ରାଜସ୍ଥାନର ରାଜଧାନୀ ଜୟପୁର ନିଜର କାରୁକାର୍ଯ୍ୟ ପାଇଁ ସବୁବେଳେ ସାରା ଦୁନିଆରେ ପରିଚିତ । ଏଠାରେ ଅନେକ ସାମଗ୍ରୀର ଛୋଟଛୋଟ ମିନିଏଚର ପ୍ରସ୍ତୁତ ହୋଇଥାଏ, ଯାହା ଖୁବ ଭାଇରାଲ ହୋଇଥାଏ । ସେହିଭଳି ଏକ ମିନିଏଚର ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ଏଠିକାର ଜଣେ ମୂର୍ତ୍ତିକାର ନବରନି ପ୍ରଜାପତି ପେନ୍ସସିଲ କାଠରୁ ପ୍ରସ୍ତୁତ କରିଛନ୍ତି ଦୁନିଆର ସବୁଠାରୁ ଛୋଟ ଚାମଚ । ଚାମଚଟିର ଲମ୍ବ ରହିଛି ୨ ମିଲିମିଟର । ଏହାର ନାମ ଗିନିଜ୍ ବୁକ ଅଫ ଓ୍ୱାଲïର୍ରେ ମଧ୍ୟ ସାମିଲ ରହିଛି । ଏହି ଚାମଚକୁ ଦେଖିବାକୁ ମାଇକ୍ରୋସ୍କୋପର ବ୍ୟବହାର କରିବାକୁ ହୋଇଥାଏ । ନବରନି ପୂର୍ବରୁ ପେନ୍ସସିଲ ଅଗରେ ସମସ୍ତ ମହାପୁରୁଷଙ୍କ ମୂର୍ତ୍ତି ମଧ୍ୟ ନିର୍ମାଣ କରିସାରିଛନ୍ତି । ଯାହା ଖୁବ ଭାଇରାଲ ମଧ୍ୟ ହୋଇଥିଲା । ବର୍ତ୍ତମାନ ଏହି ଚାମଚଟି ତାଙ୍କୁ ଆହୁରି ଏକ ସଫଳତା ପ୍ରଦାନ କରିଛି । ଏହି ଚାମଚଟି ଏତେ ଛୋଟ ଥିଲା କି ଏଥିରେ କୌଣସି ଡିଜାଇନ କିମ୍ବା ଏହାକୁ ରଙ୍ଗ କରିବା ସମ୍ଭବ ନଥିଲା । ସେହିଭଳି ସେ ଚଣା ଡାଲିରେ ମୋଟର ସାଇକେଲ, ଦୁନିଆର ସବୁଠାରୁ ଛୋଟ ଲ=ନ ମଧ୍ୟ ନିର୍ମାଣ କରିଛନ୍ତି । ସେ ଏହି ସମସ୍ତ ସାମଗ୍ରୀକୁ ଖୁବ ଯନିର ସହିତ ସଜାଡି ରଖିଥାଆନ୍ତି । ସେ ନିଜର କଳାକୁ ଦେଶବିଦେଶରେ ମଧ୍ୟ ପ୍ରଦର୍ଶିତ କରି ପ୍ରଶଂସିତ ହୋଇଛନ୍ତି ।

Comments are closed.