ଭାରତରେ ଏଭଳି ଅନେକ ଦାମୀ ସାମଗ୍ରୀ ମିଳିଥାଏ ଯାହା ଶୁଣିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଥାଆନ୍ତି । କାହାର ଦୈନନ୍ଦିନ ଜୀବନରେ ଦରକାରରେ ଆସୁନଥିବା ଭଳି ସାମଗ୍ରୀର ଦାମ ବେଶ ଅଧିକ ହୋଇଥାଏ ।
ଗଧ ଖୀର
ଭାରତରେ ଗଧଖୀରର ଦାମ ଖୁବ ଅଧିକ । ସାଧାରଣତଃ ଗଧ ଖୀରର ବ୍ୟବହାର ସମ୍ପର୍କରେ ଖୁବ କମ ଲୋକ ଜାଣିଥିବେ । ହେଲେ ଏହାର ଦାମ ଶୁଣିଲେ କେହି ବିଶ୍ୱାସ କରିପାରିବେ ନାହିଁ । ଏହାର ଦାମ ଲିଟର ପ୍ରତି ୫ହଜାରରୁ ୭ହଜାର ପର୍ଯ୍ୟନ୍ତ ବିକ୍ରି ହୋଇଥାଏ । ଏହି ଖୀରରେ ଅଧିକମାତ୍ରାରେ ସ୍ୱାସ୍ଥ୍ୟପୋଯୋଗୀ ତତ୍ୱ ଥିବାରୁ ଏହାର ଦାମ ଏତେ ଅଧିକ ବୋଲି ଚର୍ଚ୍ଚା ହେଉଛି । ଏହା ଆମର ରୋଗପ୍ରତିରୋଧକ ଶକ୍ତିକୁ ବଢାଉଥିବାବେଳେ ଆମର ଚର୍ମର ସ୍ୱାସ୍ଥ୍ୟକୁ ଭଲ ରଖିଥାଏ । ତେଣୁ ଯେଉଁମାନେ ଫିଟ୍ନେସ ଲଭର ସେମାନେ ଏହାକୁ ଏତେ ଦାମ ଦେଇ କିଣିଥାଆନ୍ତି ।
ମନୋହରୀ ଚା
ଏହା ଏକ ବିରଳ ଆସାମୀ ଚା ଯାହାକୁ ତରଳ ସୁନା ବୋଲି ମଧ୍ୟ ଆଖ୍ୟା ଦିଆଯାଇଥାଏ । ୨୦୨୨ରେ ଏହାର ଗୋଟିଏ କେଜି ଏକ ଲକ୍ଷରୁ ଅଧିକ ଦାମରେ ବିକ୍ରି ହୋଇଥିଲା । ଏହାର ଖୁବ ସୁନ୍ଦର ନିଆରା ସ୍ୱାଦ ଏହାକୁ ବିରଳ କରିଥାଏ । ବିଶ୍ୱରେ ଏହାର ଚାହିଦା ଖୁବ ଅଧିକ ରହିଛି ।
ଉଡ୍ଷ୍ଟକ ସ୍କୁଲ
ଏହିତାଲିକାରେ ରହିଛି ଏକ ଭାରତୀୟ ସ୍କୁଲ, ଯେଉଁଥିରେ ପଢିବା ଖୁବ ଦାମୀ ହୋଇଥାଏ । ଏହାକୁ ଭାରତର ସବୁଠାରୁ ଦାମୀ ବୋଡିଂ ସ୍କୁଲର ଆଖ୍ୟା ମିଳିଛି । ଏହି ସ୍କୁଲରେ ବାର୍ଷିକ ୧୫ରୁ ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି ସ୍କୁଲଟି ରହିଛି ମସୁରିରେ, ଯାହାର ନା ଉଡ୍ଷ୍ଟକ ସ୍କୁଲ ।
ସୁନାର ସାର୍ଟ
ଭାରତରେ ମିଳିଥାଏ ସୁନାର ସାର୍ଟ, ଯାହାକୁ ସୁନାରୁ ନିର୍ମାଣ କରାଯାଇଥାଏ । ଏହି ସାର୍ଟର ବଜାର ଦାମ ରହିଛି ୧.୩ କୋଟି । ଏହି ସାର୍ଟକୁ ତିଆରି କରିବା ପାଇଁ ୨୦ ଜଣ କୁଶଳୀ କାରିଗିର ଲାଗିଥାଆନ୍ତି, ଯେଉଁମାନେ ନିଜ ହାତରେ ଏମ୍ବ୍ରୋଡୋରୀ କରି ଏହି ସାର୍ଟକୁ ପ୍ରସ୍ତୁତ କରିଥାଆନ୍ତି । ଏହି ସାର୍ଟଟି ଖୁବ ସୁନ୍ଦର ହୋଇଥାଏ ଦେଖିବାକୁ । ଏହାକୁ ଜଣେ ବ୍ୟବସାୟୀ ନିଜ ଜନ୍ମଦିନରେ ନିଜ ପାଇଁ ପ୍ରସ୍ତୁତ କରିଥିଲେ ।
