ନୂଆଦିଲ୍ଲୀ: ଚଳିତ ବିଶ୍ବକପ୍ର ସେମିଫାଇନାଲ୍ ଦୌଡ଼ରୁ ବାଂଲାଦେଶ ବାଦ୍ ପଡ଼ିସାରିଛି। ତଥାପି ସୋମବାର ଏକ ଚର୍ଚ୍ଚିତ ମୁକାବିଲାରେ ବାଂଲାଦେଶ ୩ ୱିକେଟ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ୧୧ ତାରିଖରେ ବାଂଲାଦେଶ ଶେଷ ମୁକାବିଲାରେ ଅଷ୍ଟ୍ରେଲିଆକୁ ଭେଟିବ। କିନ୍ତୁ ଏହି ମ୍ୟାଚ୍ରେ ଦଳର ଅଧିନାୟକ ସାକିବ ଅଲ୍ ହାସନ ଖେଳିବେନି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଶ୍ରୀଲଙ୍କା ପାଳି ବେଳେ ଏହି ଆଘାତ ଲାଗିବା ସତ୍ତ୍ବେ ସେ ବ୍ୟାଟିଂ ଜାରି ରଖିବା ସହ ୮୨ ରନ୍ ସଂଗ୍ରହ କରି ଦଳକୁ ଜିତାଇଥିଲେ। ଯେଉଁଥି ପାଇଁ ତାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ମ୍ୟାଚ୍ ପରେ ତାଙ୍କର ଏକ୍ସ-ରେ କରାଯାଇଥିଲା ଏବଂ ଆଙ୍ଗୁଠିରେ ଗୁରୁତର ଆଘାତ ଲାଗିଥିବା ଦେଖାଯାଇଥିଲା। ତାଙ୍କୁ ସୁସ୍ଥ ହେବାକୁ ପାଖାପାଖି ୪ ସପ୍ତାହ ସମୟ ଲାଗିବ। ଏଥିପାଇଁ ତାଙ୍କୁ ପରବର୍ତ୍ତୀ ମ୍ୟାଚ୍ରୁ ବିଶ୍ରାମ ଦିଆଯାଇଥିବା ବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।
Comments are closed.