ବ୍ୟାକ୍ଟେରିଆରୁ ପରିବେଶ ଉପଯୋଗୀ ପ୍ଲାଷ୍ଟିକ

ଆମ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର ଖୁବ ଅଧିକ ରହିଛି, କିନ୍ତୁ ଏହା ଆମର ପରିବେଶ ପାଇଁ ବିପଦ । ତେଣୁ ଏହାର ବ୍ୟବହାର କମାଇବାକୁ ଅନେକ ପଦକ୍ଷେପ ନିଆଯାଉଛି । ନିକଟରେ ଜାପାନର କୋବେ ବିଶ୍ୱବିଦ୍ୟାଳୟର କିଛି ବୈଜ୍ଞାନିକ ପରିବେଶ ଉପଯୋଗୀ ପ୍ଲାଷ୍ଟିକର ଉଦ୍ଭୁାବନ କରିଛନ୍ତି । ସେମାନେ ଏହି ପ୍ଲାଷ୍ଟିକକୁ ଏକ ପ୍ରକାର ବ୍ୟାକେଫରିଆକୁ ବ୍ୟବହାର କରି ପ୍ରସ୍ତୁତ କରିଛନ୍ତି । ଏହା ପ୍ଲାଷ୍ଟିକର ପୂର୍ଣ୍ଣ ବିକଳ୍ପ ନହେଲେ ମଧ୍ୟ କିଛି ଅଂଶରେ ପ୍ଲାଷ୍ଟିକକୁ ମଣିଷ ଜୀବନରୁ ଦୂରେଇ ପାରିବ ବୋଲି ବୈଜ୍ଞାନିକ ଦାବି କରିଛନ୍ତି । ଏହାକୁ ଏକ ସ୍ୱତନ୍ତ୍ର ପଦାର୍ଥ ପ୍ୟାରିଡାଇନଡାଇକାର୍ବୋଲିକ୍‌ ଏସିଡ ବା ପିଡିସିଏକୁ ବ୍ୟବହାର କରି ପ୍ରସ୍ତୁତ କରିଛନ୍ତି । ଏହା ବାଇଡିଗ୍ରୋଡେବଲ ସହିତ ନାଇଟ୍ରୋଜେନ ବେସï ମଧ୍ୟ, ଯାହା ଏହାକୁ ବିଶେଷଭାବେ ପରିବେଶ ଉପଯୋଗୀ କରିଥାଏ । ଏହାକୁ ଆଗକୁ ବହୁଳଭାବେ ବ୍ୟବହାର କରିବାପାଇଁ ସେମାନେ ପରାମର୍ଶ ମଧ୍ୟ ଦେଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.