ବୁଝି ହେବ ଗଛର ଭାଷା

0

ସାଧାରଣତ ଗଛ ମାନଙ୍କର ଭାଷା ବୁଝିବା ମଣିଷର କଳ୍ପନା ବାହାରର କାର୍ଯ୍ୟ । ହେଲେ ନିକଟରେ ଏଆଇକୁ ବ୍ୟବହାର କରି ଏଭଳି କିଛି ପ୍ରୋଜେକଫର ଆରମ୍ଭ କରାଯାଇଛି, ଯାହା ଏହି କଳ୍ପନାକୁ ବାସ୍ତବରେ ପରିଣତ କରିବ । ସୂଚନା ଅନୁସାରେ ଲଣ୍ଡନର ଏଜେନ୍ସି ଡ୍ରୋଗ ୫ ଏକ ଏଆଇ ପ୍ରୋଜେକଫର ଆରମ୍ଭ କରିଛନ୍ତି । ଏହି ପ୍ରୋଜେକଫରେ ଗଛର ଭାଷା ବୁଝିବାକୁ ଚେଷ୍ଟା କରାଯାଇଛି । ଏହି ପ୍ରୋଜେକଫକୁ ଲଣ୍ଡନ, ଡଲ୍ୱିନ ଓ ଅଷ୍ଟିନର ବୈଜ୍ଞାନିକମାନେ ମିଶି ଆରମ୍ଭ କରିଛନ୍ତି । ଏଆଇକୁ ବ୍ୟବହାର କରି ମଣିଷମାନେ ଗଛ ସହିତ କଥା ହୋଇ ପାରୁଛନ୍ତି । ପ୍ରୋଜେକଫର ପ୍ରାରମ୍ଭିକ ପର୍ଯ୍ୟାୟରେ ପାଖାପାଖି ୧୦୦ ଜଣ ଲୋକ ଗଛ ସହିତ କଥାବାର୍ତ୍ତା କରିଛନ୍ତି । ଏହି ପ୍ରକ୍ରିୟାରେ ପ୍ରଥମେ ଗଛ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଏଆଇକୁ ଦେବାକୁ ହୋଇଥାଏ । ଏହାପରେ ସେନ୍ସରର ସାହାଯ୍ୟରେ ଗଛର ବାୟୋଇଲେକଫ୍ରିକାଲ ସିଗ୍‌ନାଲକୁ ଟ୍ରେସ କରାଯାଇଥାଏ । ଏହି ସିଗନାଲ ଏଆଇର ସାହାଯ୍ୟରେ ମଣିଷ ବୁଝୁଥିବା ଭାଷାକୁ ରୁପାନ୍ତରିତ ହୋଇଥାଏ । ଏହି ପ୍ରୋଜେକଫରେ ଏଆଇ ହିଁ ଗଛର ମସ୍ତିଷ୍କ ଭଳି କାର୍ଯ୍ୟ କରିଥାଏ ଏବଂ ମଣିଷଙ୍କ ସହିତ କଥା ହୋଇଥାଏ । ଏହି ପ୍ରୋଜେକଫର ମୂଳ ଉଦ୍ଦେଶ୍ୟ ଯୁବଗୋଷ୍ଠୀଙ୍କୁ ପ୍ରକୃତି ସହିତ ଯୋଡିବା ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.