ବର୍ଷାଦିନର ଚର୍ମ ସଂକ୍ରମଣରୁ ମୁକ୍ତି

0

ବର୍ଷା ଦିନ ଆରମ୍ଭ ହେଲେ ଥଣ୍ଡା ଜ୍ୱର ଠାରୁ ଆରମ୍ଭ କରି ବିଭିନ୍ନ ଚର୍ମ ସଂକ୍ରମଣ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ସମୟରେ ବିଶେଷଭାବେ ପାଦର ଯନି ନେବାକୁ ହୋଇଥାଏ । ବର୍ଷାଦିନେ ଚାରିଆଡେ ପାଣି ଓ ଆଦ୍ରତା ରହିଥାଏ । ସେହିଭଳି ଏହି ସମୟରେ ଅନେକଥର ଓଦା ଯୋତା ଓ ଚପଲ ପିନ୍ଧିବାକୁ ପଡିଥାଏ । ଯାହାଫଳରେ ପାଦରେ ସଂକ୍ରମଣ ବଢିବାର ଆଶଙ୍କା ବଢିଥାଏ । ତେବେ ଏହି ସମୟରେ ହେଉଥିବା ପାଦରେ ସଂକ୍ରମଣ କାରଣରୁ ବିଭିନ୍ନ ପ୍ରକାରର ଚର୍ମ ସମସ୍ୟା ହୋଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାର ଲକ୍ଷଣ ଚିହ୍ନି ଏହି ବ୍ୟାକେଫରିଆଲ ସଂକ୍ରମଣକୁ ରୋକିବାକୁ ପଡିଥାଏ । ଲକ୍ଷଣ ଚିହ୍ନିବା ପରେ ଡାକ୍ତରଙ୍କ ପରାମର୍ଶରେ ଏହାର ଚିକିତ୍ସା କରିବାକୁ ହୋଇଥାଏ । ତେଣୁ ଯଦି କୌଣସି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଲକ୍ଷଣ
– ଚର୍ମ ଲାଲ ପଡିବା
– ପାଦ ପୋଡିବା ଓ କୁଣ୍ଡାଇ ହେବା
– ଗୋଇଠି ଖୁବ ଜୋରରେ ଫାଟିବା ବା ଶୁଷ୍କ ହୋଇଯିବା
– ଆଙ୍ଗୁଠି ମଝିରେ ଖଣ୍ଡିଆ ହେବା
– ପାଦରେ ହୋଇଥିବା ଖଣ୍ଡିଆରୁ ପୂଜ ବା ଧଳାଧଳା ତରଳ ଜିନିଷ ବାହାରିବା
– ପାଦ ଫୁଲିବା ଭଳି ସମସ୍ୟା

Leave A Reply

Your email address will not be published.