ପ୍ରସ୍ତୁତ କରିଛନ୍ତି ୫୧ଟି ଦେଶର କାରିଗର

ଗୋଟିଏ ଡ୍ରେସ ତିଆରି କରିବାକୁ ସାଧାରଣତ ୫ ରୁ ୧୦ ଜଣ କାରିଗର ଲାଗୁଥିବେ । ହେଲେ ଏଭଳି ଏକ ଡ୍ରେସ ରହିଛି ଯାହାକୁ ୫୧ଟି ଦେଶର ଲୋକ ମିଶି ପ୍ରସ୍ତୁତ କରିଛନ୍ତି । ସେହିଭଳି ଏହି ଡ୍ରେସଟି ତିଆରି ହେବାପାଇଁ ୧୪ ବର୍ଷର ସମୟ ଲାଗିଛି । ସୂଚନା ଅନୁସାରେ ୨୦୦୯ରେ ବ୍ରିଟିଶ କଳାକାର କିଷ୍ଟ୍ରି ମେକଲିୟୋଡ ଏହି ଡ୍ରେସ ତିଆରି କରିବା ଆରମ୍ଭ କରିଥିଲେ, ଯାହାର ନାଁ ସେ ରଖିଥିଲେ ରେଡ ଡ୍ରେସ ପ୍ରୋଜେକଫ । ଡ୍ରେସର ୮୭ଟି ଖଣ୍ଡକୁ ୫୧ଟି ଦେଶର କାରିଗର ମିଳିମିଶି ପ୍ରସ୍ତୁତ କରିଥିଲେ । ଯେଉଁ ପ୍ରକ୍ରିୟାରେ ୩୬୭ ଜଣ ମହିଳାଙ୍କ ସହିତ ଅନ୍ୟମାନେ କାର୍ଯ୍ୟ କରିଥିଲେ । ଏହି କାରିଗରଙ୍କ ମଧ୍ୟରେ ବେଶି କାରିଗର ଶରଣାର୍ଥୀ ଓ ଗରିବ ମହିଳା ଅଛନ୍ତି । କାରିଗରମାନେ ନିଜ କାରୁକାର୍ଯ୍ୟ ସାହାଯ୍ୟରେ ଜୀବନର କାହାଣୀ ଏହି ଡ୍ରେସରେ ବଖାଣିଛନ୍ତି । ଡ୍ରେସଟି ପ୍ରସ୍ତୁତ ହେବାପରେ ଏହାକୁ ଗିନିଜ୍‌ ରେକର୍ଡରେ ମଧ୍ୟ ସ୍ଥାନିତ କରାଯାଇଛି ।

Launching Ceremony of “AYUSHMAN BHARAT

Comments are closed.