ଫୁଲରୁ ମିଳେ ଖୁସି

ଫୁଲ ଆମ ସମସ୍ତଙ୍କ ଜୀବନ ପାଇଁ ଏକ ଆନନ୍ଦପୂର୍ଣ୍ଣ ସୃଷ୍ଟି ନିଶ୍ଚୟ । ଫୁଲ ଗଛର ସୌନ୍ଦର୍ଯ୍ୟ ବଢ଼ାଇବା ସହିତ ମନରେ ପ୍ରଶାନ୍ତ ଭରିଦିଏ । କିିଛି ସମୟ ଫୁଲଭରା ଗଛଥିବା ବଗିଚାରେ କାମ କଲେ ଶାରୀରିକ ଶ୍ରମ ସହ ଖୁସି ବି ମିଳେ । ଏହାସହିତ କିଛି ଫୁଲଗଛ ବାସ୍ତୁଦୋଷ ଦୂର କରି ଘରକୁ ସୁଖସମୃଦ୍ଧି ଆଣିଥାଏ ବୋଲି ଅନେକେ ବିଶ୍ୱାସ କରନ୍ତି ।
– ବାସ୍ତୁଶାସ୍ତ୍ର ଅନୁସାରେ, ଘର ଅଗଣାରେ ମନ୍ଦାର ଗଛ ରହିବା ଅତ୍ୟନ୍ତ ଶୁଭ । ମନ୍ଦାର ଫୁଲ ଘରକୁ ସକାରାତ୍ମକ ଉର୍ଜ୍ଜା ଆଣିଥାଏ ।
– ପଦ୍ମଫୁଲକୁ ଆଧ୍ୟାତ୍ମିକତାର ପ୍ରତୀକ ବୋଲି ଧରାଯାଏ । ଘର ଅଗଣାରେ ହେଉ ଅବା ବାଡ଼ିପଟେ ପାଣିକୁଣ୍ଡ କରି ସେଥିରେ ଏହି ଫୁଲ ଲଗାଇଲେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି । ମାତା ଲକ୍ଷ୍ମୀଙ୍କୁ ପଦ୍ମଫୁଲରେ ସଜେଇ ପୂଜା କରାଯାଏ ।
– ଘରେ ଗେଣ୍ଡୁ ଗଛ ଲଗାଇବା ଦ୍ୱାରା ମଧ୍ୟ ସୁଖସମୃଦ୍ଧି ବଢ଼ିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି ।
– ସୌନ୍ଦର୍ଯ୍ୟ ଓ ପ୍ରେମର ପ୍ରତୀକ ଭାବେ ଗ୍ରହଣ କରାଯାଉଥିବା ଗୋଲାପ ଫୁଲକୁ ବି ଭାଗ୍ୟଶାଳୀ ଫୁଲ ବୋଲି ଅନେକେ କହିଥାନ୍ତି । ବିବିଧ ରଙ୍ଗ ଓ ବାସ୍ନାର ଗୋଲାପ ସଭିଙ୍କର ପ୍ରିୟ । ଏହା ସ୍ୱତନ୍ତ୍ର ଆଦର ଓ ଯତ୍ନ ଆବଶ୍ୟକ କରେ ।
– ସୌଭାଗ୍ୟର ପ୍ରତୀକ କୁହାଯାଉଥିବା ଚମ୍ପା ଗଛକୁ ବି ଲଗାଇବା ଶୁଭ ହୋଇଥାଏ । ଶିବଙ୍କ ମଥାରେ ମାନସିକ କରି ଚମ୍ପାଫୁଲ ଅର୍ପଣ କରାଯାଇଥାଏ ।
– ଟଗର ଗଛ ବି ଘରେ ସୁଖଶାନ୍ତି ବୃଦ୍ଧି କରିଥାଏ । ଯାହାଙ୍କ ଅଗଣାରେ ଏହି ଗଛ ରହିଥାଏ ସେଠାରେ ପ୍ରଭୁଙ୍କର ବାସ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
– ରାତି ଶେଷରେ ଝରିଯାଉଥିବା ଗଙ୍ଗଶିଉଳି ଫୁଲର ଭୁରୁଭୁରୁ ବାସ୍ନା ମନରେ ଶାନ୍ତି ଭରିଦିଏ । ଏହାର ପତ୍ର ଓ ଫୁଲରେ ଅନେକଗୁଡ଼ିଏ ଔଷଧୀୟ ଉପକାରିତା ରହିଛି ।
ଉତ୍କଳାନନ୍ଦ ଅଜୟ କୁମାର ବେହେରା
ମୋ : ୯୪୩୭୦୩୧୨୫୩

Launching Ceremony of “AYUSHMAN BHARAT

Comments are closed.