ବର୍ତ୍ତମାନ ଭାତରେ ଅନେକ କୋଟିପତି ସାମିଲ ଅଛନ୍ତି । ଏମାନଙ୍କ ଭିତରୁ କିଛି ବିଶ୍ୱର ଶ୍ରେଷ୍ଠ ୧୦ ଜଣଙ୍କ ଭିତରେ ମଧ୍ୟ ସାମିଲ ହେଉଛନ୍ତି । ତେବେ ଭାରତର ପ୍ରଥମ କୋଟିପତିଙ୍କ ବିଷୟରେ ଖୁବ କମ ଲୋକ ଜାଣିଥିବେ । ସୂଚନା ଅନୁସାରେ ସ୍ୱାଧୀନ ଭାରତର ପ୍ରଥମ କୋଟିପତି ହେଉଛନ୍ତି ହାଇଦ୍ରାବାଦର ନିଜାମ ମିର୍ ଓସମାନ ଅଲି ଖାନ୍ । ୧୯୩୭ରେ ଟାଇମ୍ସ ମାଗାଜିନ ପକ୍ଷରୁ ତାଙ୍କୁ ପତ୍ରିକାର କଭର ପେଜ୍ରେ ସ୍ଥାନ ଦିଆଯାଇଥିଲା, ଯେଉଁଥିରେ ସେ ବିଶ୍ୱର ସବୁଠାରୁ ଧନୀ ବୋଲି ବର୍ଣ୍ଣନା କରାଯାଇଥିଲା । ସେ ହାଇଦ୍ରାବାଦର ସପ୍ତମ ନିଜାମ ଭାବେ ୧୯୧୧ ରୁ ୧୯୪୮ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେ ନିଜାମ ଥିବା ସମୟରେ ତାଙ୍କ ସମ୍ପତ୍ତି ୨୩୦ ବିଲିଅନ ଡଲାର ବା ୧୭.୪୭ ଲକ୍ଷ କୋଟି ରହିଥିଲା । ତାଙ୍କ ରାଜକୋଷରେ ୪୫,୦୦୦ କେଜିର ସୁନା, ୧,୮୧,୦୦୦ କେଜିର ଗହଣା ରହିଥିଲା । ଏହାସହ ତାଙ୍କ ସମୟରେ ହାଇଦ୍ରାବାଦରେ ଅନେକ ଦର୍ଶନୀୟ ସ୍ଥାନ ସାମିଲ ହୋଇଥିଲା ।

Comments are closed.