ହିମାଳୟ ବାଦଲକୁ ସବୁଠାରୁ ବିଷୁଦ୍ଧ ଭାବେ ବିବେଚନା କରାଯାଇଥାଏ । ଏଥିରେ ସବୁଠାରୁ ବିଷୁଦ୍ଧ ପାନୀୟଜଳ ରହିଛି ବୋଲି ଜଣାଯାଏ । ହେଲେ ବର୍ତ୍ତମାନର ରିପୋର୍ଟ ଅନୁସାରେ ଏହା ଧୀରେଧୀରେ ବିଷାକ୍ତ ହେବାରେ ଲାଗିଛି । ଏଥିରେ ଅନେକ ଏଭଳି ପଦାର୍ଥ ରହୁଛି ଯାହା ମନୁଷ୍ୟଙ୍କ ପାଇଁ ଖୁବ କ୍ଷତିକାରକ । ଏହା ମଣିଷଙ୍କ ଶରୀରରେ ଗମ୍ଭୀର ରୋଗର କାରଣ ମଧ୍ୟ ସାଜିପାରେ ବୋଲି ଏହି ରିପୋର୍ଟରେ ପ୍ରକାଶ କରାଯାଇଛି । ବୋସ ଇନ୍ଷଫିଚ୍ୟୁଟ୍ ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ଜମା ପଡିଛି କି ଏହି ବାଦଲରେ କାଡ୍ମିଅମ, କପର ଓ ଜିଙ୍କର ମାତ୍ରା ଖୁବ ଅଧିକ ରହୁଛି । ଏହି ଗବେଷଣାରେ ବୈଜ୍ଞାନିକମାନେ ଆଇଆଇଟିଏମ୍ ଉପରେ ଥିବା ତଳସ୍ତରର ବାଦଲରୁ ସାମ୍ପଲ ଆଣି ପରୀକ୍ଷଣ କରିଥିଲେ । ଯେଉଁଥିରେ ଏଭଳି ତଥ୍ୟ ସାମନାକୁ ଆସିଛି । ବାଦଲରେ ଥିବା ଏହି ବିଷାକ୍ତ ପଦାର୍ଥ ଗୁଡିକ ଶ୍ୱାସକ୍ରିୟା, ଚର୍ମ କୂପ, ବର୍ଷା ପାଣି ସାହାଯ୍ୟରେ ଆମ ଶରୀରରେ ପ୍ରବେଶ କରିବାର ଆଶଙ୍କା ରହିଛି । ଏହି ବିଷାକ୍ତ ସାମଗ୍ରୀ ପ୍ରବେଶ ପରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି ।