ବଢୁଛନ୍ତି କର୍କଟ ରୋଗୀ

0

କ୍ୟାନ୍ସର ରୋଗ ନାଁ ଶୁଣିଲେ ସମସ୍ତେ ଖୁବ ଭୟଭୀତ ହୋଇଥାଆନ୍ତି । ପ୍ରତିବର୍ଷ ଭାରତରେ ଅନେକ ଲୋକ କ୍ୟାନ୍ସରରେ ଜୀବନ ହରାଉଛନ୍ତି । ନିକଟରେ ପପୁଲେସନ ବେସï କ୍ୟାନ୍ସର ରେଜିଷ୍ଟ୍ରିସ୍‌ ପକ୍ଷରୁ ଏକ ଗବେଷଣା କରାଯାଇଥିଲା । ଏଥିରେ ମିଳିଥିବା ତଥ୍ୟ ଅନୁସାରେ ଭାରତରେ କ୍ୟାନ୍ସର ବା କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଏହି ରିପୋର୍ଟରେ ମିଳିଥିବା ତଥ୍ୟ ଅନୁସାରେ ଭାରତରେ ପ୍ରତି ୧୦୦ ଜଣରେ ୧୧ ଜଣ କ୍ୟାନ୍ସରରେ ପୀଡିତ ଚିହ୍ନଟ ହେଉଛନ୍ତି । ୨୦୨୪ରେ ପାଖାପାଖି ୧୫.୬ ଲକ୍ଷ ନୂଆ କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ପାଖାପାଖି ୮.୭୪ ଲକ୍ଷ ଲୋକଙ୍କର ମୃତ୍ୟୁ କ୍ୟାନ୍ସର କାରଣରୁ ହୋଇଛି । ତେବେ ଏହି ଗବେଷଣା କେବଳ ୨୩ଟି ରାଜ୍ୟକୁ ନେଇ କରାଯାଇଛି । ତଥ୍ୟ ଅନୁସାରେ ୫୧.୧ ପ୍ରତିଶତ ମହିଳା କ୍ୟାନ୍ସର ରୋଗୀ ପ୍ରତିବର୍ଷ ଭାରତରେ ଚିହ୍ନଟ ହେଉଛନ୍ତି । ହେଲେ ମହିଳାଙ୍କ କ୍ଷେତ୍ରରେ କ୍ୟାନ୍ସରରେ ମୃତ୍ୟୁହାର ପୁରୁଷଙ୍କ ଅପେକ୍ଷା କମ ରହୁଛି । ଏହାର କାରଣ ମହିଳାଙ୍କ କ୍ଷେତ୍ରରେ ଯେଉଁ କ୍ୟାନ୍ସର (ସ୍ତନ କର୍କଟ କିମ୍ବା ଓଭାରି କ୍ୟାନ୍ସର) ହେଉଛି ସେଗୁଡିକ ଶୀଘ୍ର ଚିହ୍ନଟ କରିହେଉଛି । ହେଲେ ପୁରୁଷଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଥିବା କ୍ୟାନ୍ସର (ଯକୃତ କିମ୍ବା ଫୁସ୍‌ଫୁସ୍‌ କର୍କଟ) ଡେରିରେଚିହ୍ନଟ ହୋଇଥାଏ, ଯାହା ଏହାର ଭୟାବହତାକୁ ବଢାଇାଥାଏ । ଏହାସହିତ ଏଗୁଡିକ ଘାତକ ହୋଇଥାଆନ୍ତି ।

Govt
Leave A Reply

Your email address will not be published.