ବିଶ୍ୱର ବଳିଷ୍ଠ ଗାଈ

ଭାରତରେ ଗୋପାଳନର ପରମ୍ପରା ଅନେକ ଦିନରୁ ଚାଲିଆସିଛି । ଏଠାରେ ଅନେକଙ୍କ ଘରେ ଗାଈ ପାଳନ କରାଯାଇଥାଏ । ତେବେ ଏଠାରେ ଲୋକଙ୍କ ଘରେ ବିଭିନ୍ନ ପ୍ରକାରର ଓ ପ୍ରଜାତିର ଗାଈ ଦେଖିବାକୁ ମିଳିଥାଏ । ଏମାନେ କିଛି ଦେଶୀ ହୋଇଥିବାବେଳେ କିଛି ବିଦେଶୀ ହୋଇଥାଆନ୍ତି । ତେବେ ଆସନ୍ତୁ ଜାଣିବା ବିଶ୍ୱର କେଉଁ ପ୍ରଜାତିର ଗାଈ ସବୁଠାରୁ ଓଜନିଆ । କେଉଁ ଗାଈଙ୍କର ଓଜନ ଅନେକ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ ।
ମାଇନେ ଅଞ୍ଜୋ – ଫ୍ରାନ୍ସର ଏହି ପ୍ରଜାତି ନିଜର ଆକାର ଓ ଓଜନ ପାଇଁ ଖୁବ ପରିଚିତ । ଏହି ପ୍ରଜାତିର ଗାଈମାନଙ୍କର ଓଜନ ପାଖାପାଖି ୧୪୦୦ କେଜି ହୋଇପାରେ । ସେହିଭଳି ଏହି ଗାଈଗୁଡିକଙ୍କର ବଳିଷ୍ଠ ଚେହେରା ସହିତ ଦୁଗ୍ଧ ଉତ୍ପାଦନର କ୍ଷମତା ମଧ୍ୟ ଖୁବ ଅଧିକ । ଏହି ପ୍ରଜାତିର ଗାଈ ଚାଷୀମାନଙ୍କୁ ଖୁବ ଲାଭ ଦେଇଥାଆନ୍ତି, ତେଣୁ ଏମାନଙ୍କୁ ପାଳନ କରିବାକୁ ସମସ୍ତଙ୍କ ଭିତରେ ଆଗ୍ରହ ଦେଖିବାକୁ ମିଳିଥାଏ ।

ଗ୍ଲାନ କ୍ୟାଟେଲ୍‌ – ଜର୍ମାନୀର ଏହି ପ୍ରଜାତିର ବେଶ୍‌ ଚାହିଦା ରହିଛି । ଏହି ଗାଈ ଗୁଡିକଙ୍କର ଦୁଗ୍ଧ ଉତ୍ପାଦନ କ୍ଷମତା ଖୁବ ଅଧିକ । ଏହି ଗାଈ ଗୁଡିକଙ୍କର ଓଜନ ପାଖାପାଖି ୧୨୦୦ କେଜି ହୋଇଥାଏ । ସେମାନଙ୍କ ବଳିଷ୍ଠ ଚେହେରା କୃଷକଙ୍କର ପ୍ରଥମ ପସନ୍ଦ ହୋଇଥାଏ । ତେଣୁ ଏହି ପ୍ରଜାତିଙ୍କୁ ଅନେକ ପାଳନ କରୁଥିବାର ଦେଖିବାକୁ ମିଳିଥାଏ । ଏହା ଏକ ବିରଳ ପ୍ରଜାତି ବୋଲି ମଧ୍ୟ ସୂଚନା ରହିଛି ।
ସାଉଥ୍‌ ଦେବନ୍‌ – ୟୁକେରେ ଏହି ପ୍ରଜାତିର ଆଦର ଖୁବ ଅଧିକ ରହିଛି । ଏମାନେ ସେଠି ସବୁଠାରୁ ଅଧିକ ପାଳନ କରାଯାଉଥିବା ପ୍ରଜାତି । ଏମାନଙ୍କର ଓଜନ ୨୦୦୦ କେଜିରୁ ଅଧିକ ରହିଥାଏ । ଏମାନେ ଲୋକମାନଙ୍କ ସହିତ ଖୁବ ଫ୍ରେଣ୍ଡଲି ହୋଇଥାଆନ୍ତି । ଏମାନଙ୍କ ଶାନ୍ତ ପ୍ରକୃତି ସମସ୍ତଙ୍କୁ ପସନ୍ଦ ଆସିଥାଏ ।
ପାର୍ଥେନାଇସ୍‌ – ଫ୍ରାନ୍ସର ଏହି ପ୍ରଜାତିର ଗାଈମାନେ ନିଜର ବଳ ପାଇଁ ଖୁବ ପରିଚିତ । ସେହିଭଳି ଏମାନେ ଏତେ ବଳଶାଳୀ ହେଲେ ମଧ୍ୟ ଶାନ୍ତ ସ୍ୱଭାବର । ହେଲେ ଏମାନଙ୍କ ଓଜନ ଖୁବ ଅଧିକ, ଯାହା ୧୧୫୦ କେଜି ପର୍ଯ୍ୟନ୍ତ ପହଞ୍ଚିଥାଏ । ଆଧୁନିକ କୃଷିରେ ଏମାନଙ୍କର ଭୂମିକା ଖୁବ ଅଧିକ ଦେଖିବାକୁ ମିଳିଥାଏ । ଏହାର ଚାହିଦା ସାରା ବିଶ୍ୱରେ ଦେଖିବାକୁ ମିଳିଥାଏ ।

Govt

Comments are closed.