ଭାରତର ବିଭିନ୍ନ ବିମାନ ବନ୍ଦରରେ ରନ୍ୱେ ରହିଥାଏ । ତେବେ ଏହି ରନ୍ୱେ କୁ ଖାଲି ରଖିବା ଆବଶ୍ୟକ ହୋଇନଥାଏ ନଚେତ ଦୁର୍ଘଟଣା ଘଟିବାର ଆଶଙ୍କା ରହିଥାଏ । ହେଲେ ବିଶ୍ୱରେ ଏଭଳି ଏକ ରନ୍ୱେ ରହିଛି ଯେଉଁଠାରେ ଟ୍ରେନ୍ ଗଡିଥାଏ । ଅର୍ଥାତ ରନ୍ୱେରେ ରହିଛି ଟ୍ରେନ୍ ଟ୍ରାକ । ନ୍ୟୁଜିଲାଣ୍ଡର ଗିସ୍ବର୍ଣ୍ଣରେ ଥିବା ବିମାନ ରନ୍ୱେ ରହିଛି ଏକ ଟ୍ରେନ୍ ଟ୍ରାକ । ଏହି ବିମାନ ବନ୍ଦରଟି ପାଖାପାଖି ୧୬୦ଟି ହେକଫରରେ ବିସ୍ତିର୍ଣ୍ଣ ରହିଛି । ତେବେ ଏଠାରେ ରହିଥିବା ପାଲମରଷ୍ଟୋନ ନର୍ଥ ଗିସ୍ବର୍ଣ୍ଣ ରେଳଲାଇନ୍ ଏହି ରନ୍ୱେକୁ ଦୁଇ ଭାଗ କରିଥିଲା । ପ୍ରତିଦିନ ଏହି ରନ୍ୱେ ସହିତ ରେଳଟ୍ରାକଟି ୬.୩୦ ରୁ ୮.୩୦ ମଧ୍ୟରେ କାର୍ଯ୍ୟ କରିଥାଆନ୍ତି । ତେବେ ଏହି ସ୍ଥାନରେ ଖୁବ ଟେକ୍ନିକାଲି ସିଗ୍ନାଲ ଗୁଡିକୁ ପରିଚାଳନା କରାଯାଇଥାଏ । ବିମାନ ଓ ଟ୍ରେନର ସମୟକୁ ଦେଖି ସବୁ କାର୍ଯ୍ୟ ପରିଚାଳନା କରାଯାଏ । ବିମାନ ବନ୍ଦରର ଷ୍ଟାଫ୍ମାନେ ହିଁ ସବୁପ୍ରକାର ସିଗ୍ନାଲକୁ ମ୍ୟାନେଜ କରନ୍ତି ବୋଲି ସୂଚନା ରହିଛି ।