ଏହି ବିବାଦର ଆରମ୍ଭ ହୋଇଥିଲା ୮ ଫେବ୍ରୁଆରୀରେ । ଇଣ୍ଡିଆ ଗଟ୍ ଲେଣ୍ଟେଟ ଶୋର ଏକ ଏପିସୋଡରେ ରଣବୀର ଅଲାହବାଦିଆ ଅଭିଭାବକଙ୍କୁ ନେଇ ଅଶ୍ଲିଳ କମେଣ୍ଟ ପ୍ରଦାନ କରିଥିଲେ । ଏହାପରେ ଶୋରେ ଥିବା ସମସ୍ତଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହି ମାମଲା ଚାଲୁ ରହିଥିବାବେଳେ ସମୟ ରୈନାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଥିଲା । ସମୟ ରୈନା ଇଣ୍ଡିଆ ଗଟ୍ ଲେଣ୍ଟେଟ ଶୋର ମୁଖ୍ୟ । ତେବେ ତାଙ୍କ ବିରୋଧରେ ଏକ ଏନ୍ଜିଓ ମାମଲା ରୁଜୁ କରିଥିଲା । ଅଭିଯୋଗ ଅନୁସାରେ ସମୟ ରୈନା ନିଜର ଏକ ଷ୍ଟାଣ୍ଡଅପ କମେଡି ଶୋ ସମୟରେ ସ୍ପାଇନାଲ ମସ୍କୁଲାର ଅଟ୍ରୋଫି ରୋଗରେ ପୀଡିତ ଜଣେ ବ୍ୟକ୍ତିଙ୍କ ଉପରେ ମଜାକ ଉଡାଇଥିଲେ । ଯାହାକୁ ନେଇ ବିବାଦ ବଢିଥିଲା ଏବଂ କୋର୍ଟ ପର୍ଯ୍ୟନ୍ତ କେସ ପହଞ୍ଚିଥିଲା । ଯାହାର ଶୁଣାଣୀରେ କୋର୍ଟ ଏଭଳି ଅଙ୍କୁଶ ସୋସିଆଲ ମିଡିଆ ଉପରେ ଲଗାଇଥିବା ଦେଖିବାକୁ ମିଳିଛି ।
ସମୟ ରୈନା
୨୭ ବର୍ଷୀୟ ସମୟ ରୈନା ପେଷାରେ ଜଣେ ଷ୍ଟାଣ୍ଡଅପ କମେଡିଆନ ଓ ୟୁଟ୍ୟୁବର । ତାଙ୍କର ସମୟ ରୈନା ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ରହିଛି । ଯେଉଁଥିରେ ସେ ଷ୍ଟାଣ୍ଡଅପ କମେଡି, ଗେମିଂ, ଚେସ୍ ଓ ବ୍ଲଗିଂ ଆଦି କରିଥାଆନ୍ତି । ତାଙ୍କ ଶୋ ଇଣ୍ଡିଆ ଗଟ ଲେଣ୍ଟେଣ୍ଟ ପରେ ତାଙ୍କର ପପୁଲାରିଟି ଖୁବ ବଢିଥିଲା । ଏହି ରିଆଲିଟି ଶୋରେ ବିଭିନ୍ନ ପ୍ରତିଯୋଗୀମାନେ ସାମିଲ ହୋଇଥାଆନ୍ତି । ସମୟଙ୍କ ବ୍ୟତିତ ଏହି ଶୋରେ ଅନ୍ୟ ଜଜ୍ ଓ ଗେଷ୍ଟମାନେ ମଧ୍ୟ ସାମିଲ ହୋଇଥାଆନ୍ତି । ଯେଉଁମାନେ ପ୍ରତିଯୋଗୀଙ୍କ ପ୍ରଦର୍ଶନ ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଥାଆନ୍ତି । ହେଲେ ଏହି କମେଣ୍ଟରେ କମେଡି ମାଧ୍ୟମରେ ଅଶ୍ଲିଳତାକୁ ପ୍ରଶୟ ଦିଆଯାଇଥାଏ ବୋଲି ଅଭିଯୋଗ ଆସିବା ପରେ ଏହି ଶୋ ବିବାଦକୁ ଆସିଥିଲା । ଶୋକୁ ନେଇ ଅନେକ ଅଭିଯୋଗ ଦାଖଲ ହୋଇଥିଲା, ବିବାଦ କୋର୍ଟକୁ ମଧ୍ୟ ଯାଇଥିଲା । ଯାହାପରେ ସମୟଙ୍କୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ପାଖରୁ ଭର୍ସନା ଶୁଣିବାକୁ ମିଳିଥିଲା । ତାଙ୍କୁ ମିଳୁଥିବା ତାଳି ଗାଳିରେ ପରିଣତ ହୋଇଥିଲା ।
ରଣବୀର ଅଲହାବାଦିଆ
ନିଜର ପୋଡକାଷ୍ଟ ପାଇଁ ଖୁବ ପରିଚିତ ରଣବୀର । ୩୨ ବର୍ଷରେ ବେଶ ଫେମ୍ ପାଇଥିଲେ ହେଲେ ନିଜର ଏକ କମେଣ୍ଟପାଇଁ ସବୁ କିଛି ମାଟିରେ ମିଶି ଯାଇଥିଲା । ରଣବୀରଙ୍କର ସମୁଦାୟ ୭ଟି ୟୁଟ୍ୟୁବ ରହିଛି । ତାଙ୍କର ପୋଡକାଷ୍ଟ ଦି ରଣବୀର ଶୋ ବେଶ୍ ପପୁଲାର । ହେଲେ ଦି ଗ୍ରେଟ ଇଣ୍ଡିଆ ଲାଟେଣ୍ଟ ଶୋରେ ଦେଇଥିବା କମେଣ୍ଟ ପାଇଁ ତାଙ୍କୁ ବିବାଦର ସାମନା କରିବାକୁ ପଡିଥିଲା । ସେଥିପାଇଁ ତାଙ୍କର ଅନେକ ବର୍ଷର କ୍ୟାରିୟର ମଧ୍ୟ ବିବାଦକୁ ଆସି ଯାଇଥିଲା । ତାଙ୍କୁ ସୋସିଆଲ ମିଡିଆରେ ଅନେକ ଟ୍ରୋଲିଂର ଶିକାର ହେବାକୁ ପଡିଥିଲା । ପରିସ୍ଥିତି ଏପରି ହୋଇଥିଲା କି କିଛିଦିନ ପାଇଁ ତାଙ୍କୁ ସୋସିଆଲ ମିଡିଆ ସହିତ ନିଜ ଚ୍ୟାନେଲରୁ ଦୂରରେ ରହିବାକୁ ପଡିଥିଲା ।
