନେସିଆ, ବିଏତନାମ ଭଳି ଦେଶର ସାମୁଦ୍ରିକ ଖାଦ୍ୟର ଚାହିଦା ବଢିବା । ତେଣୁ ବର୍ତ୍ତମାନ ଭାରତକୁ ଚୀନ ଓ ୟୁରୋପୀୟ ଦେଶ ଗୁଡିକରେ ସାମୁଦ୍ରିକ ଖାଦ୍ୟ ବିକ୍ରିର ଚାହିଦା ବଢାଇବାକୁ ହେବ ।

Comments are closed.